ଏହି ଦୃଷ୍ଟିହୀନ ଯୁବକର ଗୀତ ଶୁଣି ଆପଣଙ୍କ ହୃଦୟ ବି ତରଲି ଯିବ: ଥରେ ନିଶ୍ଚୟ ଶୁଣନ୍ତୁ

ଏହି ଦୁନିଆରେ ଭଗବାନ ସମସ୍ତଙ୍କୁ କିଛି ନା କିଛି ପ୍ରତିଭା ଦେଇଛନ୍ତି । ଆପଣଙ୍କୁ କେବଳ ନିଜ ମଧ୍ୟରେ ଥିବା ସେହି ପ୍ରତିଭାକୁ ଚିହ୍ନିବାର ଅଛି । ଆଜି ଆମେ ଆପଣଙ୍କୁ ଏମିତି ଏକ ଯୁବକ ବିଷୟରେ କହିବୁ ଯାହାର ଆଖି ନାହିଁ କିନ୍ତୁ ତାଙ୍କର କଣ୍ଠ ବହୁତ ମଧୁର ଅଟେ ଓ ସେ ଭଲ ଗୀତ ଗାଆନ୍ତି । ଭଗବାନ ତାଙ୍କୁ ଆଖି ଦେଇ ନାହାନ୍ତି କିନ୍ତୁ ସେ ସେଥିପାଇଁ ଦୁଖିତ ନାହାନ୍ତି ଓଲଟା ସେ ନିଜର ପ୍ରତିଭାକୁ ଚିହ୍ନି ପାରି ଗୀତ ଗାଉଛନ୍ତି ।

ଝାରସୁଗୁଡା ପଞ୍ଚପଡାର ଦିବ୍ୟାଙ୍ଗ ଯୁବକ ଭୀମ ସା ଜନ୍ମରୁ ହିଁ ଅ-ନ୍ଧ । କିନ୍ତୁ ଏହା ସତ୍ବେ ବି ସେ ପାଠ ପଢିଛନ୍ତି । ଏତିକି ନୁହେଁ ସେ ଭୁବନେଶ୍ଵର ବିଜେବି କଲେଜରେ + ୩ ମଧ୍ୟ କରିଛନ୍ତି । ପିଲାଦିନୁ ହିଁ ତାଙ୍କର ସଙ୍ଗୀତ ପ୍ରତି ବହୁତ ରୁଚି ଥିଲା ।

ସେ ବିଭିନ୍ନ ଭଜନ, ଓଡିଆ ଆଲବମ ଗୀତ, ହିନ୍ଦୀ ଗୀତ ବହୁତ ସୁନ୍ଦର ଭାବରେ ଗାଆନ୍ତି । ଗୀତ ସହ ସେ ନିଜର ଛାତି ଓ ପାଟି କିମ୍ବା ଅନ୍ୟ କୌଣସି ଜିନିଷ ଦ୍ଵାରା ବହୁତ ସୁନ୍ଦର ତାଳ ବାହାର କରି ଗୀତ ଗାଆନ୍ତି । ଯାହାକି ତାଙ୍କୁ ସମସ୍ତଙ୍କ ଗହଣରେ ଏକ ଭିନ୍ନ ପରିଚୟ ଦେଇଥାଏ । ଭୀମ ସା କହିଲେ କି ପିଲାଦିନୁ ହିଁ ମୋର ସଙ୍ଗୀତ ପ୍ରତି ରୁଚି ଥିଲା । ମୁଁ ଯେତେବେଳେ ସୁନ୍ଦରଗଡ ଦୃ-ଷ୍ଟି-ହୀ-ନ ବିଦ୍ୟାଳୟରେ ପଢୁଥିଲେ ସେହି ସମୟରେ ମୁଁ ପଢିବା ସମୟରେ ସଙ୍ଗୀତ ମଧ୍ୟ ଶିଖୁ ଥିଲି ।

ମୋର ସଙ୍ଗୀତ ଗୁରୁଙ୍କ ଠାରୁ ହିଁ ମୁଁ ଗୀତ ଶିଖିଛି । ସେ ମୋତେ ବିଭିନ୍ନ କାର୍ଯ୍ୟକ୍ରମକୁ ବି ନେଇ ଯାଉଥିଲେ ଯେଉଁଠି ମୁଁ ଗୀତ ଗାଉଥିଲି । ଭୀମ ସା ଆଗକୁ କହିଲେ କି ମୋର ମା ଦିନ ମଜୁରି କରି ବହୁତ କଷ୍ଟରେ ପରିବାରର ଦେଖାଶୁଣା କରୁଛନ୍ତି । ସରକାରଙ୍କ ତରଫରୁ ଯେଉଁ ଇନ୍ଧିରା ଆବାସ ଘର ଓ ଚାଉଳ ମିଳିବା କଥା ତାହା ତାଙ୍କୁ ମିଳୁ ନାହିଁ । ଯଦି ସରକାର ଆମକୁ ଏହି ସମସ୍ତ ସୁବିଧା ପ୍ରଦାନ କରିବେ ଓ କିଛି ଆର୍ଥିକ ରୂପରେ ସାହାର୍ଯ୍ୟ କରିବେ ତେବ ମୁଁ ଆଗକୁ ବି ପଢି ପାରିବି ।

ମୁଁ ଆଗକୁ ମଧ୍ୟ ଗୀତ ଗାଇ ପାରିବି । ଭୀମ ମଧ୍ୟରେ ଏହା ଗୋଟିଏ ପ୍ରତିଭା ନାହିଁ ସେ ଅନ୍ୟ ବ୍ୟକ୍ତିମାନଙ୍କର ନକଲ ମଧ୍ୟ କରିବାରେ ବହୁତ ମାହିର ଅତନତି । ବଡ ବଡ ବ୍ୟକ୍ତିମାନଙ୍କର ସେ ମିମିକିରି କରିବାରେ ମାହିର ଅଟନ୍ତି ।

ସେ ନବୀନ ପଟ୍ଟନାୟକ ଓ ନରେନ୍ଦ୍ର ମୋଦୀଙ୍କ ନକଲ କରନ୍ତି ଭୀମ ସା । ତାଙ୍କର କହିବା ଅଟେ କି ସରକାର ଯଦି ସାହାର୍ଯ୍ୟ କରିବେ ତେବେ ସେ ଆଗକୁ ପଢିବେ ଓ ସଙ୍ଗୀତ କ୍ଷେତ୍ରରେ ବି ଆଗକୁ ବଢି ପାରିବେ । ସବୁଠୁ ଦୁଃଖର କଥା ଏହା ଅଟେ କି ଭୀମ ସାଙ୍କ ପିତା ବହୁ ଦିନ ହେବ ଆରା ପାରିକୁ ଚାଲି ଯାଇଛନ୍ତି । ମା ଦିନ ମଜୁରିଆ କରି ପୁଅ ଓ ଝିଅ ସହ ନିଜ ପେଟ ପାଉଛନ୍ତି ।

Leave a Reply

Your email address will not be published. Required fields are marked *