ମଶା ଘଉଡାଇବା ପାଇଁ ବହୁତ ରାସାଯନିକ ପଦାର୍ଥର ବ୍ୟବହାର କରିଥାନ୍ତି । ଏହା ଶ୍ଵାସ ଓ ପରିବେଶ ପାଇଁ କ୍ଷତିକାରକ ହୋଇଥାଏ । ଯଦି ଆପଣ ପ୍ରାକୃତିକ ଭାବରେ ମଶା ଠାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତାହେଲେ ଏହି ମଶା ଘଉଡେଇବା ଗଛ ଲଗାନ୍ତୁ । ଏହା କେବଳ ମଶା ଠାରୁ ରକ୍ଷା ଦେଇ ନଥାନ୍ତି, ସେ ଆପଣଙ୍କ ବଗିଚାର ସୌଦର୍ଯ୍ୟକୁ ମଧ୍ୟ ବଢାଇ ଥାନ୍ତି । ଏହି ସମସ୍ତ ଗଛ ଯଦି ଆପଣଙ୍କ ଆଖପାଖରେ ନହିଁ ଯଦି ଆପଣ ଚାହିଁବେ ଅନଲାଇନ କିଣିପାରିବେ ।
ରୋଜମେରି :- ଏହା ଗୋଟେ ମଶ୍କୁଇଟୋ ରିପ୍ଳାଣ୍ଟ ଅଟେ । ଏହି ଗଛ ଗୁଡିକ ଚାରିରୁ ପାଞ୍ଚ ମିଟର ହୋଇଥାଏ । ଏଥିରେ ନୀଳ ଫୁଲ ହୋଇଥାଏ । ଏହା ଗରମ ପାଗରେ ବଢିଥାଏ । ଏହା ବଢିବାକୁ ଗରମ ପାଗର ଦରକାର ହୋଇଥାଏ । ଏଣୁ ଏହାକୁ ଗୋଟେ କୁଣ୍ଡରେ ଲଗାନ୍ତୁ । ସିତ ଦିନେ ଏହାକୁ ଘର ଭିତରେ ରଖନ୍ତୁ ଗ୍ରୀଷ୍ମ ଦିନେ ଏହି ଗଛକୁ ଘ୍ର ଭିତରେ ରଖନ୍ତୁ ।
ସିଟ୍ରୋନାଲ :- ଏହି ଗଛ ମଶା ଦୂର କରାଇବା ପାଇଁ ଗୋଟେ ଉତ୍ତମ ଗଛ ଅଟେ । ଏହା ଦୁଇ ମିଟର ପର୍ଯ୍ୟନ୍ତ ବଢିଥାଏ ଆଉ ଏହାର ଲାଭେଣ୍ଡର ଭଳି ଫୁଟିଥାଏ । ଏହି ଗଛରୁ ବାହାରୁ ଥିବା ସାଇଟ୍ରିନାଲ ତେଲ ହବର୍ଲ ଉତ୍ପାଦରେ ମହମ, ଦୀପ ଇତ୍ୟାଦିରେ ବ୍ଯବହୃତ ହୋଇଥାଏ । ଏହି ଘାସ ଡେଙ୍ଗୁ ମଶା ସୃଷ୍ଟି କରୁଥିବାକୁ ଦୂର କରିଥାଏ । ଶିଟ୍ରୋନାଲ ଚରମ ପାଇଁ ବହୁତ ସୁରକ୍ଷିତ ହୋଇଥାଏ । ଏହା ଦୀର୍ଘ ସମୟ ଧରି ପ୍ରଭାବ ଶାଳି ହୋଇଥାଏ ।
ଗେଣ୍ଡୁଫୁଲ ବା ମଣ୍ଡା ଫୁଲ :- ଗେଣ୍ଡୁ ଫୁଲରେ ଗୋଟେ ପ୍ରକାରର ଗନ୍ଧ ଥାଏ । ଯାହା ମଶାଙ୍କୁ ପସନ୍ଦ ଆସିନଥାଏ ଏହି ଗଛ ଗୁଡିକ 3 ଇଞ୍ଚିରୁ 6 ଫୁଟ ପର୍ଯ୍ୟନ୍ତ ବଢିଥାଏ । ଗେଣ୍ଡୁ ଫୁଲ ଓ ଆଫ୍ରିକୀୟ ଦୁଇ ପ୍ରକାରର ହୋଇଥାଏ । ଯାହା ମସଡା ଘଉଡେଇବା ପାଇଁ ଲାଭ ଦାୟକ ହୋଇଥାଏ । ଗେଣ୍ଡୁ ଗଛ ଅନ୍ୟ କୀଟ ପତଙ୍ଗକୁ ମଧ୍ୟ ଦୁରାଇ ରଖିଥାଏ । ଏହି ଗଛ ସୂର୍ଯ୍ୟ କିରଣରେ ବଢିଥାନ୍ତି । ମାସକୁ ଦୁରାଇ ରଖିବା ପାଇଁ ଏହାକୁ ବଗିଚାରେ କିମ୍ବା ବାରଣ୍ଡାରେ ରଖିବେ ।
କ୍ଯାଟନିପ :- ଏହା ହେଉଛି ଗୋଟେ ଔଷଧୀୟ ବୃକ୍ଷ, ଏହା ପୁଦିନା ଭଳି ହୋଇଥାଏ । ପ୍ରାଚୀନ କାଳରୁ ଏହାକୁ ମଶା ଋପ୍ଳେଣ୍ଟରେ ବ୍ୟବହାର କରାଯାଇଥାଏ । ନିକଟରେ ହୋଇଥିବା ଗୋଟେ ଅଧ୍ୟୟନ ଅନୁଯାଇ ଡି ଇଇ ଟି ଠାରୁ ଅଧିକ ପ୍ରଭାବଶାଳି ହୋଇଥାଏ । ଏହା ଏକ ବାରମାସି ଉଦ୍ଭିଦ ଅଟେ । ଏହା ସୂର୍ଯ୍ୟ କିରଣ ଓ ଆଂଶିକ ଛାଇରେ ବଢିଥାଏ । ଏହାର ଫୁଲ ଗୁଡିକ ଧଳା ଓ ଲାଭେଣ୍ଡର ଭଳି ହୋଇଥାଏ । ମଶାକୁ ଦୂରେଇ ରଖିବା ପାଇଁ ଏହାକୁ ଘରେ ଓ ଛାତ ଉପରେ ରଖନ୍ତୁ ।
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।