ବିବାହକୁ ନେଇ ସମସ୍ତେ ଚିନ୍ତିତ ହୋଇଥାନ୍ତି । ଖାସ କରି ପୁଅମାନେ ଅଧିକ ଚିନ୍ତାରେ ଥାନ୍ତି । ସେମାନେ ଚିନ୍ତା କରନ୍ତି କି ସେ ଯେଉଁ ଝିଅକୁ ବିବାହ କରିବେ ସେହି ଝିଅ କେମିତି ହେବ । କଣ ତାହା ଜୀବନ ଭଲ ଭାବରେ ବିତିବ । ଅନ୍ୟ କୌଣସି ସମସ୍ୟା ତ ଆସିବ ନାହିଁ ।
ଏହିଭଳି ଅନ୍ୟ କିଛି ସମସ୍ୟା ଆମ ସମସ୍ତଙ୍କର ଚିନ୍ତା ବଢାଇ ଦେଇଥାଏ । କହିଦେଉଛୁ କି ଶାସ୍ତ୍ର ଓ ଚାଣକ୍ୟ ନୀତିରେ କୁହାଯାଇଛି କି ଯୋଗ୍ୟ ପୁରୁଷ ଓ ମହିଳାଙ୍କ ସହ ବିବାହ କରିବା ଉଚିତ । ନଚେତ ଜୀବନ ସାରା ବହୁତ ଅସୁବିଧାର ସାମ୍ନା କରିବାକୁ ପଡିପାରେ । ଏମିତିରେ ଲୋକମାନଙ୍କ ଚିନ୍ତା ବଢିଯାଏ କି କେମିତି ଜାଣିବେ କି ଆମର ଯାହା ସହିତ ବିବାହ ହେଉଛି ସେମାନେ ଆମ ପାଇଁ ସଠିକ ନା ନାହିଁ । କିନ୍ତୁ ଶାସ୍ତ୍ରରେ ଏହାର ଜବାବ ଦିଆଯାଇଛି। ଶାସ୍ତ୍ର ଅନୁସାରେ ଯଦି କୌଣସି ମହିଳା ମଧ୍ୟରେ ଏହିଭଳି କିଛି ଗୁଣ ନଜର ଆସେ ତେବେ ତାଙ୍କୁ ଜଲ୍ଦି ବିବାହ କରି ନେବା ଉଚିତ ।
୧. ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି କି ଯଦି କୌଣସି ସ୍ତ୍ରୀ ଅଧିକ କାମ କାର୍ଯ୍ୟ କରେ ନାହିଁ । କିନ୍ତୁ ତାକୁ ଘର ପରିବାର ଓ ସମାଜ ବିଷୟରେ ବହୁତ କିଛି ଜଣା ଅଛି ତେବେ ଏହା ବହୁତ ଭଲ କଥା ଅଟେ । ଏହିଭଳି ସ୍ତ୍ରୀ ଜାଗୃତ ରହିଥାନ୍ତି ଓ ସବୁବେଳେ ପରିବାର ମାନ ସମ୍ମାନ ବଢାନ୍ତି ।
୨. ବିବାହ ପାଇଁ ସ୍ତ୍ରୀ ମଧ୍ୟରେ ଏହି ଗୁଣ ନିଶ୍ଚିତ ଥିବା ଦରକାର । ତାହା ଏହା ଅଟେ କି ସମସ୍ତଙ୍କୁ ମାନ ସମ୍ମାନ ଦେବା ଜାଣିଥିବା ଦରକାର । ନିଜ ଠାରୁ ବଡ ଓ ଛୋଟ ଉଭୟଙ୍କୁ ସମ୍ମାନ ଦେଉଥିବ ମହିଳା ହିଁ ଘରର ବୋହୁ ହୋଇପାରିବ ।
୩. ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯେଉଁ ସ୍ତ୍ରୀ ସଂସ୍କୃତି ଓ ପରମ୍ପରା ଗୁଡିକର ପାଳନ କରିଥାଏ ସେମାନେ ବିବାହ ପାଇଁ ଶ୍ରେଷ୍ଠ ହୋଇଥାନ୍ତି । ଏହିଭଳି ସ୍ତ୍ରୀ ସ୍ଵାମୀଙ୍କ ପାଇଁ ସୋଭାଗ୍ୟ ବଢାନ୍ତି । ସେମାନେ ପୂଜା ପାଠ ଦ୍ଵାରା ଦେବୀ ଦେବତାଙ୍କ କୃପା ପ୍ରାପ୍ତ କରନ୍ତି । ଯାହା ଦ୍ଵାରା ଘରେ ସମୃଦ୍ଧି ଆସିଥାଏ ।
୪. ଯେଉଁ ସ୍ତ୍ରୀରେ ମଧ୍ୟରେ ବଞ୍ଚିତ କରି ରଖିବାର ଗୁଣ ଥାଏ ସେମାନେ ପରିବାର ପାଇଁ ସଠିକ ହୋଇଥାନ୍ତି । ପରିବାରକୁ ଆର୍ଥିକ ରୂପରେ ମଜବୁତ କରିବା ପାଇଁ ମହତ୍ଵପୂର୍ଣ ଭୂମିକା ଗ୍ରହଣ କରିଥାନ୍ତି । ଏହିଭଳି ସ୍ତ୍ରୀକୁ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି କୁହାଯାଏ ।
୫. ଯେଉଁ ସ୍ତ୍ରୀର ଆବାଜ ସୁରିଲି ଥିବ ଯାହାର କଥା କହିବା ଦ୍ଵାରା ସୁଖର ଅନୁଭବ ହୋଇଥାଏ ସେମାନେ ବିବାହ ପାଇଁ ଉଚିତ ମହିଳା ଅଟନ୍ତି ।
୬. ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି କି ଯେଉଁ ସ୍ତ୍ରୀ ଭଲ ଉପଦେଶ ଦିଅନ୍ତି ଓ ଖରାପ ସମୟରେ ଧର୍ଯ୍ୟ ରଖନ୍ତି । ସଠିକ ଉପଦେଶ ଦିଅନ୍ତି ତାଙ୍କ ସହ ବିବାହ କରିବା ପୁରୁଷଙ୍କ ପାଇଁ ଉଚିତ ହୋଇଥାଏ ।
୭. ଯେଉଁ ସ୍ତ୍ରୀ ନିଜର ଭାଇ ଭଉଣୀ ଓ ସମସ୍ତ ସମ୍ପର୍କୀୟଙ୍କ ସହିତ ଭଲ ବ୍ୟବାହର କରିଥାଏ ଓ ସମସ୍ତଙ୍କର ଧ୍ୟାନ ରଖିଥାଏ । ସମ୍ପର୍କକୁ ନେଇ ସୁରକ୍ଷାତମକ ଭାବ ରଖିଥାଏ । ସେମାନେ ବିବାହ ପାଇଁ ଉତ୍ତମ ହୋଇଥାନ୍ତି ।
୮. ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି କି ଯେଉଁ ସ୍ତ୍ରୀ ମର୍ଯ୍ୟାଦା ମଧ୍ୟରେ ରହିଥାଏ ଓ ଘର ପରିବାରର ମାନ ସମ୍ମାନ ପ୍ରତି ଦ୍ରୁଷ୍ଟି ରଖିଥାଏ ସେହି ମହିଳା ସ୍ତ୍ରୀ ହେବା ପାଇଁ ଉପଯୋଗ ଅଟନ୍ତି ।