ଏହି ଗଛ ପଇସାକୁ ଚୁମ୍ବକ ଭଳି ଟାଣି ଥାଏ, ଯେଉଁଠି ଥାଏ ଏହି ଗଛ ସେଠି ଥାଏ କୁବେରଙ୍କ ଖଜାନା

ଗଛଲତା ଆମ ସମସ୍ତଙ୍କ ଜୀବନରେ କେତେ ମହତ୍ଵ ରଖିଥାଏ ଏହା ଆପଣ ସମସ୍ତେ ଜାଣିଛନ୍ତି । ଗଛଲତା ଆମ ଆଖପାଖର ବାତାବରଣକୁ ସ୍ଵଚ୍ଛ ରଖିବା ସହିତ ମନକୁ ବି ଶାନ୍ତି ଦେଇଥାଏ । ଘରେ ଗଛଲତା ଲଗାଇବା ଦ୍ଵାରା ଘରର ସୁନ୍ଦରତା ବି ବଢିଥାଏ । କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ଗୋଟିଏ ଗଛ ଆପଣଙ୍କ ସୋଭାଗ୍ୟ ଓ ଦୁର୍ଭାଗ୍ୟର ବି କାରଣ ହୋଇଥାଏ । ବାସ୍ତୁ ଶାସ୍ତ୍ରରେ କିଛି ଗଛକୁ କଲ୍ୟାଣକାରି ବି କୁହାଯାଏ ଓ ଏମାନଙ୍କୁ ଘରେ ଲଗାଇବା ଦ୍ଵାରା ଘରର ସମସ୍ତ ବସ୍ତୁ ଦୋଷ ବି ଦୂର ହୋଇଥାଏ ।

ଧନ ସମ୍ବନ୍ଧିତ ସମସ୍ୟା ବି ଦୂର ହୋଇଥାଏ । ମାତା ଲକ୍ଷ୍ମୀଙ୍କ କୃପା ମଧ୍ୟ ରହିଥାଏ । ଆଜି ଆମେ ଆପଣଙ୍କୁ ୫ ଟି ଏମିତି ଗଛ ବିଷୟରେ କହିବୁ ଯାହାକୁ ଘରେ ଲଗାଇବା ଦ୍ଵାରା ଦୁର୍ଭାଗ୍ୟ ସୋଭାଗ୍ୟରେ ପରିଣତ ହୋଇଯାଏ ।

ତୁଳସୀ ଗଛ

ତୁଳସୀ ଗଛକୁ ଘରର ପୂର୍ବ ଦିଗର କିମ୍ବା ଉତ୍ତର ପୂର୍ବ ଦିଗରେ ଲଗାଇବା ଉଚିତ । ଏହିଭଳି କରିବା ଦ୍ଵାରା ଏହା ଘରର ସମସ୍ତ ବାସ୍ତୁ ଦୋଷକୁ ଦୂର କରିଥାଏ । ଏହି ଗଛ ଘରର ନକରତ୍ମକତାକୁ ବି ଦୂର କରିଥାଏ । ତୁଳସୀ ଗଛ ତଳେ ନିୟମିତ ରୂପରେ ଦୀପ ଲଗାଇବା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଓ ଘରେ ଧନଧାନ୍ୟ ପରିପୂର୍ଣ ରୁହେ । ଘରେ କୌଣସି ବି ପ୍ରକାରର ସମସ୍ୟା ବି ରୁହେ ନାହିଁ । ରବିବାର ଦିନ ଭୁଲରେ ବି ତୁଳସୀ ଗଛର ପୂଜା କରନ୍ତୁ ନାହିଁ ଓ ନା ହିଁ ଦୀପ ଲଗାଇବେ ।

ମନିପ୍ଳାଣ୍ଟ

ମନିପ୍ଲାଣ୍ଟ ବିଷୟରେ କୁହାଯାଏ କି ଏହି ଗଛ ଯେତେ ଜଲ୍ଦି ବଢିଥାଏ ସେତିକି ହିଁ ଘରେ ଧନ ସମୃଦ୍ଧି ଆସିଥାଏ । ଏହି ଗଛକୁ ସବୁବେଳେ ଦକ୍ଷିଣ ପୂର୍ବ ଦିଗରେ ଲଗାଇବା ଉଚିତ । ଏହି ଗଛ ଦ୍ଵାରା ଘରେ ସକରାତ୍ମକତା ଆସିଥାଏ ।

ପାରିଜାତ ଗଛ

ପାରିଜାତ ଗଛକୁ ସ୍ଵର୍ଗ ଗଛ ବୋଲି ବି କୁହାଯାଏ । ଏହି ଗଛର ସୁଗନ୍ଧ ଦୂର ଦୂର ପର୍ଯ୍ୟନ୍ତ ବ୍ୟାପି ଥାଏ । କୁହାଯାଏ କି ଯେଉଁ ଘରେ ଏହି ଗଛ ଥାଏ ସେଠି ସମସ୍ତ ଦେବୀ ଦେବତାଙ୍କ ଆଶୀର୍ବାଦ ରହିଥାଏ ।

ସମି ଗଛ

ସମି ଗଛ ବି ଘରେ ଲଗାଇବା ବହୁତ ଶୁଭ ହୋଇଥାଏ । ଏହି ଗଛକୁ ଘରର ମୁଖ୍ୟ ଦ୍ଵାରା ବାମ ପଟେ ଲଗାଯାଏ ଓ ଏହି ଗଛ ତଳେ ସବୁଦିନ ସୋରିଷ ତେଲର ଦୀପ ଲଗାଇବା ଦ୍ଵାରା ଶନିଦେବ ପ୍ରସନ୍ନ ହୋଇଥାନ୍ତି । ଆପଣଙ୍କର ସମସ୍ତ ଶନିଦୋଷ ମଧ୍ୟ ଦୂର ହୋଇଯାଏ । ଏହିଭଳି କରିବା ଦ୍ଵାରା ଘରେ ଧନଧାନ୍ୟର ଅଭାବ ହୁଏ ନାହିଁ ।

ଅଁଳା ଗଛ

ଅଁଳା ଗଛକୁ ବି ବହୁତ ଶୁଭ ବୋଲି କୁହାଯାଇଛି । ଏଥିରେ ଦେବତାମାନେ ବାସ କରନ୍ତି । ଏହି ଗଛକୁ ଘରେ ଲଗାଇବା ସହ ସବୁଦିନ ଦୀପ ଦେବା ଦ୍ଵାରା ନାରାୟଣ ଓ ଲକ୍ଷ୍ମୀର ଆଶୀର୍ବାଦ ମିଳିଥାଏ ।

Leave a Reply

Your email address will not be published. Required fields are marked *