ଏହି ଲୋକମାନଙ୍କର ସବୁ ଜାଗାରେ ହୋଇଥାଏ ପ୍ରଶଂସା, ଲୋକମାନେ ସର୍ବଦା ମନେ ରଖନ୍ତି

ଆଚାର୍ଯ୍ୟ ଚାଣକ୍ୟ ନିଜ ଚାଣକ୍ୟ ନୀତିରେ ମନୁଷ୍ୟକୁ ଶ୍ରେଷ୍ଠ ବନାଇବାକୁ ବହୁତ ସାରା କଥା କହିଛନ୍ତି । ଚାଣକ୍ୟଙ୍କ ଅନୁସାରେ ଧନ ଓ ପଦରୁ କେଉଁବି ବ୍ୟକ୍ତିକୁ ସଫଳ ବୋଲି ଭବା ଯାୟେନି । ସଫଳ ସେହି ହିଁ ଅଟେ ଯିଏ ସମାଜ ପାଇଁ ଅନୁକରଣୀୟ ଓ ପୂଜନୀୟ ଅଟେ, ମାନେ ସଫଳ ସିଏ ଯାହାକୁ ଲୋକ ଜୀବିତ ଓ ମୃତ୍ୟୁ ପରେବି ମନେପକାନ୍ତି । ଲୋକେ ତାଙ୍କର ଯୋଗଦାନ, ପ୍ରତିଭା ଓ ତାଙ୍କର ଚର୍ଚ୍ଚା କରିଥାନ୍ତି । ବର୍ତମାନ ସମୟରେ ଚାଣକ୍ୟଙ୍କ ଏହି ଶିକ୍ଷ୍ୟା ପ୍ରଶଂସାରେ ପରିଣତ ହୋଇଥାଏ ।

ସବୁ ବ୍ୟକ୍ତି ଚାହାନ୍ତି କି ଲୋକେ ତାଙ୍କୁ ସମ୍ମାନ ପ୍ରଦାନ କରନ୍ତୁ, ତାହାର ପ୍ରଶଂସା କରନ୍ତୁ, କିନ୍ତୁ ଏହା ଏତେ ସହଜ ହୋଇନଥାଏ, ପ୍ରଶଂସା ଓ ସମ୍ମାନ କେବଳ ମହାନ ଲୋକମାନଙ୍କୁ ହିଁ ପ୍ରାପ୍ତ ହୋଇଥାଏ । କିଛି ସମୟ ପାଇଁ କାହାକୁ ପରିସ୍ଥିତି ଅନୁସାରେ ସମ୍ମାନ ଓ ପ୍ରଶଂସା ପ୍ରାପ୍ତ ହୋଇବି ଯାଏ ତେବେ ଏହାର କିଛି ମହତ୍ୱ ରହିନଥାଏ । ଚାଣକ୍ୟଙ୍କ ଅନୁସାରେ ପ୍ରକୃତ ପ୍ରଶଂସା ସେ ହିଁ ହୋଇଥାଏ ଯିଏ ଆପଣଙ୍କ ଶତ୍ରୁକୁ ମଧ୍ୟ ପ୍ରଶଂସା କରିବାକୁ ବାଧ୍ୟ କରିଥାଏ । ଚାଣକ୍ୟଙ୍କ ଅନୁସାରେ ଯେବେ ବ୍ୟକ୍ତି ଭିତରେ ଏହି ଗୁଣ ଥାଏ ତେବେ ତାକୁ ସମାଜରେ ପ୍ରଶଂସା ବି ମିଳିଥାଏ ଓ ସମ୍ମାନ ବି ପ୍ରାପ୍ତି ହୋଇଥାଏ ।

ସମ୍ମାନ ଦେଲେ ମିଳିଥାଏ :

ସମ୍ମାନ ପ୍ରାପ୍ତ କରିବାର ପ୍ରଥମ ସର୍ତ୍ତ ଏହାକି ସାମ୍ନାବାଲାକୁ ମଧ୍ୟ ସମ୍ମାନ ପ୍ରଦାନ କରାଯାଏ, ଯେଉଁ ଲୋକ ଅନ୍ୟଙ୍କୁ ସମ୍ମାନ ଦେଇଥାନ୍ତି ସେମାନେ ହିଁ ସମାଜରେ ସମ୍ମାନର ଅଧିକାରୀ ହୋଇଥାନ୍ତି । ଯିଏ ଅନ୍ୟଙ୍କୁ ଲଜିତ କରିବାରେ ଗୌରବ ଅନୁଭବ କରିଥାନ୍ତି । ସେମାନଙ୍କୁ ଜୀବନରେ କେବେ ସମ୍ମାନ ପ୍ରାପ୍ତ ହୋଇନଥାଏ ।

ଜ୍ଞାନର ସମାଜ ହିତ ପାଇଁ ପ୍ରୟୋଗ :

ଜ୍ଞାନର ପ୍ରୟୋଗ ଯେଉଁ ଲୋକ ଠିକଭାବେରେ ପ୍ରୟୋଗ କରିଥାନ୍ତି ସେ ସମାଜରେ ଅନୁକରଣୀୟ ହୋଇଥାନ୍ତି । ଏମିତି ଲୋକଙ୍କର ସମାଜରେ ବିଶେଷ ସମ୍ମାନ ପ୍ରଦାନ କରା ଯାଇଥାଏ । ଜୀବନର ପ୍ରକୃତ ଅର୍ଥ ଲୋକଙ୍କୁ ଜାଗ୍ରତ କରିବା ଅଟେ । ଯିଏ ଠିକ ଓ ଭୁଲର ଭେଦ କୁହନ୍ତି ସେହି ହେଉଛି ପ୍ରକୃତ ଜୀବନ ।

ସତ୍ୟର ମାର୍ଗ :

ଯେଉଁ ବ୍ୟକ୍ତି ଜୀବନରେ ସତ୍ୟ’ର ମାର୍ଗ ଆପଣେଇ ଥାଏ ତାଙ୍କୁ ସମ୍ମାନ ପ୍ରାପ୍ତ ହୋଇଥାନ୍ତି । ସତ୍ୟର ମାର୍ଗ କଠିନ ହୋଇଥାଏ ,ଏଥିରେ ଚାଲିବା ସହଜ ନୁହେଁ, କିନ୍ତୁ ଯେବେ ବ୍ୟକ୍ତି ଏହି ରାସ୍ତାରେ ବାହାରି ପଡିଥାନ୍ତି ତେବେ କିଛି ସମୟ ପରେ ସେହି ଲୋକ ପ୍ରଶଂସା କରିବାକୁ ଲାଗନ୍ତି ଯେଉଁ ଲୋକ କାଲି ତା ବିଷୟରେ ଆଲୋଚନା କରିଥିଲେ, ସତ୍ୟର ମାର୍ଗ ହିଁ ବ୍ୟକ୍ତିର ସର୍ବୋଚ୍ଚତାର ଶିଖରରେ ପହଞ୍ଚି ଯାଆନ୍ତି ।

ଦାୟିତ୍ଵ ବହନ କରିବା :

ବ୍ୟକ୍ତି ମହାନ ନିଜ ଗୁଣ ଓ କର୍ମରୁ ହୋଇଥାଏ, ଯେଉଁ ବ୍ୟକ୍ତିଙ୍କୁ ଦିଆ ଯାଇଥିବା ଦାୟିତ୍ଵ ଦୃଢ଼ତା ସହ କରିଥାଏ ଓ ପୁରା ସଚୋଟରେ ଦାୟିତ୍ଵକୁ ପୂର୍ଣ୍ଣ କରିଥାଏ । ସେହି ବ୍ୟକ୍ତି ସବୁ ଜାଗାରେ ସମ୍ମାନ ପ୍ରାପ୍ତିର ପାତ୍ର ହୋଇଥାଏ । ତେବେ ଆପଣ ମଧ୍ୟ ଯଦି ସମଯରେ ସମ୍ମାନ ଖୋଜୁଛନ୍ତି ତେବେ  ଏହି ସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *