ଏହି ବିଧି ବିଧାନରେ କରନ୍ତୁ ପ୍ରତିଦିନ ଘରର ପୂଜା, ଦୂର ହେବ ଘରର ଦାରିଦ୍ର୍ୟତା- ବର୍ଷିବ ଧନ

ଆପଣ ଯଦି ପ୍ରତିଦିନ ପୂଜା କରିବା ସମୟରେ ଆପଣଙ୍କ ମନ ଅସାନ୍ତା ରହୁଛି ଯଦି ଆପଣଙ୍କ ପୂଜା ପାଠରେ କିଛି ଭୁଲ ରହୁଛି । ମନର ଶାନ୍ତି ଓ ଯେଉଁ ମନୋକାମନା କରି ଆପଣ ପୂଜା କରୁଛନ୍ତି ତାର ପୁରତି ପାଇଁ ବିଧିବତ ଭାବରେ ପୂଜା କରିବା ନିହାତି ଆବଶ୍ୟକ ।

ଆପଣଙ୍କୁ କହିବୁ କଣ ନିୟମ ହେବା ଆବଶ୍ୟକ ଓ କେମିତି ପୂଜା କରିବା ଆବଶ୍ୟକ ଓ କଣ ବିଶେଷ କଥା ରହିଛି ଧ୍ୟାନ ରଖିଲେ ଆମ ପୂଜା ସମ୍ପୂର୍ଣ ହୋଇଥାଏ । ଆସନ୍ତୁ ଜାଣିବା ଅତି ସଂକ୍ଷିପ୍ତ ପୂଜା ବିଧି ମାତ୍ର ୧୫/୨୦ ମିନିଟ ଭିତରେ ସରିଯିବ ।

ଏମିତି ଗୋଟେ ପୂଜା ସ୍ଥଳ ଘରେ ଦେଖନ୍ତୁ ଯେଉଁଠି ଶାନ୍ତି ରହିଥିବ । ସେଠାରେ ଗୋଟେ ଚୌକି  ରଖନ୍ତୁ, ତାକୁ ହଳଦିଆ କି ଲାଲ ରଙ୍ଗର କପଡା ଉପରେ  ଗୋଟିଏ ଠାକୁରଙ୍କୁ ସ୍ଥାପିତ କରିବା ଉଚିତ । ଗୋଟେ ପ୍ରମୁଖ ଦେବବାତାଙ୍କୁ ଆପଣଙ୍କୁ ରଖିବା ଆବଶ୍ୟକ । ଯଦି ଆଉ କେଉଁ ଦେବତା ଭଲ ଲାଗୁଛି ତାଙ୍କୁ ମଧ୍ୟ ରଖିପାରିବେ । ଯେତେ ପ୍ରତିମା ଆପଣ ସ୍ଥାପନ କରିବେ ସେହି ହିସାବରେ ଆପଣଙ୍କ ନିଷ୍ଠା ବିଭାଜିତ ହୋଇବ । ଯେତେ କମ ସ୍ଥାପନ କରିବେ ସେତେ ଭଲ ହୋଇଥାଏ ।

ପୂଜାର ଉପକରଣ ରଖିବା ପାଇଁ ତାର ବ୍ୟବସ୍ଥା କରିବା ଆବଶ୍ୟକ ହୋଇଥାଏ । ଯେମିତିକି ଅଗରବତୀ, ଧୂପ,ପାଞ୍ଚ ପାତ୍ର, ଚାମଚ, ନୈବେଦ୍ୟ ପାଇଁ ଜଳ, ଆରତୀ, ଜଳ ଢାଳିବା ପାଇଁ ତସ୍ତରି,ଚନ୍ଦନ, ରୋଲି, ଅକ୍ଷତ,ଘିଅ,ଦୀପ,କର୍ପୁର, ଲବଙ୍ଗ, ଇଲାଇଚି ଏହି ସବୁ ଜିନିଷ ଛୋଟ ଛୋଟ ଡବାରେ ଭରିକି ରଖି ଦିଅନ୍ତୁ । ଆପଣ ଆସନ କୁଶର ନେଇପାରିବେ ନହେଲେ ମଖମଲର ମଧ୍ୟ ନେଇପାରିବେ । ମାଲା ଗଡାଉ ଥିଲେ ଘରକୁ ତୁଲସୀ କି ଚନ୍ଦନର ଆଣନ୍ତୁ । ଯଦି ଆପଣ ଲକ୍ଷ୍ମୀଙ୍କ ମାଲା କରୁଛନ୍ତିତ ଆପଣ ସ୍ପଟିକ ମାଳ ଘରକୁ ଆଣନ୍ତୁ ।

ମନେ ରଖନ୍ତୁ ସବୁବେଳେ ଉପାସନା କରିବା ଆବଶ୍ୟକ ଉଚିତ । ନିୟମିତ ରୂପରେ ପୂଜା କରିବା ଦ୍ଵାରା ସେହି ସ୍ଥାନ ସଂସ୍କାରୀତ ହୋଇଯାଏ ଓ ମନବି ଠିକସେ ଲାଗିଥାଏ । ମନ ମୁତବକ ପୂଜା କରିବା ଠିକ ନୁହେଁ ଓ ଅଧିକ ଦେବୀ ଦେବତା ରଖନ୍ତୁ ନୁହେଁ । ଯଦି ନିୟମିତ ରୂପରେ ପୂଜାପାଠ କରୁଛନ୍ତି ଠିକ ସମୟରେ କଲେ ସୁଫଳ ମିଳିଥାଏ । ପୂଜା ପାଠ କରିବା ପାଇଁ ସକାଳ ସମୟ ବହୁତ ଉପଯୁକ୍ତ ହୋଇଥାଏ । ଯଦି ଆପଣ ସକାଳେ ଏକାଗ୍ର ଚିତାରେ ଦସ ମିନିଟ ଠାକୁରଙ୍କ ଆଗରେ ବସୁଛନ୍ତି ଆପଣଙ୍କ ଯେଉଁ କାମ କରିବାର ଶକ୍ତି ହୋଇଥାଏ ଆପଣ ଦେଖିବେ କେମିତି ଦୁଇଗୁଣ ହୋଇଥାଏ । ପୂଜା ପାଠ ସମୟରେ ସ୍ଵଚ୍ଛତାର ଧ୍ୟାନ ରଖନ୍ତୁ, ପୂଜା କରିବା ପୂର୍ବରୁ ବହୁତ ଭଲ ଭାବେ ସଫା କରନ୍ତୁ ସେହି ସ୍ଥାନ ।

ପୂଜା କରିବା ସମୟରେ ଭଗବାନଙ୍କ ଉପରେ ଧ୍ୟାନ ରଖନ୍ତୁ ୟାଡୁସାଡୁ କିଛି ଚିନ୍ତା କରନ୍ତୁ ନହିଁ ।  ସବୁବେଳେ ନିଜର ମନ ଓ ଇନ୍ଦ୍ରିୟ ମାନଙ୍କୁ ଏକଦମ କନସେନଟ୍ରେଟ କରି ପୂଜାରେ ବସିବା ଉଚିତ । ଘରେ ପୂଜା ସବୁବେଳେ ଗୋଟେ ଜାଗାରେ କରିବା ଉଚିତ, ଅଲଗା ଅଲଗା ପୂଜା ସ୍ଥାନ ବଦଳାନ୍ତୁ ନହିଁ । ଘରେ ପୂଜା ପାଇଁ ଗୋଟେ ଅଲଗା ଘର ହେବା ଦରକାର, ଯଦି ଅଲଗା ସମ୍ଭବ ହେଉନିତ ଆପଣ ଘର ଉତ୍ତର ଦିଗରେ, ପୂର୍ବ ଦିଗରେ,ଇଶାନ କୋଣ ମାନେ ଉତ୍ତର ପୂର୍ବ ଦିଗରେ  ପୂଜାର ବ୍ୟବସ୍ଥା କରିପାରିବେ ।  ଯେଉଁଠି ଏକାଗ୍ର ଚିତ ହୋଇ ପୂଜା ଆରାଧନା କରାଯାଇ ପାରିବ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *