ଅଦ୍ଭୁତ ନିୟମ ଏହି ଦେଶମାନଙ୍କରେ, କେଉଁଠି ଜଗିଙ୍ଗ କରିବା ମନା ତ କେଉଁଠି ଜିନ୍ସ ରେ ପ୍ରତିବନ୍ଧ- ଏହି ଦେଶରେ ତ…

ସମାଜକୁ ସଠିକ ରାସ୍ତା ରେ ଚଲେଇବା ପାଇଁ ନିୟମ ହବା ଅତି ଆବଶ୍ୟକ ଅଟେ । ଯଦି ଠିକ ନିୟମ ବ୍ୟବସ୍ଥା ନଥାଏ ତାହେଲେ ସ୍ଵାଭାବିକ କଥା ଲୋକଙ୍କୁ ହଇରାଣ ହବାକୁ ପଡିବ । କିନ୍ତୁ କେବେ ଆପଣମାନେ ଭାବିଚନ୍ତି ଲୋକଙ୍କୁ କଷ୍ଟ ରୁ ଉଧାର କରିଥିବା ନ୍ୟାୟ ଯଦି କଷ୍ଟ ର କାରଣ ହୋଇଯାଏ ତାହେଲେ କଣ ହେବ ? ବିଶ୍ଵ ରେ ଏମିତି କେତୋଟି ଦେଶ ଅଛି ଯାହା ନିୟମ ବିଷୟ ରେ ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଆସନ୍ତୁ ଜାଣିବା ଦୁନିଆ ର ଏମିତି କିଛି ଅଦ୍ଭୁତ ନିୟମ ବିଷୟରେ

ଚୁଇଙ୍ଗମ ଖାଇବା ଉପରେ ପ୍ରତିବନ୍ଧ :

ଦାରୁ, ସିଗ୍ରେଟ, ତମ୍ବାକୁ, ପାନ ମସଲା ଇତ୍ୟାଦି ଜିନିଷ ଉପରେ ପ୍ରତିବନ୍ଧ ଆପଣମାନେ ଶୁଣି ଥିବେ, କିନ୍ତୁ କନ କେବେ ଚୁଇଙ୍ଗମ ଉପରେ ପ୍ରତିବନ୍ଧ ଶୁଣିଚନ୍ତି ? ସିଙ୍ଗାପୁର ରେ ୨୦୦୪ ରେ ଚୁଇଙ୍ଗମ ଉପରେ ରୋକ ଲଗେଇଦୀୟା ଗଲା । ଏହି ନିୟମ ପଛେ ସରକାର ର ଏହି ଦଲିଲ ଥିଲା କି ସଫା ସଫି ରେ କଷ୍ଟ ହେଉଛି । ଏହି ଦେଶ ରେ ଆପଣ ବାହାରୁବି ଚୁଇଙ୍ଗମ ଆଣି ପାରିବେନି ।

ଛୁଆଙ୍କ ନା ନିଜ ଇଛା ରେ ରଖିପାରିବେ ନାହିଁ :

ଛୁଆ ଆପଣଙ୍କର ହେଲେ ଆପଣ ନିଜ ଇଛା ରେ ତାଙ୍କ ନା ରଖିପାରିବେନି । ଏହାପାଇଁ ସରକାର ଆପଣଙ୍କୁ କହିବ ଛୁଆ ର କଣ ନାଁ ରଖାହେବ । ଏହି ଅଦ୍ଭୁତ ନିୟମ ଡେନମାର୍କ ରେ ଅଛି ଯେଉଁଠି ଲୋକ ନିଜ ଛୁଆ ନା ନିଜେ ରଖନ୍ତି ନାହିଁ ସରକାର ରଖେ । ଏହା ପାଇଁ ସରକାର ଦ୍ଵାରା ୭୦୦୦ ନାଁର ଏକ ଲିଷ୍ଟ ବାପମାଆଙ୍କୁ ଦିଆ ଯାଏ ଯେଉଁଥିରୁ ଗୋଟେ ତାଙ୍କୁ ବାଛିବାକୁ ପଡେ । ଯଦି ଆପଣ ଏମିତିକା ନା ରଖୁଛନ୍ତି ଯାହା ଲିଷ୍ଟ ରେ ନାହିଁ ତାହେଲେ ଆପଣଙ୍କୁ ସରକାର ଏବଂ ଚର୍ଚ୍ଚ ରୁ ଅନୁମତି ନବାକୁ ପଡେ ।

ଜଗିଙ୍ଗ କରିବା ମନା :

ପୂର୍ବ ଆଫ୍ରୀକା ରେ ବୁରୁଂଡୀ ଏକ ଦେଶ ଅଛି ଯେଉଁଠି ଜଗିଙ୍ଗ କରିବା ମନା । ୨୦୧୪ ମସିହା ରେ ଏଠାର ରାଷ୍ଟ୍ରପତି ଜଗିଙ୍ଗ ଉପରେ ରୋକ ଲଗାଇଥିଲେ ।

ନୀଳ ଜିନ୍ସ ଉପରେ ପ୍ରତିବନ୍ଧ :

ଉତ୍ତରୀ କୋରିୟା ର କିମ ଯୋଙ୍ଗଙ୍କ ଏକଛତ୍ର  ଶାସନ ବିଷୟ ରେ ଆପଣ ଶୁଣିଥିବେ । ଉତ୍ତରୀ କୋରିୟା ରେ ନୀଳ ରଙ୍ଗ ଜିନ୍ସ ଉପରେ ପ୍ରତିବନ୍ଧ ଅଛି । ପଶ୍ଚିମ ସଂସ୍କୃତି ପ୍ରଭାବରୁ ବଞ୍ଚିବାପାଇଁ ଉତ୍ତରୀ କୋରିୟା ଏହି ପ୍ରତିବନ୍ଧ ଲଗାହୋଇଛି ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ । ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *