ଏହି ୫ଟି ସଂକେତ କହିଥାଏ କେହି ଆମକୁ ହୃଦୟରୁ ମନେ ପକାଉଛନ୍ତି- Love Sign

ଦୁନିଆରେ ମଣିଷ ସମ୍ପର୍କ ଭିତରେ ଏମିତି ବନ୍ଧା ହୋଇଛି ଯେ ଶେଷ ନିଶ୍ଵାସ ପର୍ଯ୍ୟନ୍ତ ମୋହ ତାକୁ ଛାଡି ନଥାଏ ଆଉ ଏହି ମୋହ ମଣିଷ ଜୀବନ ବଦଳିଥାଏ । ଯିଏ ଯେତେ ଭଲ ହେଲେ ମଧ୍ୟ ଜୀବନରେ କାହାକୁ ନା କାହାକୁ ନିଜ ମନ ଦ୍ଵାରା ଭଲ ପାଇଥାନ୍ତି ଆଉ ଏହି ଭଲ ପାଇବା ସେ କହି ନପାରିଲେ ମଧ୍ୟ ମନ ଭିତରେ ରଖି ଥାନ୍ତି । ଜୀବନରେ ଆପଣଙ୍କ ମନକୁ ମଧ୍ୟ କେହି କିଣିଥିବ କିନ୍ତୁ ଆପଣ ବହୁତ କଥା ତାଙ୍କୁ କହି ପାରନ୍ତି ନାହିଁ ବା ଭାବିଥାନ୍ତି ଯେ ତାଙ୍କ ମନରେ କଣ ଅଛି ଆଜି ଆମେ ଆପଣଙ୍କୁ ଆପଣଙ୍କ ପାର୍ଟନର ମନରେ କଣ ଅଛି ତାହା ବିଷୟରେ କହିବାକୁ ଯାଉଛୁ ।

ହଟାତ କାହା କଥା ମନେ ପଡିବା :

ଏମିତି କୁହା ଯାଇଛି ଯେ ହଟାତ ଆପନାଙ୍କୁ କାହା କଥା ମନେ ପଡିଲା ଏହାର ଅର୍ଥ ସେ ଆପଣଙ୍କୁ ମନରୁ ମନେ ପକାଉଛି ଆଉ ଆପଣଙ୍କ ସହ ବର୍ତମାନ ରହିବାକୁ ଇଛା କରୁଛି । ବହୁତ ସମୟ ଏମିତି ହୋଇଥାଏ ଯେତେବେଳେ ଆମେ ଭିଡ ଜାଗାରେ ଥାଉ ସେହି ସମୟରେ ମଧ୍ୟ ଏକୁଟିଆ ଅନୁଭବ କରିଥାଉ ଆଉ କାହାକୁ ମନେ ପକାଇଥାଉ ତେବେ ଏହା ଏହି ପାଇଁ ହୋଇଥାଏ କାହିଁକିନା ସେହି ଲୋକ ଆମ ନିଜର ହୋଇଥାଏ ଆଉ ଆମକୁ ମନେ ପକାଇଥାଏ ।

ସେହି ଲୋକ ଆପଣଙ୍କ ସପନରେ ଆସିବା :

ବହୁତ ଲୋକ ଏହା ମଧ୍ୟ କୁହନ୍ତି ଯେ ଯେତେବେଳେ ଆମେ କାହାକୁ ମନରୁ ଭଲ ପାଇଥାଉ ଆଉ ତା ବିଷୟରେ ଅଧିକ ଭାବିଥାଉ ଆଉ ସେହି ଲୋକ ମଧ୍ୟ ଆମ କଥା ବହୁତ ମନେ ପକାଇଥାଏ ତେବେ ସେହି ଲୋକ ବାରମ୍ବାର ଆମ ସପନରେ ଆସିଥାନ୍ତି ।

ହିଚକି ଆସିବା :

କୁହା ଯାଏ ଯେ ଯେତେବେଳେ ଆପଣଙ୍କୁ ହିଚକି ଆସିଥାଏ ଏହାର ଅର୍ଥ ଆପଣଙ୍କୁ କେହି ବହୁତ ମନେ ପକାଉଛି, ଆପଣଙ୍କ କଥା ତା ମନରେ ସବୁବେଳେ ରହୁଛି । ତେବେ କୁହନ୍ତି ଯେ ଯେତେବେଳେ ଅନ୍ୟ ଲୋକ ଆପଣଙ୍କୁ ମନେ ପକାଇଥାନ୍ତି ସେତେବେଳେ ନିଜ ମନ ଭାଇବ୍ରେସନ ଆମକୁ ପଠାଇ ଥାନ୍ତି ଆଉ ତାହା ଆମ ମନକୁ ଛୁଇଁବା ପରେ ଆମକୁ ହିଚକି ଆସିଥାଏ ।

ତାଙ୍କ ଭଳି ବା ତାଙ୍କ କିଛି ଜିନିଷ ସାମ୍ନାକୁ ଆସିବା :

କୁହା ଯାଇଛି ଯେ ଯେତେବେଳେ କେହି ଆପଣଙ୍କୁ ନିଜ ମନରୁ ମନେ ପକାଇଥାଏ ସେତେବେଳେ ସେହି ଲୋକ ଭଳି ଆପଣଙ୍କୁ କେହି ଦେଖା ଯାଇଥାନ୍ତି ନଚେତ ତାଙ୍କ ଜିନିଷ ଭଳି ଜିନିଷ ଆପଣଙ୍କୁ ଦେଖା ଯାଇଥାଏ ଆଉ ଆପଣ ମଧ୍ୟ ତାଙ୍କୁ ମିସ କରିଥାନ୍ତି ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *