ଏହି 5ଟି ଅଭିନେତ୍ରୀମାନଙ୍କୁ ବିବାହ ପରେ ସହିବାକୁ ପଡିଥିଲା ନିର୍ଯ୍ୟାତନା, ଶ୍ଵେତା ତିଵାରୀଙ୍କ ଦ୍ଵିତୀୟ ସ୍ଵାମୀ ତ…

ଆଜି ଆମେ ଟିବି ଜଗତ ର କିଛି ଏମିତି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯାହାଙ୍କ ପ୍ରଥମ ବିବାହ କିଛି ନା କିଛି କାରଣ ପାଇଁ ଭାଙ୍ଗି ଗଲା, ବହୁତ ପ୍ରାସିଦ୍ଧ ଅଭିନେତ୍ରୀ ଯେମିତି କି କୁମକୁମ ଭାଗ୍ୟ ର ଜୁହୀ ବା କସୋଟୀ ଜିନ୍ଦଗୀ କି ର ଶ୍ଵେତା ତିଵାରୀଙ୍କ ବିବାହ ଭାଙ୍ଗିବା କାରଣ ଜାଣି ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି । ସମସ୍ତଙ୍କ ମନ ଭାବ ଗୋଟେ ନଥାଏ ସେଥିପାଇଁ ସମ୍ପର୍କ ରେ ଅସୁବିଧା ହୋଇଥାଏ କିନ୍ତୁ ଆସନ୍ତୁ ଜାଣିବା ଆମ ଟିଭି ବୋହୁମାନଙ୍କ ଅସଲ ଜୀବନରେ ବିବାହ କଣ ପାଇଁ ଭାଙ୍ଗିଲା ।

ରଶ୍ମୀ ଦେସାଇ :

ଉତ୍ତରଣ ସିରିୟଲ ତପସ୍ୟା ଅଭିନୟ କରୁଥିବା ରଶ୍ମୀ ଦେସାଇ ଙ୍କର ୨୦୧୨ରେ ଅଭିନେତା ନନ୍ଦୀଶ ସନ୍ଧୁ ସହ ବିବାହ ହୋଇଥିଲା, ଏହା ପରେ ରଶ୍ମୀ ଦେସାଇ ୨୦୧୫ରେ ଛାଡପତ୍ର ନେଇ ଗଲେ କୁହା ଯାଏ କି ଉତ୍ତରନ ସିରିୟଲ ରେ ଦୁହିଙ୍କ ମିଳନ ହେଲା ଓ ସେ ବିବାହ କରିଥିଲେ । କିନ୍ତୁ ସେମାନଙ୍କ ଡିଭୋର୍ସ ର କାରଣ ଏ ପର୍ଯ୍ୟନ୍ତ କାହାକୁ ଜଣା ନାହିଁ ।

ଶ୍ଵେତା ତିଵାରୀ :

ଶ୍ଵେତା ତିଵାରୀ ରାଜା ଚୌଧରୀ ସହ ୧୯୯୮ରେ ବିବାହ କରିଥିଲେ, ଶ୍ଵେତା ତିଵାରୀଙ୍କ ଅନୁଯାଇ ତାଙ୍କ ପ୍ରଥମ ସ୍ଵାମୀ ରାଜା ତାଙ୍କ ଉପରେ ବହୁତ ଥର ହାତ ମଧ୍ୟ ଉଠାଇଛନ୍ତି । ଏହା ପରେ ଶ୍ଵେତା କୋହଲିଙ୍କ ସହ ବିବାହ କଲେ କିନ୍ତୁ ଏହି ସମ୍ପର୍କ ମଧ୍ୟ ରହିଲା ନାହିଁ, ନିଜ ବ୍ୟକ୍ତିଗତ ଜୀବନ ଓ ନିଜ ପୁଅ ପାଇଁ କିଛି ସମୟରୁ ସେ ଟିଭିରୁ ଦୂରେଇକି ଅଛନ୍ତି ।

ଜେନିଫର ବିଙ୍ଗେଟ :

ଛୋଟ ପରଦାର ଅଭିନେତ୍ରୀ ଜେନିଫର ବିଙ୍ଗେଟ କିନ୍ତୁ ବହୁତ ପ୍ରସିଦ୍ଧ ଅଟନ୍ତି, ଜେନିଫର ବିଙ୍ଗେଟ ୨୦୧୨ରେ କରଣ ସିଂହ ଗ୍ରୋବର ସହ ବିବାହ କରିଥିଲେ କିନ୍ତୁ ଦୁଇ ବର୍ଷରେ ତାଙ୍କର ଛାଡପତ୍ର ହୋଇ ଗଲା । ଏବେ ଜେନିଫର ବିଙ୍ଗେଟ ଶିଂଗଲ ଅଛନ୍ତି କିନ୍ତୁ କରଣ ବିପାଶାଙ୍କ ସହ ବିବାହ କରି ଛନ୍ତି ।

ଦଲଜିତ କୌର :

ଦଲଜିତ କୌର ଓ ଶାଲିନ ଭନୋଟ ସହ ୨୦୧୫ରେ ଛାଡପତ୍ର ନେଇ ଥିଲେ ଦଲଜିତ କୌରଙ୍କ କହିବା ଅନୁଯାଇ ତାଙ୍କ ସ୍ଵାମୀ ହିଂସାତ୍ମକ ଆଚରଣ କରୁଥିଲେ । ତାଙ୍କୁ ମାରଧର କରୁଥିଲେ ।

ଜୁହୀ ପରମାର :

କୁମକୁମ ଭାଗ୍ୟ ସିରିୟଲ ଜୁହୀ ଘରେ ଘରେ ପ୍ରସିଦ୍ଧ ଅଛନ୍ତି, ଜୁହୀ ପରମାର ଅଭିନେତା ସଚିନ ଶ୍ରଫ ସହ ୨୦୦୯ରେ ବିବାହ କରିଥିଲେ ଏବଂ ୨୦୧୮ରେ ଦୁହିଙ୍କ ଛାଡପତ୍ର ହୋଇଥିଲା । ୨୦୧୨ରେ ଜୁହୀ ବିଗ ବୋଷ ବିଜେତା ହୋଇଥିଲେ ।

Leave a Reply

Your email address will not be published. Required fields are marked *