ବିହାରରେ ସ୍ଥିତ ଏହି ୪୦୦ ବର୍ଷ ପୁରୁଣା ମନ୍ଦିରର ମୂର୍ତ୍ତି ନିଜ ଭିତରେ କଥା ହୁଅନ୍ତି- ଜାଣନ୍ତୁ ସମ୍ପୂର୍ଣ ଘଟଣା, ବୈଜ୍ଞାନିକ ମାନେ ମଧ୍ୟ କହିଲେ…

ଭଗବାନ ଉପରେ ଆସ୍ଥା ରଖୁଥିବା ଲୋକମାନଙ୍କର ସଂଖ୍ୟା ଏହି ଦୁନିଆରେ ବହୁତ ଅଧିକ ଅଛି । କିଛି ଲୋକମାନେ ଭଗବାନ ଓ ଭଗବାନଙ୍କ ଶକ୍ତି ଉପରେ ବହୁତ ବିଶ୍ଵାସ ରଖନ୍ତି । ସେଥିପାଇଁ ଆଜି ଆମ ଦେଶରେ ଏତେ ସଂଖ୍ୟାରେ ଭଗବାନଙ୍କର ମନ୍ଦିର ଅବସ୍ଥିତ, ଯେଉଁଠିକୁ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକମାନେ ଆସନ୍ତି ଏବଂ ଭଗବାନଙ୍କର ପୂଜା କରନ୍ତି ।

ଆମ ଦେଶର କେତେକ ମନ୍ଦିରରେ ଭଗବାନଙ୍କର ଚମତ୍କାର ଦେଖିବାକୁ ମିଳିଥାଏ ଓ ଏହି ସବୁ ଚମତ୍କାର ଗୁଡିକ ଦେଖି କୌଣସି ବି ବ୍ୟକ୍ତି ଭଗବାନଙ୍କ ଉପରେ ବିଶ୍ଵାସ କରିବାକୁ ଲାଗିଥାଏ । ଆଜି ଆମେ ଆପଣଙ୍କୁ ଆମ ଦେଶର ଏକ ଏମିତି ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯେଉଁଠି ଭଗବାନଙ୍କର ମୂର୍ତ୍ତିମାନେ ନିଜ ଭିତରେ କଥାବାର୍ତ୍ତା କରିଥାନ୍ତି ଏବଂ ଏହି ସବୁ ମୂର୍ତ୍ତି ମଧ୍ୟରୁ ଆବାଜ ବାହାରିଥାଏ ।

ଏହି ମନ୍ଦିରରେ ମୂର୍ତ୍ତିମାନେ କରନ୍ତି ନିଜ ଭିତରେ କଥାବାର୍ତ୍ତା

ବିହାରର ବକ୍ସରରେ ଅବସ୍ଥିତ ଏହି ମନ୍ଦିର ମାତାରାଣୀଙ୍କର ମନ୍ଦିର ଅଟେ । ଏହି ମନ୍ଦିରର ନାମ ରାଜ ରାଜେଶ୍ୱରୀ ତ୍ରିପୁର ସୁନ୍ଦରୀ ଯାହା ମା ତ୍ରିପୁର ସୁନ୍ଦରୀ ମାତାଙ୍କୁ ସମର୍ପିତ ଅଟେ । ଏହି ମନ୍ଦିରରେ ଏହି ମାତାଙ୍କ ଛଡା ଦଶ ମହାବିଦ୍ୟାମାନଙ୍କର ମୂର୍ତ୍ତି ମଧ୍ୟ ଅଛି, ଯାହା କି କାଳୀ, ଧୁମାବତୀ, ତାରା, ଛିନ୍ନ ମସ୍ତା, ଷୋଡସୀ, ମାତଂଗୀ, କମଳା, ଉଗ୍ରତାରା ଓ ଭୁବନେଶ୍ୱରୀଙ୍କର ଅଟେ ।

ଆପଣଙ୍କୁ କହିଦେଉଛୁ କି ଏହି ମହାବିଦ୍ୟାମାନଙ୍କର ପୂଜା ଗୁପ୍ତ ନବରାତ୍ରି ଦିନ ହୋଇଥାଏ ଏବଂ ଏମାନଙ୍କର ପୂଜା ଏହି ମନ୍ଦିରରେ ହୋଇଥାଏ । ଏହି ମନ୍ଦିର ତନ୍ତ୍ର ସାଧନା ପାଇଁ ମଧ୍ୟ ଜଣାଯାଇଥାଏ । ଏହି ମନ୍ଦିରକୁ ପ୍ରସିଦ୍ଧ ତାନ୍ତ୍ରିକ ଭବାନୀ ମିଶ୍ର ଦ୍ଵାରା ପ୍ରସ୍ତୁତ କାରାଯାଇଛି ଏବଂ ଏହା ୪୦୦ ବର୍ଷ ପୁରୁଣା ଅଟେ । ଏହି ମନ୍ଦିରକୁ ଭବାନୀ ମିଶ୍ରଙ୍କ ପରିବାର ଦ୍ଵାରା ସେହି ସମୟରୁ ହିଁ ଦେଖାଶୁଣା କରାଯାଉଛି ।

ଶୁଣାଯାଇଥାଏ କିଛି ଶବ୍ଦ

 

ଏହି ମନ୍ଦିରକୁ ଯିଏ ବି ଆସିଥାନ୍ତି ତାଙ୍କୁ କିଛି ନା କିଛି ଶୁଣା ଯାଇଥାଏ ଏବଂ ଏମିତି ଲାଗେ କି ଏହି ମୂର୍ତ୍ତିମାନେ ନିଜ ଭିତରେ ହିଁ କଥାବାର୍ତ୍ତା କରୁଛନ୍ତି । ଅନ୍ୟ ପଟେ ଏହି ମନ୍ଦିର ଭିତରେ ଥିବା ପୂଜାରୀମାନେ କୁହନ୍ତି କି ଏହି ମନ୍ଦିରରେ ତନ୍ତ୍ର ସାଧନା ସାହାର୍ଯ୍ୟରେ ମାତାଙ୍କର ପ୍ରାଣ ପ୍ରତିଷ୍ଠା କରାଯାଇଛି, ସେଥିପାଇଁ ଏଠି ମାତାଙ୍କର ଆବାଜ ଶୁଣାଯାଏ । ଏହି ମନ୍ଦିରରେ ମହାବିଦ୍ୟାମାନଙ୍କ ବ୍ୟତୀତ ବଗଳାମୁଖୀ ମାତା, ଦତ୍ତାତ୍ରେୟ ଭୈରବଙ୍କ ସହିତ ବି ଅନେକ ମୂର୍ତ୍ତି ସ୍ଥାପନ କରାଯାଇଛି ।

ରାତିରେ ହୋଇଥାଏ ପୂଜା

ଏହି ମନ୍ଦିରର ସାଧନା କିଛି ଲୋକମାନଙ୍କ ଦ୍ଵାରା କରାଯାଇଥାଏ ଓ ଏହି ମନ୍ଦିର ରାତି ସାରା ଖୋଲା ରହିଥାଏ । ଏଠି କେହି ଯଦି ରାତିରେ ମା’ଙ୍କର ସାଧନା କରନ୍ତି ତେବେ ତାଙ୍କର ସବୁ ମନୋକାମନା ପୂରଣ ହୋଇଯାଇଥାଏ ।

ବୈଜ୍ଞାନିକମାନେ ମଧ୍ୟ ମାନିଲେ ଆବାଜ ଶୁଣିବାର କଥାକୁ

ଏହି ମନ୍ଦିରକୁ ବୈଜ୍ଞାନିକଙ୍କର କିଛି ଟିମ ମଧ୍ୟ ଆସିସାରିଛନ୍ତି ଓ ଏହି ବୈଜ୍ଞାନିକମାନେ ଏହି ମନ୍ଦିରରେ ଶୁଣା ଯାଉଥିବା ଆବାଜ ବିଷୟରେ ଜାଣିବାକୁ ବହୁତ ଚେଷ୍ଟା କରିଛନ୍ତି କିନ୍ତୁ ସେମାନେ ସମସ୍ତେ  ଅସଫଳ ହୋଇଛନ୍ତି ଓ ଜାଣି ପାରି ନାହାଁନ୍ତି କି ଏହି ମନ୍ଦିରରେ ଆସୁଥିବା ଆବାଜ କେଉଁଠୁ ଆସୁଛି । ଏହି ମନ୍ଦିରର ଆଖପାଖରେ ରହୁଥିବା ଲୋକମାନଙ୍କର କହିବା କଥା କି ରାତ୍ରି ସମୟରେ ଏହି ମନ୍ଦିର ପାଖ ଦେଇ ଯିବା ସମୟରେ ତାଙ୍କୁ କିଛି ଆବାଜ ମଧ୍ୟ ଶୁଣା ଯାଇଥାଏ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *