୨୦୨୦ ମସିହା ର ନଭେମ୍ବର ମାସ ଚାଲିଛି ଏବଂ ଏହି ମାସ ରେ ଏହି ବର୍ଷ ର ଶେଷ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି । ଏହି ମସିହା ର ଶେଷ ଚନ୍ଦ୍ରଗ୍ରହଣ ନଭେମ୍ବର ମାସ ର ୩୦ ତାରିଖ ସୋମବାର ଦିନ ହେବାକୁ ଯାଉଛି । ଏହି ବର୍ଷ ରେ ୬ଟି (ଚନ୍ଦ୍ରଗ୍ରହଣ-୪ ଓ ସୂର୍ଯ୍ୟପରାଗ-୨) ଗ୍ରହଣ ଲାଗୁଛି । ଯାହା ମଧ୍ୟରୁ ଶେଷ ଚନ୍ଦ୍ରଗ୍ରହଣ ୩୦ ନଭେମ୍ବର ରେ ଓ ଶେଷ ସୂର୍ଯ୍ୟପରାଗ ଡିସେମ୍ବର ରେ ପଡିବ ।
ବର୍ଷ ର ଶେଷ ଚନ୍ଦ୍ରଗ୍ରହଣ ଏକ ଉପଚ୍ଛାୟ ଚନ୍ଦ୍ରଗ୍ରହଣ ହେବ, ଏହି କାରଣ ରୁ ଚନ୍ଦ୍ରଗ୍ରହଣ ର ସୁତକ କାଳ ମାନ୍ୟ ହେବ ନାହିଁ । ଏହି ଚନ୍ଦ୍ରଗ୍ରହଣ ୩୦ ନଭେମ୍ବର ରେ ୧.୦୪ ଟା ବେଳେ ଲାଗିବ ଓ ସନ୍ଧ୍ୟା ୫.୨୨ ଟା ପର୍ଯ୍ୟନ୍ତ ରହିବ। ଏହି ଚନ୍ଦ୍ରଗ୍ରହଣ ଭାରତରେ ଦେଖା ଦେବା ନାହିଁ । ସେଥିପାଇଁ ଏହାର ସୁତକ କାଳ ମାନ୍ୟ ହେବ ନାହିଁ ।
ଚନ୍ଦ୍ରଗ୍ରହଣ ର ତିଥି ଓ ସମୟ:
ଗ୍ରହଣ ର ପ୍ରାରମ୍ଭ : ୩୦ ନଭେମ୍ବର ର ଦ୍ଵିପ୍ରହର ୧.୦୪ ଟା ବେଳେ
ଗ୍ରହଣ ର ମଧ୍ୟକାଳ:୩୦ ନଭେମ୍ବର ର ଦ୍ଵିପ୍ରହର ୩.୧୩ ଟା ବେଳେ
ଗ୍ରହଣ ର ସମାପ୍ତ:୩୦ ନଭେମ୍ବର ର ସନ୍ଧ୍ୟା ୫.୨୨ ଟା ବେଳେ
ଜ୍ୟୋତିଷ ଙ୍କ ମତାନୁସାରେ ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟଗ୍ରହଣ ପ୍ରତ୍ୟେକ ବ୍ୟକ୍ତି ର ଜୀବନ ଉପରେ କିଛି ସକାରାତ୍ମକ ତ କିଛି ନକରାତ୍ମକ ପ୍ରଭାବ ପଡିବ । ଏହି ବର୍ଷ ସମୁଦାଯ ୪ଟି ଚନ୍ଦ୍ରଗ୍ରହଣ ପଡିବ ।
ବର୍ଷ ର ଶେଷ ଚନ୍ଦ୍ରଗ୍ରହଣ କେଉଁଠି କେଉଁଠି ଦେଖାଯିବ:
ଏହି ବର୍ଷ ର ଶେଷ ଚନ୍ଦ୍ରଗ୍ରହଣ ଏସିଆ, ଅଷ୍ଟ୍ରେଲିଆ, ପ୍ରଶାନ୍ତ ମହାସାଗର ଓ ଆମେରିକା ର କିଛି ସ୍ଥାନରେ ଦେଖାଯିବ । ଏହି ଚନ୍ଦ୍ରଗ୍ରହଣ ଭରତ ରେ ଦେଖାଦେବ ନାହିଁ ସେଥିପାଇଁ ଏହାର କିଛି ପ୍ରଭାବ ଭରତ ରେ ପଡିବ ନାହିଁ ।
ସୁତକ କାଳ:
ଗ୍ରହଣ ର ପ୍ରଥମ ସମୟ କୁ ସୁତକ କାଳ କୁହଯାଏ । ଜ୍ୟୋତିଷ ଙ୍କ ଅନୁସାରେ, ସୁତକ କାଳ ଗ୍ରହଣ ଲାଗିବାର ୯ଘଣ୍ଟା ପୂର୍ବରୁ ଲାଗିଥାଏ ଓ ସୁତକ କାଳ ଗ୍ରହଣ ଶେଷ ହେବ ସହ ଗ୍ରହଣ ଶେଷ ହୋଇଥାଏ । ଏଥିପାଇଁ ଗ୍ରହଣ ଲାଗିବା ପୂର୍ବରୁ କିଛି ବି ଶୁଭ କାର୍ଯ୍ୟ କରିବା ବର୍ଜିତ ଅଟେ ।
ଚନ୍ଦ୍ରଗ୍ରହଣ କାହାକୁ କୁହାଯାଏ:
ସୂର୍ଯ୍ୟଗ୍ରହଣ ଓ ଚନ୍ଦ୍ରଗ୍ରହଣ ଏକ ପ୍ରକାର ର ଅଦ୍ଭୁତ ଘଟଣାକ୍ରମ ଅଟେ । ଯେତେବେଳେ ସୂର୍ଯ୍ୟ ଓ ଚନ୍ଦ୍ରମା ମଧ୍ୟରେ ପୃଥିବୀ ଆସିଥାଏ ଓ ତା ଛାଇ ରେ ଚନ୍ଦ୍ରମା ପୁରା ଘୋଡାଇ ହୋଇଯାଇଥାନ୍ତି ସେତେବେଳେ ତାକୁ ଚନ୍ଦ୍ରଗ୍ରହଣ କୁହାଯାଇଥାଏ ।