ଏହି କେତୋଟି ଗଛ ଘରକୁ ଟାଣି ଆଣି ଥାନ୍ତି ମହାବିପଦ,

ବନ୍ଧୁଗଣ କଥାରେ ଅଛି ବୃକ୍ଷ ହିଁ ଜୀବନ । ଆଉ ବୃକ୍ଷ ଆମର ବନ୍ଧୁ ଅଟେ । କିନ୍ତୁ କଥାରେ ଅଛି ବୃକ୍ଷ ସଠିକ ବାସ୍ତୁ ହିସାବରେ ଆମ ଘରେ ରହିନଥାଏ ତେବେ ସେ ଆମ ମାନଙ୍କ ପାଇଁ ସବୁଠୁ ବଡ ଶତ୍ରୁ ପାଲଟି ଯାଇଥାଏ । ଦୁଃଖ ଦରିଦ୍ରତା ଓ ବିପଦ ମାନଙ୍କୁ ଘରକୁ ଟାଣି ଆଣିଥାଏ । କିନ୍ତୁ ସବୁ ଗଛ ଏପରି ହୋଇନଥାଏ । କିଛି ଗଛ ଅଛି ଯାହାକି ଭଗବାନଙ୍କ ସଦୃଶ କୃପା ଫଳ ଦେଇଥାନ୍ତି । ଏହି ବୃକ୍ଷ ମାନର ବାସ୍ତବରେ ଭଗବାନଙ୍କର ସ୍ଵରୁପ ହୋଇଥାନ୍ତି ।

ତେବେ ଆସନ୍ତୁ ଜାଣିବା କେଉଁ ବୃକ୍ଷ ଆମ ଘରେ ରହିବା ଦ୍ଵାରା ଉନ୍ନତି ହୋଇଥାଏ ଏବଂ କେଉଁ ବୃକ୍ଷ ରହିବା ଦ୍ଵାରା ଆମ ମାନଙ୍କର ଦୁଃଖ ଦରିଦ୍ରତାର କାରଣ ହୋଇଥାଏ ।ଆମର ଧର୍ମ ଶାସ୍ତ୍ର ଅନୁସାରେ କିଛି ଗଛକୁ ବହୁତ ଶୁଭ ଓ ପବିତ୍ର ଗଛ ବୋଲି କୁହାଯାଇଛି ସେହି ଗଛ ଘର ପାଖରେ ରହିଲେ ସକରାତ୍ମକତା ବଢି ଥାଏ ।

ଯେଉଁ ଘରେ ସକରାତ୍ମକତା ରହିଥାଏ ସେହି ଘରେ ଧନ ସମ୍ପତି, ସୁଖ ଶାନ୍ତି ରହିଥାଏ ସେହି ଗଛ ସବୁ ହେଉଛି ଗଙ୍ଗ ଶିଉଳି ଗଛ,ବେଳ ଗଛ ଭ୍ରୂସଙ୍ଗ ଗଛ, ଡାଳିମ୍ବ ଗଛ, ଅଁଳା ଗଛ, ଏବଂ ତୁଲସୀ ଗଛ । କିନ୍ତୁ ଆମ ଶସ୍ତ୍ର ମାନଙ୍କରେ କିଛି ଏମିତି ଗଛର ବର୍ଣନା କରାଯାଇଛି ଯାହାକି ଘର ପାଇଁ ବହୁତ ଅଶୁଭ ହୋଇଥାଏ । ପ୍ରାଚୀନ ଗ୍ରନ୍ଥ ଅନୁସାରେ ଏହି ଗଛ ମାନଙ୍କରେ ଏଶ୍ଵରୀକ ଶକ୍ତି ଭୁ-ତ ପ୍ରେ-ତ ତଥା ସମସ୍ତ ପ୍ରକାର ନକରାତ୍ମକ ଶକ୍ତି ବାସ କରିଥାନ୍ତି ।

ଯଦି ଏହି ସବୁ ଗଛମାନ ଆପଣଙ୍କ ଘରେ ରହିଥାଏ ବା ଘର ସମ୍ମୁଖରେ ରହିଥାଏ ତେବେ ଆପନ୍ନକର ଆର୍ଥିକ ସଙ୍କଟ ଦେଖାଦେବ ସହିତ ମାନସିକ ଚାପ ମଧ୍ୟ ବଢିଥାଏ । ଏହି ପରି ଗଛ ଘରେ ନକରାତ୍ମକତାକୁ ବଢାଇ ଥାନ୍ତି । ଯେଉଁ କାରଣରୁ ଘରେ ବାଦ ବିବାଦ କଳି ଝଗଡା ବଢି ଚାଲିଥାଏ । ଆଜି ଆମେ ଜାଣିବା ସେହି ସବୁ ଗଛ ମାନଙ୍କ ବିଷୟରେ ଯାହା ବହୁତ ଅଶୁଭ ହୋଇଥାଏ ।

କଣ୍ଟା ଜାତୀୟ ଗଛ :- ଏହା ଘର ପାଖରେ ବା ଘର ସମ୍ମୁଖରେ ରହିଲେ ଘରେ ଦୁଃଖ ଦରିଦ୍ରତା ବଢି ଚକିଥାଏ । ଘରର ସମସ୍ତ ସଦସ୍ୟଙ୍କ ସ୍ୱାସ୍ଥ୍ୟ ବିଗାଡି ଦେଇଥାଏ । କୁହାଯାଏ ଏହି କଣ୍ଟା ଜାତୀୟ ଗଛ ବା କ୍ଷୀର ଜାତୀୟ ଗଛ ଗହର ପାଇଁ ବହୁତ ଅଶୁଭ ହୋଇଥାଏ । ଏହି ସବୁ ଗଛ ରହିବା ଦ୍ଵାରା ଘରେ ବାଦ ବିବାଦ ଓ କଳହ ଝଗଡା ହୋଇଥାଏ । ସେଥିପାଇଁ କଣ୍ଟା ଜାତୀୟ ଗଛ ଘର ପାଖରେ କି ଘରେ କେବେବି ରଖନ୍ତୁ ନହିଁ । ବବୁଲ କଣ୍ଟା ଗଛ :- ଏହା ଘର ପାଇଁ ବହୁତ ହାନି କାରକ ହୋଇଥାଏ । ଏହା ଘରର ଆଖ ପାଖରେ କି ସମ୍ମୁଖରେ ରହିଲେ ଘରେ ରୋଗ ଶୋକ ଦୁଃଖ ଦାରିଦ୍ର୍ଯ ଦେଖାଦେଇଥାଏ ।

ଖଜୁରୀ ଗଛ :- ଖଜୁରୀ ଗଛ ଅତ୍ୟନ୍ତ ସୁନ୍ଦର ହୋଇଥାଏ ଏହାର ଫଳ ମଧ୍ୟ ମଧୁର ହୋଇଥାଏ । କିନ୍ତୁ ଏହା ଘର ପାଖରେ କି ଘର ସମ୍ମୁଖରେ ରହିବା ଦ୍ଵାରା ଅତ୍ୟନ୍ତ ହାନି କାରକ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଯେଉଁ ଘରେ ଏହି ଗଛ ଥାଏ । ସର୍ବଦା ସେହି ଘରେ ଦ୍ରାରିଦ୍ୟତା ଲାଗି ରହିଥାଏ । ଆଉ ଘରେ ଯେତେ ଆଯ କଲେ ମଧ୍ୟ ଅଣ୍ଟେ ନହିଁ ।

ବାଉଁଶ ଗଛ :- ଏହି ବାଉଁଶ ଗଛଟି ବହୁତ ଶୁଭ କାର୍ଯ୍ୟରେ ଲାଗିଥାଏ । ଚଉରାରେ ପଣା ଘଡି ହେଉ ଅବା ଆକାଶ ଦୀପ ପାଇଁ ହେଉ । ଦେବା ଦେବଙ୍କର ପତାକା ଲଗାଇବା ପାଇଁ ହେଉ ଅବା ଯଜ୍ଞ ଶାଳା ପାଇଁ ହେଉ । ଏହାର ଆବଶ୍ୟକତା ଅନେକ କ୍ଷେତ୍ରରେ ହୋଇଥାଉ । କିନ୍ତୁ ଏହି ଗଛ ଘର ସାମ୍ନାରେ ରହିବା ଦ୍ଵାରା ଅଶୁଭ ହୋଇଥାଏ । ଏହି ଗଛରେ ଭୁତ ପ୍ରେତ ଓ ପିଶାଚ ବାସ କରିବା ପାଇଁ ବହୁତ ପସନ୍ଦ କରିଥାନ୍ତି । ଯଦି ଏହା ଘର ସମୁଖରେ ରହେ ତେବେ ବହୁତ ଅସୁବିଧା ହୋଇଥାଏ ।

Leave a Reply

Your email address will not be published. Required fields are marked *