CMଙ୍କ ବଡ ଘୋଷଣା, ଏହି କାର୍ଡ ଦେଖାଇଲେ ମିଳିବ ମାଗଣା ଚିକିତ୍ସା

ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀରରେ ସ୍ମାର୍ଟ ହେଲ୍ଥ କାର୍ଡ ସୁବିଧା ଆରମ୍ଭ କରିଛନ୍ତି । ମୁଖ୍ୟ ମନ୍ତ୍ରୀ ଭିଡିଓ କନ୍ଫ୍ରେସିଙ୍ଗ ଜରିଆରେ ଏହି ସୁବିଧା ବିଷୟରେ ସମସ୍ତଙ୍କୁ କହିଛନ୍ତି । ଏହି ଭିଡିଓ କନ୍ଫ୍ରେସିଙ୍ଗରେ ପ୍ରଥମେ ନବୀନ ପଟ୍ଟନାୟକ ସମସ୍ତଙ୍କୁ ନୂଆଖାଇର ଶୁଭେଚ୍ଛା ଦେଲେ । ଏହା ପରେ ସେ କହିଲ କି ଆପଣମାନେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବିଷୟରେ ଜାଣିଛନ୍ତି । ଏହି ଯୋଜନାକୁ ଆମେ ନୂତନ ରୂପରେ କାର୍ଯ୍ୟକାରୀ କରୁଛୁ ।

ଏହି ଯୋଜନା ଅନ୍ତର୍ଗତ ଆପଣଙ୍କୁ ଏକ ସ୍ମାର୍ଟ ହେଲ୍ଥ କାର୍ଡ ଦିଆଯିବ । ରାଜ୍ୟର ୯୬ ଲକ୍ଷ ପରିବାର ଏହି କାର୍ଡର ସୁବିଧା ନେବେ । ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ସମସ୍ତ ସୁବିଧା ଆପଣ ଏହି କାର୍ଡରେ ପାଇବେ । ବଲାଙ୍ଗୀର ଜିଲ୍ଲାର ୪.୫୦ ଲକ୍ଷ ପରିବାର ଏହି କାର୍ଡର ସୁବିଧା ପାଇବେ ।

ଏହି ନୂଆ କାର୍ଡ ପାଇବା ପରେ ଆପଣଙ୍କୁ ହସ୍ପିଟାଲରେ କୌଣସି ବି ପ୍ରକାରର କାଗଜପତ୍ର ଦବାକୁ ପଡିବ ନାହିଁ କେବଳ ଏହି କାର୍ଡ ଦେଖାଇଲେ ଆପଣ ବଡ ବଡ ହସ୍ପିଟାଲରେ ଚିକିତ୍ସାର ସମସ୍ତ ସୁବିଧା ପାଇ ପାରିବେ । ଏହି କାର୍ଡ ଦ୍ଵାରା ପରିବାର ପାଇଁ ୫ ଲକ୍ଷ ଟଙ୍କା ଓ ମା ମାନଙ୍କ ପାଇଁ ବର୍ଷକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁବିଧା ମିଳିବ । ଏହିଭଳି ସୁବିଧା ଦେବାରେ ପୁରା ଦେଶରେ ଓଡିଶା ରାଜ୍ୟ ପ୍ରଥମରେ ଅଛି । ଦେଶର ସ୍ୱାସ୍ଥ୍ୟ ସେବା କ୍ଷେତ୍ରର ଉନ୍ନତି ଦିଗରେ ଏହା ଏକ ନୂତନ ପଦକ୍ଷେପ ଅଟେ ।

ପରିବାରରେ ଯଦି କେହି ଅସୁସ୍ଥ ହୋଇ ଯାଆନ୍ତି ତେବେ ସମସ୍ତେ ବହୁତ ଟେନସନରେ ଆସି ଯାଆନ୍ତି । ସବୁଠୁ ବଡ ଟେନସନ ହେଉଛି ଟଙ୍କା । କିଏ ଜମି, ଘର ଓ ସୁନା ବିକ୍ରି କରି ଦିଏ ନିଜ ପରିବାରର ସଦସ୍ୟକୁ ଠିକ କରିବା ପାଇଁ । କିନ୍ତୁ ଏହି ସ୍ମାର୍ଟ ହେଲଥ କାର୍ଡ ଆପଣମାନଙ୍କର ଏହି ଦୁଃଖକୁ ଦୂର କରିଦେବ । ଏହା ଚିକିତ୍ସା ପାଇଁ ଲାଗୁ ଥିବା ଟଙ୍କାର ବୋଝକୁ କମ କରିବାରେ ସାହାର୍ଯ୍ୟ କରିବ । ବର୍ତ୍ତମାନ ଅସୁସ୍ଥ ହେଲେ ସରକାର ଆପଣଙ୍କୁ ସାହାର୍ଯ୍ୟ କରିବେ ।

ଏହା ଦ୍ଵାରା ଆପଣ ନିଜର କିଛି ଟଙ୍କାକୁ ସଞ୍ଚୟ କରି ପାରିବେ । ବର୍ତ୍ତମାନ ସମୟରେ ଓଡିଶାର ବହୁତ ବଡ ବଡ ସରକାରୀ ହସ୍ପିଟାଲରେ ବହୁତ ରୋଗୀ ମାଗଣାରେ ଚିକିତ୍ସା ପାଉଛନ୍ତି । ରାଜ୍ୟ ପାଇଁ ପ୍ରତ୍ୟକଟି ଜୀବନ ବହୁତ ମୂଲ୍ୟବାନ । ସେଥିପାଇଁ ସରକାର ଏହି ସ୍ମାର୍ଟ ହେଲ୍ଥ କାର୍ଡ କରିଛନ୍ତି । କେହି ବି ଚିକିତ୍ସାରୁ ବଞ୍ଚିତ ହୁଅନ୍ତୁ ନାହିଁ । ଟିଟଲାଗଡରେ ବି ଏହି ନୂଆ ପ୍ରୋଜେକ୍ଟ ଆରମ୍ଭ କରାଗଲା । ଟିଟଲାଗଡର ଜନସାଧାରଣଙ୍କ ପାଇଁ ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସରକାର ନୂଆ ପ୍ରୋଜେକ୍ଟ ଆରମ୍ଭ କରିଛନ୍ତି ।

Leave a Reply

Your email address will not be published. Required fields are marked *