Special Story: ଏହି ଦମ୍ପତ୍ତି ସାମିଲ ହେଲେ Guinness World Recordରେ, କାରଣ ଜାଣି ଉଡିଯିବ ହୋସ

କୁହନ୍ତି କି ଉପରୁ ହିଁ ଯୋଡି ପ୍ରସ୍ତୁତ ହୋଇଥାଏ । ଯାହାକି କେଉଁଠି ନା କେଉଁଠି ସତ ମଧ୍ୟ ଅଟେ । ଅର୍ଥାତ ଆପଣଙ୍କ ଭାଗ୍ୟରେ ଯିଏ ଥିବ ସେ ହିଁ ଆପଣଙ୍କ ଜୀବନସାଥି ହେବେ । ବ୍ରିଟେନର ଏକ ଦମ୍ପତ୍ତିଙ୍କ ବିଷୟରେ ବର୍ତ୍ତମାନ ସମସ୍ତେ ଚର୍ଚା କରୁଛନ୍ତି । ବ୍ରିଟେନ ନିବାସୀ ଜେମ୍ସ ଓ କ୍ଳୋଇ ରବ ନେ ବନା ଦି ଯୋଡି ଶବ୍ଦକୁ ପ୍ରମାଣିତ କରିଛନ୍ତି ।

ଜେମ୍ସ ଓ କ୍ଳୋଇଙ୍କ ଉଚ୍ଚତାରେ ଏତେ ବହୁତ ଅନ୍ତର ଥିବା ସତ୍ବେ ଦୁଇ ଜଣଙ୍କର ହୃଦୟ ମିଶି ଯାଇଛି । ଏହା ସହିତ ନିଜର ହାଇଟ ମଧ୍ୟରେ ଏତେ ଅଧିକ ଅନ୍ତର ଥିବା ଏହି ସ୍ଵାମୀ ସ୍ତ୍ରୀଙ୍କ ନାଁ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ଦର୍ଜ ବି କରାଯାଇଛି । ଗିନିଜ ବୁକ ଅଫ ୱାର୍ଲ୍ଡ ଅନୁସାରେ ଅଲଗା ଅଲଗା ଲିଙ୍ଗର ବିବାହିତ ଶ୍ରେଣୀରେ ଏହି ଯୋଡିର ଉଚ୍ଚତା ମଧ୍ୟରେ ଦୁନିଆର ସବୁଠୁ ଅଧିକ ଅନ୍ତର ଅଛି ।

ଏମାନଙ୍କ ଉଚ୍ଚତା ମଧ୍ୟରେ ପାଖାପାଖି ୨ ଫୁଟ ଅନ୍ତର ଅଛି । ଯେଉଁଠି ପତ୍ନୀ କ୍ଳୋଇର ଉଚ୍ଚତା ୫ ଫୁଟ ୫ ଇଞ୍ଚ ଅଛି ତ ଅନ୍ୟ ପଟେ ଜେମ୍ସର ଉଚ୍ଚତା ୩ ଫୁଟ 7 ଇଞ୍ଚ ଅଛି । କହିଦେଉଛୁ କି ୩୩ ବର୍ଷୀୟ ଜେମ୍ସ ଜଣେ ଅଭିନେତା ଅଟନ୍ତି, ଯେତେବେଲେ କି ତାଙ୍କର ୨୭ ବର୍ଷୀୟ ପତ୍ନୀ କ୍ଳୋଇ ଜଣେ ଶିକ୍ଷୟତ୍ରୀ ଅଟନ୍ତି । ଦୁଇ ଜଣଙ୍କର ସାକ୍ଷାତ ପ୍ରଥମ ଥର ୨୦୧୨ରେ ଏକ ସ୍ଥାନୀୟ କ୍ଲବରେ ହୋଇଥିଲା ।

ସେହି ସମୟରେ ତାଙ୍କର ଜଣେ କମନ ବନ୍ଧୁ ସେମାନଙ୍କର ପରସ୍ପରର ପରିଚୟ କରାଇଥିଲେ । ଏହା ପରେ ଦୁଇ ଜଣଙ୍କ ସାକ୍ଷାତ ବଢିଲା । ପ୍ରଥମେ ଦୁଇ ଜଣ ହିଁ ନିଜର ସମ୍ପର୍କକୁ ନେଇ ବହୁତ ଚିନ୍ତିତ ଥିଲେ ।

କିନ୍ତୁ ୨୦୧୩ରେ ଦୁଇ ଜଣ ପରସ୍ପର ସହିତ ବହୁତ ମିଶିବାକୁ ଲାଗିଲେ । ଏହାର ସାତ ମାସ ପରେ ଉତ୍ତରୀ ୱେଲ୍ସର ଏକ ନଦୀ ନିକଟରେ ଟୁର ସମୟରେ ଜେମ୍ସ କ୍ଳୋଇକୁ ବିବାହ କରିବାର ପ୍ରସ୍ତାବ ଦେଲେ ।

ଏହା ପରେ କ୍ଳୋଇ ଏଥିରେ ରାଜି ହୋଇଗଲେ ଓ ୨୦୧୬ରେ ଦୁଇ ଜଣ ବିବାହ କରି ନେଲେ । ତାଙ୍କର ବର୍ତ୍ତମାନ ଓଲିବିୟା ନାମକ ଗୋଟିଏ ଝିଅ ବି ଅଛି । କ୍ଳୋଇ ଏକ ସାକ୍ଷାତ୍କାରରେ ପଛ ଦିନ କଥା ମାନେ ପକାଇ କହିଲେ କି ମୁଁ ଅଧିକ ହାଇଟ ଥିବା ପୁଅଙ୍କ ପ୍ରତି ଆକର୍ଷିତ ଥିଲି, କିନ୍ତୁ ଜେମ୍ସଙ୍କ ସହ ସାକ୍ଷାତ ପରେ ମୋର ଦୁନିଆ ପୂରାପୂରି ବଦଳି ଗଲା ।

ଜେମ୍ସ କହିଲେ କି ସେ ଯେତେବେଳେ ବଡ ହେଉଥିଲେ, ତେବେ ସେ ଆରମ୍ଭରୁ ଚିନ୍ତା କରୁଥିଲେ କି କଣ କେବେ ସେ ବିବାହ କରିବେ, କିନ୍ତୁ ବର୍ତ୍ତମାନ ତାଙ୍କର ସମ୍ପର୍କ ପ୍ରମାଣିତ କରି ଦେଇଛି କି ସମସ୍ତଙ୍କ ପାଇଁ କେହି ନା କେହି ଅଛନ୍ତି ।

Leave a Reply

Your email address will not be published. Required fields are marked *