ଗରୁଡ ପୁରାଣ ଅନୁସାରେ ଏହି ୪ ଜଣ ଲୋକଙ୍କ ଘରେ କେବେ ବି କରନ୍ତୁ ନାହିଁ ଭୋଜନ, ନ ହେଲେ ଜୀବନରେ ଆସିପାରେ ଦୁଃଖ ଓ ସଙ୍କଟ

ହିନ୍ଦୁ ଧର୍ମରେ ଗରୁଡ ପୁରାଣର ବିଶେଷ ମହତ୍ଵ ରହିଛି । ଏହି ମହାନ ଗ୍ରନ୍ଥର ରଚନା ବେଦ ବ୍ୟାସ କରିଥିଲେ । ପୁରା ଗ୍ରନ୍ଥରେ ୨୭୯ ଅଧ୍ୟାୟ ଅଛି ଓ ଏହି ଅଧ୍ୟାୟ ଗୁଡିକରେ ୧୮ ହଜାର ଶ୍ଳୋକର ବର୍ଣନା କରାଯାଇଛି । ଏହି ସବୁ ଶ୍ଳୋକ ଲୋକମାନଙ୍କର ମାର୍ଗ ଦର୍ଶନ କରିଥାନ୍ତି । ଏହି ଗରୁଡ ପୁରାଣରେ ଏହା ମଧ୍ୟ ଲେଖା ଅଛି କି ଏହି ୪ ଜଣ ଲୋକଙ୍କ ଘରେ ଭୋଜନ ଗ୍ରହଣ କରିବା ଦ୍ଵାରା ଆପଣଙ୍କୁ ନିଜ ଜୀବନରେ ବିଭିନ୍ନ ପ୍ରକାରର ଦୁଃସ୍ପରିଣାମ ଦେଖିବାକୁ ମିଳିପାରେ ।

ଏହି ଲେଖା ମାଧ୍ୟମରେ ଆଜି ଆମେ ଆପଣଙ୍କୁ ସେହି ଲୋକମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନଙ୍କ ଘରେ ଆପଣ ଭୁଲରେ ବି ଭୋଜନ କରିବା ଉଚିତ ନୁହେଁ ।

ଅପରାଧୀ କିମ୍ବା ଚୋରଙ୍କ ଘରେ ଖାଆନ୍ତୁ ନାହିଁ

ଗରୁଡ ପୁରାଣ ଅନୁସାରେ କୌଣସି ବି ବ୍ୟକ୍ତିକୁ ଅପରାଧୀ ଘରର ଖାଦ୍ୟ ଖାଇବା ଉଚିତ ନୁହେଁ । ଯଦି କୌଣସି ବ୍ୟକ୍ତି ଏହି ଲୋକମାନଙ୍କ ଘରେ ଭୋଜନ ସେବନ କରୁଛନ୍ତି ତେବେ ସେହି ବ୍ୟକ୍ତି ବି ତାଙ୍କର ପାପ ଟଙ୍କାରେ ଖାଇବାରେ ଭାଗିଦାରୀ ହୋଇଯାନ୍ତି । ଗରୁଡ ପୁରାଣ ଅନୁସାରେ ଏହି ଲୋକମାନେ ସବୁବେଳେ ଖରାପ କାମ କରି ନିଜ ଘର ପରିବାରର ପେଟ ପୋଷନ୍ତି, ଯାହା ଦ୍ଵାରା ଅଜଣାତାରେ ଆପଣ ବି ତାଙ୍କ ପାପରେ ଭାଗିଦାରୀ ହୋଇ ଯାଆନ୍ତି ।

ଚରିତ୍ରହୀନ ସ୍ତ୍ରୀଙ୍କ ଘରେ ଭୋଜନ ଗ୍ରହଣ କରିବା ଅଟେ ପାପ

ଗରୁଡ ପୁରାଣ ଅନୁସାରେ ଯେଉଁ ମହିଳା ସିଧା ସିଧା ଲୋକମାନଙ୍କୁ ଧୋକା ଦେଇ ନିଜର ଆଚରଣକୁ ମଇଳା କରିଥାଏ, ଏହିଭଳି ମହିଳାଙ୍କ ଘରେ ଖାଇବା ପାପ ସମାନ ଅଟେ । ଯଦି ଆପଣ ଭୁଲରେ ବି ସେହି ମହିଳାଙ୍କ ସହିତ ବସି ଖାଉଛନ୍ତି ତେବେ ଅଜଣାତରେ ଆପଣ ବି ତାଙ୍କର ଧୋକା ଓ ଖରାପ ଆଚରଣର ଅଂଶ ହୋଇଯାଉଛନ୍ତି ।

ଉଧାର ଦେବା ଲୋକମାନଙ୍କ ଘରେ ଖାଇବା ଅଟେ ପାପ

ଉଧାର ଦେଉଥିବା ଲୋକମାନେ ସବୁବେଳେ ସମସ୍ତଙ୍କୁ ଟଙ୍କା ଧାର ଦେବା ପାଇଁ ପ୍ରସ୍ତୁତ ଥାନ୍ତି ଓ ସମସ୍ତଙ୍କ ଠାରୁ ସୁଧ ନେଇଥାନ୍ତି । ସେଥିପାଇଁ ଏହି ବ୍ୟକ୍ତିଙ୍କ ଘରେ ଭୋଜନ କରିବା ଦ୍ଵାରା ଆପଣ ବି ତାହାର ଲୋଭୀ ଚିନ୍ତା ଧାରାର ଶିକାର ହୋଇଯିବେ ।

କ୍ରୋଧିତ ବ୍ୟକ୍ତିଙ୍କ ଘରେ ଭୋଜନ କରିବା

କ୍ରୋଧିତ ବ୍ୟକ୍ତି କହିଲେ ଏହିଭଳି ବ୍ୟକ୍ତି ଯେଉଁମାନେ ସବୁଠୁ ଅଧିକ ରାଗିଥାନ୍ତି । ଏହିଭଳି ବ୍ୟକ୍ତିଙ୍କର ନିଜ ଉପରେ କୌଣସି କଣ୍ଟ୍ରୋଲ ନ ଥାଏ । ସେଥିପାଇଁ ସେମାନେ ଆପଣଙ୍କର କୌଣସି କଥାରେ କ୍ରୋଧିତ ହୋଇ ଆପଣଙ୍କର କ୍ଷତି କରି ପାରନ୍ତି । ସେଥିପାଇଁ ଏହିଭଳି ଘରର ଲୋକମାନଙ୍କ ଘରେ ଖାଦ୍ୟ ଖାଇବା ଠାରୁ ଆପଣ ବଞ୍ଚିବା ଦରକାର ।

ଆଗକୁ ଆମ ସହ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ପୋଷ୍ଟ ଟି ପସନ୍ଦ ଆସିଥିଲେ ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *