ଏହି କାରଣ ପାଇଁ ଝିଅଟିର ଓଜନ କେବଳ ୨୮ କେଜି ରହି ଯାଇ ଥିଲା, ଏହା ପରେ କଲେ କିଛି ଏମିତି ଯାହା ପରେ ଦେଖା ଗଲେ ବହୁତ ସୁନ୍ଦର

ଖାଦ୍ୟ କୌଣସି ମଣିଷ ର ବହୁତ ଆବଶ୍ୟକ ଜିନିଷ ଅଟେ, ଏହା ବିନା କାହାର ବଞ୍ଚିବା ସମ୍ଭବ ନୁହଁ, କିନ୍ତୁ ଇଂଲାଣ୍ଡ ର ଗୋଟେ ଝିଅ ଖାଇବା ଛାଡି ଦେଇ ଥିଲେ ଯାହା କାରଣ ପାଇଁ ତାଙ୍କ ଓଜନ କେବଳ ୨୮ କେଜି ମାତ୍ର ରହି ଯାଇ ଥିଲା । ଝିଅ ଅବସ୍ତା ଏତେ ଖରାପ ଥିଲା ଯେ କେବେ ବି ତାଙ୍କ ମୃତ୍ୟୁ ହୋଇ ପାରିବ ବୋଲି କୁହା ଯାଉଥିଲା ।

କିନ୍ତୁ ଏହା ପରେ ଝିଅ କିଛି ଏମିତି କଲେ ଯାହା ପରେ ତାଙ୍କ ଓଜନ ବଢିବାକୁ ଲାଗିଲା ଏବଂ ଝିଅ ଏହା ପରେ ବହୁତ ସୁନ୍ଦର ହୋଇ ଗଲେ ।

ଡର୍ବୀଶାୟର ନିବାଶି ଏନୀ ୱିଂଡଲୀ ଯେତେବେଳେ ୧୫ ବର୍ଷ ର ଥିଲେ, ସେତେବେଳୁ ତାଙ୍କୁ ଏନୋରେକସିୟା ନାମକ ଗୋଟେ ରୋଗ ହୋଇ ଥିଲା । ଏହି ରୋଗରେ ଲୋକଙ୍କୁ ଖାଦ୍ୟ ଜିନିଷ ଠାରୁ ଡର ଲାଗି ଥାଏ ରୋଗୀ ମନରେ ସବୁବେଳେ ଗୋଟେ କଥା ଆସେ ଯେ ଏହି ଖାଦ୍ୟ ଦ୍ଵାରା ମୋ ଓଜନ ବଢି ଯିବ । ଏହି କଥା ମଣିଷ ମାନସିକ ସ୍ଥିତିକୁ ଏହି ଭଳି କରି ଥାଏ ଯାହା ଫଳରେ ମଣିଷ ଖାଇବା ଛାଡି ଦିଏ ।

ଏନୀ ୱିଂଡଲୀକୁ ବି ଏହି ରୋଗ ହୋଇ ଯାଇ ଥିଲା, ଏହା ପରେ ତାଙ୍କ ଓଜନ ବହୁତ ଶୀଘ୍ର କମିବାକୁ ଲାଗିଲା, ଓ ଗୋଟେ ସମୟ ଏମିତି ଆସିଲା ଯେତେବେଳେ ତାଙ୍କ ଓଜନ କେବଳ ୨୮କେଜି ରହି ଯାଇ ଥିଲା । ସେହି ସମୟରେ ଏନୀଙ୍କୁ ଦେଖିଲେ ଏମିତି ଲାଗୁଥିଲା ଯେମିତି ସାମ୍ନା ରେ ହାଡ କଙ୍କାଳ ଠିଆ ହୋଇଛି । ୨୧ ବର୍ଷ ବୟସ ପର୍ଯ୍ୟନ୍ତ ବହୁତ କଷ୍ଟରେ ଏନୀ ଏହି ରୋଗ ସହ ଲଢେଇ କଲେ, କିନ୍ତୁ ଏହା ପରେ ତାଙ୍କ ଅବସ୍ତା ଆହୁରି ଖରାପ ହୋଇ ଗଲା । ତାଙ୍କୁ ବହୁତ ଥର ହସ୍ପିଟଲ ରେ ଭର୍ତି କରିବାକୁ ପଡିଲା, ଏନୀଙ୍କ ଶରୀରରୁ ସବୁ ପ୍ରକାର ପୋଷକ ତତ୍ଵ ସମାପ୍ତ ହୋଇ ଯାଇ ଥିଲେ ।

ମିଡିଆ ରିପୋର୍ଟ ଅନୁଯାଇ ଖାଦ୍ୟ ନାଁ ରେ ଏନୀ ୫ ବର୍ଷ କେବଳ ବ୍ରେଡ ଆଉ ଜାମ ଖାଇ ଥିଲେ ଯାହା ପରେ ଡକ୍ଟର ମଧ୍ୟ କହିଲେ ଯଦି ଏନୀ ଖାଦ୍ୟ ଖାଇବା ଆରମ୍ଭ ନକଲେ ତେବେ ତାଙ୍କ ମୃତ୍ୟୁ ହୋଇ ପାରେ । ଏହା ପରେ ଏନୀ ଚକଲେଟ ଖାଇବା ଆରମ୍ଭ କଲେ ଓ ଚକଲେଟ ତାଙ୍କ ପାଇଁ ବରଦାନ ଭଳି କାମ କଲା ତାଙ୍କ ଓଜନ ବଢିବା ଆରମ୍ଭ ହେଲା ଓ କିଛି ସମୟ ପରେ ତାଙ୍କ ଖାଦ୍ୟ ପାଇଁ ଡର ମଧ୍ୟ ଗାୟବ ହୋଇ ଗଲା ଏବେ ଚକଲେଟ ସହ ଏନୀ ସବୁ ପ୍ରକାର ଖାଦ୍ୟ ଖାଉଛନ୍ତି । ଏନିଙ୍କ କହିବା କଠାକି ଆଗରୁ ସେ ଖାଦ୍ୟ ଦେଖି ଯେଉନଭଳି ପାଗଳ ହୋଇଯାଉଥିଲେ ଏବେ ସେଆବୁ ଆଉ ନାହିଁ, ଏହା ତାଙ୍କୁ ଆଶ୍ଚର୍ଯ୍ୟ କରୁଛି କି ଚୋକଲେଟ ପାଇଁ ଆଜି ସେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି ।

Leave a Reply

Your email address will not be published. Required fields are marked *