ଭାରତର ଏହି ବ୍ୟକ୍ତି ପାଉଛନ୍ତି ସବୁଠୁ ଅଧିକ ସ୍ୟାଲେରୀ, ହଜାରେ କି ଲକ୍ଷ ନୁହେଁ ମାସକୁ ୧୭ କୋଟିରୁ ଅଧିକ ଟଙ୍କା ଦରମା

ବର୍ତ୍ତମାନ ସମୟରେ ଜଣେ ସାଧାରଣ ବ୍ୟକ୍ତି ମାସକୁ ଦରମା ପାଏ ସେଥିରେ ନିଜେ ଚଲି ପରିବାର ଚଳାଇବା ବହୁତ ହିଁ କଷ୍ଟକର ହୋଇଯାଏ । କିନ୍ତୁ ଭାରତରେ ଏହିଭଳି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ଲକ୍ଷ ଲକ୍ଷ ଓ କୋଟି କୋଟି ଟଙ୍କା ଦରମା ପାଉଛହନ୍ତି ଓ ସେହି ଟଙ୍କାକୁ ଖର୍ଚ କରିବା ପାଇଁ ରାସ୍ତା ଖୋଜୁଛନ୍ତି । ସେହି ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ସୁରେଶ ମହାପାତ୍ର । ସୁରେଶ ନାରାୟଣଙ୍କ ସ୍ୟାଲେରୀ ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଚାଳନ୍ତୁ ଜାଣିବା ସେ କିଏ ଓ ତାଙ୍କର ମାସିକା ଦରମା କେତେ ଅଟେ ।

ଭାରତର ସବୁ ବଡ ବଡ କମ୍ପାନୀମାନେ ଅଧିକାରୀଙ୍କୁ ଅଧିକ ଅଧିକ ଦରମା ଦେଇଥାନ୍ତି । ସେହି ବ୍ୟକ୍ତିମାନଙ୍କ ମଧ୍ୟରୁ ଦେଶର ଅଗ୍ରଣୀ ଖାଦ୍ୟ ପ୍ରସ୍ତୁତକାରି କମ୍ପାନୀ ନେସଲେ ଇଣ୍ଡିଆର ସିଇଓ ସୁରେଶ ନାରାୟଣ ଅଟନ୍ତି । ସୁରେଶ ମହାପାତ୍ର ଭାରତରେ ସବୁଠୁ ଅଧିକ ସ୍ୟାଲେରୀ ପାଉଥିବା ସିଇଓ ଅଟନ୍ତି ।

ସେ ମାସକୁ ୧୭ କୋଟି ୧୯ ଲକ୍ଷ ଟଙ୍କା ଦରମା ପାଆନ୍ତି । ଏହି ବର୍ଷ ହିନ୍ଦୁସ୍ଥାନ ୟୁନିଲିଭର ଲିମିଟେଡର ସିଏମଡ଼ି ସଂଜୀବ ମେହତାଙ୍କୁ ପଛରେ ଛାଡି ସୁରେଶ ନାରାୟଣ ଭାରତର ଖାଦ୍ୟ ପ୍ରସ୍ତୁତ କରି କମ୍ପାନୀ ମଧ୍ୟରୁ ଥିବା ଅଧିକ ସ୍ୟାଲେରୀ ପାଉଥିବା ବ୍ୟକ୍ତି ହୋଇଯାଇଛନ୍ତି । ଏହି ବର୍ଷ ସୁରେଶ ନାରାୟଣଙ୍କ ସ୍ୟାଲେରୀ ୬.୩ ପ୍ରତିଶତ ବୁଦ୍ଧି ହୋଇଛି । ନେସଲେର ବାର୍ଷିକ ରିପୋର୍ଟ ଅନୁସାରେ ସୁରେଶ ନାରାୟଣ ବର୍ତ୍ତମାନ ୧୭.୧୯ କୋଟି ଟଙ୍କା ସ୍ୟାଲେରୀ ପାଉଛନ୍ତି ।

୨୦୧୯ରେ ନାରାୟଣ ୧୬. ୧୭ କୋଟି ଟଙ୍କା ପାଉଥିଲେ ସେହି ସମୟରେ ସଂଜୀବ ମେହେତାଙ୍କ ସ୍ୟାଲେରୀ ସବୁଠୁ ଅଧିକ ଥିଲା । ୨୦୨୦ ଆର୍ଥିକ ବର୍ଷରେ ସଂଜୀବ ୧୯.୪୨ ଲକ୍ଷ ଟଙ୍କା ଦରମା ପାଉଥିଲେ ଓ ଏହି ବର୍ଷ ତାଙ୍କର ଦରମା କମ୍ପାନୀ ୨୧ ପ୍ରତିଶତ ହ୍ରାସ କରି ଦେଇଛି । ଯେଉଁ କାରଣରୁ ତାଙ୍କର ଦରମା ୧୫ କୋଟି ୪ ଲକ୍ଷକୁ ଖସି ଆସିଛି ।

ବର୍ତ୍ତମାନ ସଂଜୀବ ମେହେଟା ଦ୍ଵିତୀୟ ସ୍ଥାନକୁ ଚାଲି ଆସିଥିବା ସମୟରେ ମ୍ୟାରିକୋ କମ୍ପାନୀର ସିଇଓ ସ୍ଵଗତ ଗୁପ୍ତା ୧୪ କୋଟି ୨ ଲକ୍ଷ କୋଟି ଟଙ୍କା ପାଇ ତୃତୀୟ ସ୍ଥାନରେ ଅଛନ୍ତି । ଅଧିକାରୀମାନଙ୍କର କାର୍ଯ୍ୟ ଦକ୍ଷତା ଦେଖି ବଡ ବଡ କମ୍ପାନୀ ସେମାନଙ୍କୁ ବଡ ଆକାରରେ ସ୍ୟାଲେରୀ ଦେବା ପାଇଁ ବାଧ୍ୟ ହୋଇଥାଏ । ସରକାରୀ କ୍ଷେତ୍ରରେ ଏହିଭଳି ଏତେ ସ୍ୟାଲେରୀ ମିଳିବା ଅସମ୍ଭବ ଅଟେ ।

Leave a Reply

Your email address will not be published. Required fields are marked *