ଏହି କୁନି ଝିଅ କହିଲା ସ୍ଵାମୀ ସ୍ତ୍ରୀ ମଧ୍ୟରେ ଚାଲୁଥିବା ସମସ୍ୟାର ସମଧାନ, ଦେଖନ୍ତୁ Video

ସୋସିଆଲ ମିଡିଆ ଏକ ଏମିତି ମାଧ୍ୟମ ଅଟେ ଯେଉଁଠି ଗୋଟିଏ ସେକନ୍ଡରେ ଆପଣ ପପୁଲାର ହୋଇଯିବେ । ଏହିଭଳି ବହୁତ ଲୋକ ରାତାରାତି ପପୁଲାର ହୋଇଛନ୍ତି । ଏହା ପୂର୍ବରୁ ତାଙ୍କୁ କେହି ବି ଚିହ୍ନି ନ ଥିଲେ କିନ୍ତୁ ତାଙ୍କର ଏକ ଭିଡିଓ କିମ୍ବା ଫଟୋ ସାମ୍ନାକୁ ଆସିବା ପରେ ତାହା ଯଦି ଭାଇରାଲ ହୋଇଯାଏ ତେବେ ସେହି ବ୍ୟକ୍ତି ଜଣକ ରାତାରାତି ପପୁଲାର ହୋଇଯିବ ।

ବର୍ତ୍ତମାନ ଏକ କୁନି ଝିଅର ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ କୁନି ଝିଅଟି ନିଜେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଚାଲୁଥିବା ସମସ୍ୟା ବିଷୟରେ କହୁଛି । କଣ କରିଲେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ପ୍ରେମ ବଢିବ ତାହା ବିଷୟରେ ବି ଏହି କୁନି ଝିଅ କହୁଛି ।

କୁନି ଝିଅ ଜଣକ ବିଛଣାରେ ଶୋଇ ଶୋଇ କହୁଛି କି ଏହି ଦୁନିଆରେ ବର୍ତ୍ତମାନ ସବୁଠୁ ବଡ ସମସ୍ୟା ହେଉଛି ସ୍ଵାମୀ ସ୍ତ୍ରୀ ସମସ୍ୟା । ଆଜି ଏହି ସମସ୍ୟା ସବୁଠୁ ମୁଖ୍ୟ ସମସ୍ୟା ହୋଇ ଯାଇଛି । ଏମିତିରେ ପରସ୍ପର ପରସ୍ପରକୁ ସ୍ପେଶାଲ ଫୀଲ କରାନ୍ତୁ । ଦୁଇ ଜଣ ପରସ୍ପରର ମନ କଥା ଓ ମୂଳ କଥା ବୁଝିବାକୁ ଚେଷ୍ଟା କରନ୍ତୁ । ଯାହା ଦ୍ଵାରା ବିବାଦ ହେବ ନାହିଁ । ନିଜ ମଧ୍ୟରେ ପ୍ରେମର ଭାବନା ବଢାଇବା ପାଇଁ ସ୍ଵାମୀକୁ ସକାଳୁ ସକାଳୁ ତାଙ୍କୁ ଗେଲ କରି ଉଠାଇବା, ଗୋଡ ହାତ ଘସିଦେବା ଇତ୍ୟାଦି ।

ସ୍ତ୍ରୀମାନେ ଲମ୍ବା ଚୁଟି ରଖନ୍ତୁ । କାରଣ ଲମ୍ବା ଚୁଟି ସ୍ଵାମୀମାନଙ୍କୁ ଭଲ ଲାଗେ ଓ ସେମାନ ଏହା ସହ ଖେଳନ୍ତି । ଏହି ଲମ୍ବା ଚୁଟି ଦ୍ଵାରା ସକାଳ ସମୟରେ ସ୍ଵାମୀମାନଙ୍କ ଚେହେରାରେ ଘସନ୍ତୁ । ଦେଖିବେ ସେମାନେ ଜଲ୍ଦି ଉଠିଯିବେ ।

ଏହା ପରେ ଶେଷରେ ଝିଅ ଜଣକ ଯାହା କହିଲା ତାହା ଶୁଣିଲେ ଆପଣ ହସି ହସି ଗଡଯିବେ । ଝିଅଟି କହିଲା କି ଯଦି ସକାଳେ ଲମ୍ବା ଚୁଟି ଦ୍ଵାରା ସ୍ଵାମୀକୁ ଉଠାଇବାକୁ ଚେଷ୍ଟା କରନ୍ତୁ ଯଦି ନ ଉଠିବେ ସିଧା ତାକୁ ପେଳି ଖଟ ତଳୁ ପକାଇ ଦେବେ, ଦେଖିବା ସେ କେମିତି ଉଠିବେ । ଧନ୍ଦା ଚାଲିଛି ଏଠି । ଭିଆଇପି ଗୁଡାକ ତ ଗେଲ କରି ଉଠା ହେବ । ରାଜା ପୁଅ ।

ଏହିଭଳି ଭାବରେ ଝିଅଟି କହୁଛି । ଯାହାକୁ ଦେଖିବା ପରେ ଆପଣଙ୍କ ହସ ବି ବନ୍ଦ ହେବ ନାହିଁ । ବର୍ତ୍ତମାନ ଏହି ଭିଡିଓକୁ ଲୋକମାନେ ବହୁତ ଶେୟାର କରିଉଛନ୍ତି ଓ ସମସ୍ତେ ଏହି ଝିଅକୁ ପ୍ରଶଂସା କରୁଛନ୍ତି ।

Leave a Reply

Your email address will not be published. Required fields are marked *