ଏହି ୪ଟି କଥା ନିଜ ଜୀବନସାଥୀଙ୍କୁ ଅବଶ୍ୟ କୁହନ୍ତୁ- Krishna Vani

ପ୍ରେମ ଦୁନିଆର ଏମିତି ଗୋଟେ ଜିନିଷ ଯାହା ମଣିଷକୁ ମଣିଷ ଆଉ ପ୍ରକୃତି ସହ ଯୋଡିଥାଏ, ଆପଣ ମାନେ ସମସ୍ତେ କାହାକୁ ନା କାହାକୁ ଭଲ ପାଇଥିବେ ଔ କାହାକୁ ନା କାହାକୁ ନିଜ ମନ ଦେଇଥାନ୍ତି । ତେବେ ସମସ୍ତେ ପ୍ରେମ କରନ୍ତି,

କିନ୍ତୁ ସମସ୍ତେ ନିଜ ପ୍ରେମକୁ ଦେଖେଇ ପାରନ୍ତି ନାହିଁ ତାଙ୍କ ମନରେ ଯାହା ଭାବନା ଥାଏ ସେ ନିଜ ପ୍ରେମିକୁ କହି ପାରନ୍ତି ନାହିଁ ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଆପଣଙ୍କୁ ନିଜ ପାର୍ଟନରକୁ କହିବାକୁ ହବ ଆଉ ଆପଣ ନିଜେ ଅନୁଭବ କରି ପାରିବେ ଯେ ଆପଣଙ୍କ ପ୍ରେମୀ ଆପଣଙ୍କ ଆହୁରି ନିକଟକୁ ଆସି ଯିବେ । ଆପଣ ଦୁହେଁ ମନ ବନ୍ଧନରେ ବାନ୍ଧି ହୋଇଯିବେ ସବୁ ଦିନ ପାଇଁ ।


୧. ମୁଁ ଅଛି :

ଏହି ଶବ୍ଦ ଶୁଣିବା ପାଇଁ ହୁଏତ ବହୁତ ଛୋଟ କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ଏହି ଶବ୍ଦ ବହୁତ ବଡ ବଡ ଅସୁବିଧାରୁ ଆପଣଙ୍କୁ ବାହାର କରି ପାରିବ । କଣ ଆପଣ ଏହା ଜାଣିଛନ୍ତି ଯେ ଯେତେବେଳେ କୌଣସି କଠିନ ପରିସ୍ଥିତିରେ ଆପଣଙ୍କ ପାର୍ଟନର ରହି ଥାନ୍ତି ସେତେବେଳେ ଆପଣଙ୍କ ଏହି ଶବ୍ଦ ତାଙ୍କ ମନକୁ ଶକ୍ତି ଦେଇଥାଏ ଆଉ ଆପଣଙ୍କ ସମ୍ପର୍କକୁ ଆହୁରି ଗଭୀର ମଧ୍ୟ କରିଥାଏ । ଜୀବନରେ ଯେତେ ଅସୁବିଧା ହେଲେ କେବେ ନିଜ ପ୍ରେମୀ ହାତ ଛାଡିବେ ନାହିଁ କାହିଁକିନା ଅସୁବିଧା ସମୟ ଆସୁଥିବ ଯାଉଥିବ କିନ୍ତୁ ଥରେ କାହାକୁ ହରାଇଲେ ଆପଣ କେବେ ତାଙ୍କୁ ଫେରି ପାଇବେ ନାହିଁ ।


୨.  କିଛି ନାହିଁ ସବୁ ଭଲ ଅଛି :

ଯଦି ଆପଣଙ୍କ ପାର୍ଟନର ଦ୍ଵାରା କୌଣସି ଭୁଲ ହୋଇଥାଏ ତେବେ ତାଙ୍କୁ ଏହା ବୁଝାନ୍ତୁ ଯେ କିଛି କଥା ନାହିଁ ସମସ୍ତେ ଭୁଲ କରନ୍ତି ଆଗକୁ ଧ୍ୟାନ ରଖିବ । ତେବେ ଏହି କଥା ତାଙ୍କ ମନରେ ଆପଣଙ୍କ ପ୍ରତି ଆହୁରି ଭଲ ପାଇବା ଜନ୍ମ କରିଥାଏ । ଏହି କଥା ଶୁଣି ସେ ନିଜକୁ ଆପଣଙ୍କ ପାଖରେ ବହୁତ ସୁରକ୍ଷିତ ଅନୁଭବ କରିଥାନ୍ତି ।


୩. ସବୁ କଥା କୁହ ମତେ :

ଯେତେବେଳେ କୌଣସି ବଡ ଭୁଲ ବା ସମସ୍ୟା ଆସିଥାଏ ସେତେବେଳେ ଆପଣଙ୍କ ପାର୍ଟନର ବହୁତ ଦୁଃଖିତ ରୁହନ୍ତି କିନ୍ତୁ ଆପଣ ଦୁଃଖ କରିବେ ବୋଲି ଆପଣଙ୍କୁ କିଛି କୁହନ୍ତି ନାହିଁ ତେବେ ସେହି ପରିସ୍ଥିତି ରେ ଆପଣଙ୍କୁ ତାଙ୍କ ସାଥ ଦବା ଉଚିତ ତାଙ୍କୁ କୁହନ୍ତୁ କିଛି କଥା ନାହିଁ କଣ ହେଇଛି ସବୁ କଥା ମତେ କୁହ । ଆପଣ ତାଙ୍କ ମନ କଥା ଶୁଣିଲେ ତାଙ୍କ ମନ ହାଲ୍କା ହୋଇଥାଏ ।


୪. କଲ ନହେଲେ ମେସେଜ ନିଶ୍ଚିନ୍ତ କରିବ :

ଯେତେବେଳେ ଆପଣଙ୍କ ପାର୍ଟନର କୌଣସି କାମ ପାଇଁ ବାହାରକୁ ଯାଇଥାନ୍ତି ସେତେବେଳେ ତାଙ୍କୁ ଏହି କଥା ନିଶ୍ଚିନ୍ତ କୁହନ୍ତୁ ଯେ ନିଜ ଧ୍ୟାନ ରଖିବ ଆଉ କଲ ନହେଲେ ମେସେଜ ନିଶ୍ଚିନ୍ତ କରିବ । କଣ ଆପଣ ଏହା ଯାଇଛନ୍ତି କେବଳ ଆପଣଙ୍କ ଏତିକି କହିବା ଦ୍ଵାରା ସେ ବୁଝି ପାରନ୍ତି ଯେ ଆପଣ ତାଙ୍କୁ କେତେ ଭଲ ପାଉଛନ୍ତି ।

Leave a Reply

Your email address will not be published. Required fields are marked *