ଏହି ଦିଦିଙ୍କର ନିଆରା ଢଙ୍ଗରେ ପାଠ ପଢା ହେଉଛି ଭାଇରାଲ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆଜିକାଲି ଶିକ୍ଷକ ଶିକ୍ଷୟତ୍ରୀ ମାନେ ପିଲାଙ୍କୁ ପାଠ ପଢାଇବା ପାଇଁ ନୂଆ ନୂଆ ପନ୍ଥା ଆପଣେଉଛନ୍ତି । ଆଜି କାଲୀ ବେତ ପାହାର ନ ଦେଇ ପିଲାଙ୍କୁ ପାଠ ପଢିବା ପାଇଁ ନାଚ ଗୀତ ର ନୂଆ ପନ୍ଥା ଆରମ୍ଭ କରିଛନ୍ତି ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ । ବର୍ତ୍ତମାନ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯେଉଁ ଠାରେ ଭଦ୍ରକ ଜିଲ୍ଲା ର ତିହିଡି ଅଞ୍ଚଳର ଜେଣ ଅଙ୍ଗନବାଡି ଦିଦି ଭିନ୍ନ ଅନ୍ଦାଜରେ ପିଲାଙ୍କୁ ପଠା ପଢାଉଥିବାର ନଜର ଆସୁଛନ୍ତି ।

ଏହି ଭିଡିଓ ରେ ଅଙ୍ଗନ ବାଡି ଦିଦି ପିଲାଙ୍କୁ ଗୀତ ମାଧ୍ୟମ ରେ ପାଢ ପଢାଉଥିବାର ନଜର ଆସୁଛନ୍ତି । ସେ ପିଲାଙ୍କୁ କହୁଛନ୍ତି ଯେ ହାତ ଟେକି ଉପରୁ ଚାହିଁବା ଯାହାକୁ ଶୁଣିବା ପରେ ପିଲା ମାନେ ଗୀତ ଗାଇ ଡ୍ୟାନ୍ସ କରି ସେହି କାମ କରୁଛନ୍ତି ।

ଏହା ପରେ ଆସ ଆମ ଖେଳିବା ଗୀତ ଗାଇବା ପରେ ପିଲା ମାନେ ହାତ ହଲାଇ ସେହି ଭଳି ପ୍ରତିକ୍ରିୟା ଦେଉଛନ୍ତି । ମୁଣ୍ଡ ଆମ ଛୁଇଁବା ଗୀତ କହିବା ପରେ ପିଲା ମାନେ ନିଜ ମୁଣ୍ଡ ଉପରେ ହାତ ରଖୁଛନ୍ତି ଯାହା ଏହି ଭିଡିଓରୁ ଜଣା ପଡୁଛି ।

ଅଣ୍ଟା ଆମ ଛୁଇଁବା, ବୁଢା ଆଙ୍ଗୁଠି ହାତରେ ଛୁଇଁ ତଳକୁ ଆମେ ଚାହିଁବା ଅଙ୍ଗନବାଡି ଦିଦି ଗୀତ ଗାଇବା ପରେ ପିଲା ମାନେ ଡ୍ୟାନ୍ସ କରି ଠିକ ସେହି ପରି କରୁଛନ୍ତି । କାନ୍ଧ ଆମ ଛୁଇଁବା, ଉପରକୁ ଡେଇଁବା ଗୀତ ଗାଇବା ପରେ ପିଲା ମାନେ ନିଜର କାନ୍ଧ ଛୁଇଁ ଉପରକୁ ଡେଇଁବା ଭଳି ପ୍ରତିକ୍ରିୟା ଦେଉଛନ୍ତି ଯାହା ଏହି ଭିଡିଓ ରୁ ଜଣା ପଡୁଛି । ଉପରକୁ ଡେଇଁ ଆମେ ଚକା ଆମରି ବସିବା ଦିଦି କହିବା ପରେ ପିଲା ମାନେ ଠିକ ସେହି ଭଳି କରି ତଳେ ବସି ଯାଉଛନ୍ତି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ଗୋଡ ହାତ ଲମ୍ବାଇ ବସିବା କହିବା ପରେ ପିଲା ମାନେ ଠିକ ସେହି ପରି କହୁଛନ୍ତି ।

ଆଁଠୁରେ ମୁଣ୍ଡ ଲଗାଇ ଗୋଡ କୁ ସିଧା ରଖିବା ଅଙ୍ଗନ ବାଡି ଦିଦି କହିବା ପରେ ପିଲା ମାନେ ଠିକ ସେମିତି କରିବାର ଏହି ଭିଡିଓ ରେ ନଜର ଆସୁଛନ୍ତି । ତେବେ ଏତିକି କୁହା ଯାଇପାରେ ଯେ ଅଙ୍ଗବାଡି ଦିଦି ଙ୍କର ପାଠ ପଢାଇବାର ଏହି ନୂଆ ପ୍ରଣାଳୀ ନିଆରା ଅଟେ ।

ଯାହା ସତରେ ପ୍ରଶଂସା ଯୋଗ୍ୟ ଅଟେ । ଯେଉଁ ପିଲା ମାନେ ପାଠ ପଢୁ ନାହାନ୍ତି ସେମାନଙ୍କ ପାଇଁ ଏହି ନୂଆ ପନ୍ଥା ଟି ହୁଏ ତ କିଛି କାମରେ ଆସିପାରେ । ଯାହା ଦ୍ଵାରା ପିଲା ମାନେ କିଛି ନୂଆ ଜିନିଷ ଶିଖିବାକୁ ପାଇବେ । ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *