ସମସ୍ତଙ୍କ ଜୀବନରେ ଏମିତି କିଛି କଥା ଥାଏ ଯାହା ସେ ସମସ୍ତଙ୍କୁ ବା କାହାକୁ କହିବା ପସନ୍ଦ କରନ୍ତି ନାହିଁ, ତେବେ କିଛି କଥା ଗୁପ୍ତ ରଖିବା ଆବଶ୍ୟକ ହୋଇଥାଏ, ନିଜ ଗୁପ୍ତ କଥା କହିବା ଦ୍ଵାରା ଆପଣଙ୍କୁ ଅସୁବିଧା ସାମ୍ନା କରିବାକୁ ପଡିଥାଏ, ସେଥିପାଇଁ କିଛି କଥା ନିଜର କାହାକୁ କୁହନ୍ତୁ ନାହିଁ, ଏହା ଆପଣଙ୍କ ପାଇଁ ଲାଭକାରୀ ଅଟେ । ଆପଣଙ୍କ ଦ୍ଵାରା କୁହାଯାଇଥିବା କଥା ଆପଣଙ୍କୁ ପରେ ଅସୁବିଧାରେ ପକାଇ ଥାଏ ସେଥିପାଇଁ ଦେଖି ଚାହିଁ କାମ କରିବା ଉଚିତ ।

୧. ଦାନ ପୂଣ୍ୟ :
ଯେବେ ବି ଆପଣ କିଛି ଦାନ କରିଥାନ୍ତି ତେବେ ଏହି କଥା କେବେ କାହାକୁ କୁହନ୍ତୁ ନାହିଁ କାହିଁକିନା କଥାରେ ଅଛି ଦାନ କଲେ ଡାହାଣ ହାତ କଥା ବାଁ ହାତକୁ ଜାଣିବା ଉଚିତ ନୁହ ଏହା ଦ୍ଵାରା ଧନ, ପୂଣ୍ୟ ଅର୍ଜନ ହୋଇଥାଏ କିନ୍ତୁ ଯଦି ଆପଣ ଦାନ ବିଷୟରେ କିଛି କୁହନ୍ତି ତେବେ ଏହା ଆପଣଙ୍କ ଭାଗ୍ୟରେ ପୂଣ୍ୟ ବୋଲି କୁହାଯାଇ ନଥାଏ । ଏହି କଥା ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ମଲି ଫୁଲ ଫୁଟିଲେ ପୁରା ଏରିଆ ରେ ସୁଗନ୍ଧ ହୋଇଥାଏ ଠିକ ସେମିତି ପୂଣ୍ୟ କାମ କହିବା ଆବଶ୍ୟକ ନାହିଁ କାହିଁକିନା କହିବା ଦ୍ଵାରା ପୂଣ୍ୟ କାମ ପୂଣ୍ୟ ହୋଇ ନଥାଏ ।

୨. ନିଜସ୍ୱ ବିଚାର :
ସମସ୍ତଙ୍କର ନିଜ ନିଜର ଗୋଟେ ନିଜସ୍ୱ ବିଚାର ହୋଇଥାଏ ଏହି ବିଚାର ଯେ କୌଣସି କଥା ପାଇଁ ହୋଇପାରେ ଯେମିତିକି ରାଜନେଟିକ, ବ୍ୟବସାଇକ ବା ଅନ୍ୟ କାରଣ କିନ୍ତୁ କେବେ ନିଜ କଥା କାହା ଉପରେ ଜବରଦସ୍ତି ପକେଇବା ପାଇଁ ଚେଷ୍ଟା କରନ୍ତୁ ନାହିଁ, ଯଦି କୌଣସି କଥା ଆରମ୍ଭ ହୋଇଛି ଏବଂ ସମସ୍ତଙ୍କ ବିଚାର ଗୋଟେ ଅଛି ଏବଂ ଆପଣଙ୍କ ବିଚାର ଅଲଗା ଛି ତେବେ ନିଜ ବିଚାର କହିବା ଆଗରୁ ୧୦୦ ଥର ବିଚାର କରନ୍ତୁ କିନ୍ତୁ ଯଦି ଆପଣ ଯାହା କହିବାକୁ ଯାଉଛନ୍ତି ତାହା ସତ ଅଟେ ତେବେ କୁହନ୍ତୁ ସତ କହିବା କେବେ ଭୁଲ ନୁହ । କିନ୍ତୁ ଏମିତି କଥା ଯାହା କହିଲା ପରେ ଆପଣଙ୍କୁ ପଛତେଇବାକୁ ପଡିବ ତାହା କହିବା ଆଗରୁ ଚିନ୍ତା କରନ୍ତୁ ଓ ନିଜସ୍ଵ ନିଜ ପାଖରେ ରଖିବା ପାଇଁ ଚେଷ୍ଟା କରନ୍ତୁ ।

୩. ଲକ୍ଷ :
କେବେ ବି ନିଜ ଲକ୍ଷ ବିଷୟରେ କେବେ କାହାକୁ କିଛି କୁହନ୍ତୁ ନାହିଁ, ଏହାର ଅସଲ କଥା ଏହା ଯେ ଆପଣଙ୍କ ଏକାଗ୍ରତା ଦ୍ଭାଙ୍ଗୀ ଥାଏ ଏବଂ ଆପଣ ନିଜ କାମ ସମ୍ପୂର୍ଣ ମନ ଭାବନା ଦେଇ କରି ପାରନ୍ତି ନାହିଁ, ଲକ୍ଷ ଏମିତି ଗୋଟେ ଜିନିଷ ଯାହାକୁ ପାଇବା ପାଇଁ ସମସ୍ତେ ବହୁତ ପରିଶ୍ରମ କରନ୍ତି କିନ୍ତୁ ଅନ୍ୟ ଲୋକ ଜାଣିଲା ପରେ ଈର୍ଷ୍ୟା କରନ୍ତି ଓ ଆପଣଙ୍କ ଧ୍ୟାନ ମନ ଭାଙ୍ଗିବା ପାଇଁ ଚେଷ୍ଟା କରିଥାନ୍ତି ।
୪-୫:
ଚତୁର୍ଥ ହେଉଛି ଆପଣଙ୍କ ନିଜ ଜୀବନଶୈଳୀ, ନିଜ ପର୍ସୋନାଲ ଜୀବନରେ କରିଥିବା କିଛି ଭୁଲ ମଧ୍ୟ କାହା ଆଗରେ କହିବ କଥା ନୁହେଁ । ପଞ୍ଚମ ହେଉଛି ପାରିବାରିକ ସମସ୍ୟା, ଏହାକାଉ ଅମଧ୍ୟ ଅକହ ଆଗରେ ଶେୟାର କରନ୍ତୁ ନାହିଁ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।