ଏହି ମାସରେ ୪ଟି ଗ୍ରହ କରିବେ ରାଶି ପରିବର୍ତ୍ତନ, ଶନି ହେବେ ମାର୍ଗୀ, ଯେଉଁଥିପାଇଁ ଏହି ସବୁ ରାଶି ବ୍ୟକ୍ତିଙ୍କର ବଦଳିବ ଭାଗ୍ୟ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ କହିବୁ ଏହି ମାସରେ ହେବାକୁ ଥିବା ଗ୍ରହ ଚଳନ ବିଷୟରେ ଯାହା ଆପଣଙ୍କ ଭାଗ୍ୟରେ ଆଣିବ ବହୁତ ପରିବର୍ତ୍ତନ । ଏହି ମାସରେ ଏକାଥରେ ୪ ଟି ଗ୍ରହ ରାଶି ପରିବର୍ତ୍ତନ କରୁଛନ୍ତି । ଏହା ସହ ଶନି ମଧ୍ୟ ବକ୍ରୀରୁ ମାର୍ଗୀ ହେଉଛନ୍ତି । ଯାହା ନଈକ ରାଶି ପାଇଁ ଶୁଭ ଫଳ ପ୍ରଦାନ କାରୀ ହେବ । ଯେମିତିକି ଆପଣ ଜାଣିଛନ୍ତି ଆମ ଜୀବନରେ ଯାହା ବି ହେଉଛି ତାହା କେବଳ ଗ୍ରହ ଚଳନ ପାଇଁ ହିଁ ହେଉଛି ବୋଲି । ଯେବେ ଯେବେ ଗ୍ରହ ମାନେ ରାଶି ପରିବର୍ତ୍ତ୍ନ କରୁଛନ୍ତି ସେବେ ସେବେ ଆମେ ଏହାର ବହଳ ଓ ଖରାପ ପ୍ରଭାବ ଅନୁଭବ କରି ପାରୁଛେ ।

ମଙ୍ଗଳ-

ଏହି ମାସ ୨୫ ତାରିଖରେ ମଙ୍ଗଳ କନ୍ୟା ରାଶିରେ ପ୍ରବେଶ କରିବେ । ବର୍ତ୍ତମାନ ମଙ୍ଗଳ ସିଂହ ରାଶିରେ ରବି ଓ ବୁଧଙ୍କ ସହ ଅବସ୍ଥାନ କରୁଛନ୍ତି । ଏହି ରାଶି ପରିବର୍ତ୍ତନ ଫଳରେ ଏହା ସମସ୍ତ ରାଶି ଉପରେ କିଛି  ନା କିଛି ପ୍ରଭାବ ପକାଇବ ।

ବୁଧ-

ସେପ୍ଟେମ୍ବର ୧୧ତାରିଖରେ ବୁଧ କନ୍ୟା ରାଶିରେ ପ୍ରବେଶ କରିବେ । କନ୍ୟା ରାଶି ହେଉଛି ବୁଧଙ୍କ ସ୍ବଗୃହ । ତେବେ ଚଳିତ ମାସ ୨୯ତାରିଖ ପର୍ଯ୍ୟନ୍ତ କନ୍ୟା ରାଶିରେ ଅବସ୍ଥାନ କରିବାପରେ ବୁଧ ତୁଳା ରାଶିକୁ ଚଳନ କରିବେ । ଜାତକରେ ବୁଧଙ୍କ ସ୍ଥିତି ଭଲଥିଲେ ବ୍ୟକ୍ତି ବିଦ୍ୟା ଓ ବୁଦ୍ଧିରେ ନିପୁଣ ହୁଏ । ଏହାଙ୍କୁ ଧନ ସଞ୍ଚୟ ଗ୍ରହ ମଧ୍ୟ କୁହାଯାଏ । ଯାହା ଫଳରେ ବ୍ୟକ୍ତିର ଆଯ ମଧ୍ୟ ବଢିବାର ଯୋଗ ଅଛି ।

ଶୁକ୍ର-

ସେପ୍ଟେମ୍ବର ୧୦ ତାରିଖରେ ଶୁକ୍ର କନ୍ୟା ରାଶିରେ ପ୍ରବେଶ କରିବେ । ଏହି ମହାଗ୍ରହଙ୍କ ଶୁଭ ଅବସ୍ଥିତି ବ୍ୟକ୍ତିଙ୍କୁ ସୁଖ ସମୃଦ୍ଧି ପ୍ରଦାନ କରିଥାଏ । ତେବେ ଶୁକ୍ରଙ୍କ ଏହି ରାଶି ପରିବର୍ତ୍ତନ ଅନେକ ବ୍ୟକ୍ତିଙ୍କ ଜୀବନରେ ମଧ୍ୟ ସୁଖ ସମୃଦ୍ଧି ଭାରି ଦେବ ।

ଶନି-

୧୮ତାରିଖରେ ଧନୁ ରାଶିରେ ଶନି ବକ୍ରୀରୁ ମାର୍ଗୀ ହୋଇଯିବେ । ସମସ୍ତଙ୍କ ଉପରେ ଏହାର ସକରାତ୍ମକ ପ୍ରଭାବ ଦେଖିବାକୁ ମିଳିବ । ଶନି ବକ୍ରୀ ଥିବାରୁ ସମସ୍ତଙ୍କ ଉପରେ ଏହାର ଖରାପ ପ୍ରଭାବ ପଡୁଥିଲା କିନ୍ତୁ ଏବେ ମାର୍ଗୀ ହେବାରୁ ସମସ୍ତ ରାଶି ଉପରେ ଏହାର ଭଲ ପ୍ରଭାବ ପଡିବ ।

ତେବେ ଏହିସବୁ  ଗ୍ରହଚଳନ କାରଣରୁ ଏହି ମାସରେ ୭ଟି ରାଶି ଅତ୍ୟନ୍ତ ଭାଗ୍ୟଶାଳୀ ହେବେ ବା ଯେଉଁମାନଙ୍କର ଭାଗ୍ୟ ପରିବର୍ତ୍ତନ ହେବ । ତେବେ ସେହି ରାଶିଗୁଡିକ ହେଲେ – ବୃଷ, ମିଥୁନ, ସିଂହ, କନ୍ୟା, ଧନୁ, ମକର ଏବଂ କୁମ୍ଭ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *