ଜୀବନ ନେଉଛି ଏହି ଝୁଲା ପୋଲ, ‘Death Trap’ For Tourists

ରାୟଗଡାର ଏହି ଝୁଲା ପୋଲକୁ ଦେଖିବା ପାଇଁ ଏଥିରେ ଛିଡା ହୋଇ ପ୍ରକୃତିକୁ ଅନୁଭବ କରିବା ପାଇଁ ବିଭିନ୍ନ ସ୍ଥାନରୁ ଶହ ଶହ ପର୍ଯ୍ୟଟକ ଆସିଥାନ୍ତି । ଏହି ଝୁଲା ବ୍ରିଜ ଉପରେ ଚଢି ବୁଲିବା ସହିତ ସେଲ୍ଫି ଓ ନିଜର ଫଟୋ ମଧ୍ୟ ଉଠାନ୍ତି । କିନ୍ତୁ ବର୍ତ୍ତମାନ ଏହି ପୋଲ ମୃ-ତ୍ୟୁର ଦ୍ଵାର ବୋଲି ବିବେଚିତ ହେଉଛି । ରାୟଗଡା ସହରର ନାଗାବଳୀ ନଦୀ ଉପରେ ଏହି ପୋଲ ତିଆରି ହୋଇଛି । ଏହି ପୋଲ ଓ ଏହାର ଆଖ ପାଖରେ କିଛି ପର୍ଯ୍ୟଟକର ଜୀବନ ଚାଲି ଯାଇଛି । ଦୁଇ ଦିନ ତଳେ ଏହି ଝୁଲା ପୋଲରେ ଜଣେ ଯୁବକ ନିଜର ସେଲ୍ଫି ନେଉଥିବା ସମୟରେ ଅଚାନକ ନିଖୋଜ ହୋଇଗଲେ । ଏହା ପର ଠାରୁ ହିଁ ଅଗ୍ନିସମ ବାହିନୀ ତରଫରୁ ତାଙ୍କୁ ଖୋଜା ଚାଲିଛି ।

କେବଳ ଏହି ଯୁବକ ନୁହେଁ ଏହା ପୂର୍ବରୁ ବହୁତ ଯୁବକ ନଦୀ ନିକଟରେ ଫଟୋ ଓ ଭି-ଡି-ଓ ନେଉଥିବା ସମୟରେ ଦୁ-ର୍ଘ-ଟ-ଣାର ଶି-କା-ର ହୋଇଛନ୍ତି । ଯାହାକୁ ନେଇ ବର୍ତ୍ତମାନ ସମସ୍ତେ ଭ-ୟ-ଭୀ-ତ ହୋଇ ଯାଇଛନ୍ତି । ପ୍ରାକୃତିକ ପରିବେଶ, ନଦୀ ଓ ଝୁଲା ପୋଲକୁ ଦେଖିବା ପାଇଁ ବହୁତ ଲୋକମାନେ ଏହି ସ୍ଥାନକୁ ଆସିଥାନ୍ତି । କିନ୍ତୁ କେତେକ ଲୋକମାନେ ଏଠି ଦୁ-ର୍ଘ-ଟ-ଣାର ଶି-କା-ର ହେଉଛନ୍ତି ।

ସ୍ଥାନୀୟ ଲୋକମାନଙ୍କ କହିବା ଅନୁଯାୟୀ ୨୦୧୮ରୁ ଆଜି ପର୍ଯ୍ୟନ୍ତ ଏହି ସ୍ଥାନରେ ୨୦ରୁ ଅଧିକ ଲୋକମାନଙ୍କ ଜୀବନ ଚାଲି ଯାଇଛି । ଅନ୍ୟ ପଟେ କିଛି ପର୍ଯ୍ୟଟକମାନଙ୍କକ କହିବା ଅଟେ କି ସୁରକ୍ଷା ଗାର୍ଡ ଓ କଡା କଟକଣା କରିଲେ ହିଁ ଏହି ସବୁ ଦୁ-ର୍ଘ-ଟ-ଣାକୁ ରୋକୀ ହେବ । ଜଣେ ସ୍ଥାନୀୟ ବାସିନ୍ଦା କହିଲେ କି ଓଡିଶା, ଛତିଶଗଢ ଓ ଆନ୍ଧ୍ରପ୍ରଦେଶରୁ ବହୁତ ପର୍ଯ୍ୟଟକ ଏହି ସ୍ଥାନକୁ ବୁଲିବା ପାଇଁ ଆସିଥାନ୍ତି । କିନ୍ତୁ ସେମାନଙ୍କୁ ଏଠି ନଦୀର ଗଭୀରତା ବିଷୟରେ ଅନ୍ଦାଜ ନ ଥାଏ ।

ସେଲ୍ଫି ଓ ଫଟୋ ନେବା ସମୟରେ ନଦୀ ମଧ୍ୟରେ ବୁଡି ଯାଉଛନ୍ତି । ବହୁତ ଧନଜୀବନ ହାନି ହୋଇଛି । ଏମିତିରେ ସରକାରଙ୍କୁ ଏଥି ପ୍ରତି ଦ୍ରୁଷ୍ଟି ଦେବାକୁ ପଡିବ । ରାୟଗଡାର ଜିଲ୍ଲାପାଲ ସରୋଜ କୁମାର ମିଶ୍ର କହିଲେ କି ନ ଜାଣି ପାରି ପର୍ଯ୍ୟଟକ ପାଣି ମଧ୍ୟକୁ ଓଲହାଇ ପଡ଼ୁଛନ୍ତି । ଯେଉଁ କାରଣରୁ ଏହି ସବୁ ଦୁ-ର୍ଘ-ଟ-ଣା ହେଉଛି । ଆମେ କିଛି ସ୍ଥାନୀୟ ଲୋକମାନଙ୍କୁ ଏହି ଝୁଲା ପୋଲ ନିକଟରେ ନିଯୁକ୍ତି ଦେଇ ଲୋକମାନଙ୍କୁ ସଜାଗ ଓ ସୁରକ୍ଷା ଦେବା ପାଇଁ ଚେଷ୍ଟା କରୁଛୁ ।

Leave a Reply

Your email address will not be published. Required fields are marked *