ଏହି ପ୍ରାକୃତିକ ଘଟଣା ପଛର ସତ୍ୟତା ଆପଣ ଜାଣି ନ ଥିବେ, ଦେଖନ୍ତୁ Video

ପଶୁମାନଙ୍କ ଉପରେ ବହୁତ ବର୍ଷ ହେବା ରିସର୍ଚ ଚାଲି ଆସୁଛି । କିନ୍ତୁ ଏହା ସତ୍ବେ ବି ଏମାନଙ୍କ ମଧ୍ୟରେ ଆହୁରି ରହସ୍ୟ ଲୁଚି ଅଛି ଯାହା ବୈଜ୍ଞାନିକମାନଙ୍କୁ ବେଳେ ବେଳେ ଆଶ୍ଚର୍ଯ୍ୟ କରିଦିଏ । ଆଜି ଆମେ ଆପଣଙ୍କୁ ପଶୁମାନଙ୍କର ଏମିତି କିଛି କାର୍ଯ୍ୟ ଓ କଳା ବିଷୟରେ କହିବୁ ଯାହା ବିଷୟରେ ନା ହିଁ ଆପଣ ଆଗରୁ ଶୁଣିଥିବେ ନା ଦେଖିଥିବେ ।

ଏହି କଇଁଛକୁ ଦେଖନ୍ତୁ ଯିଏକି ସ୍ଲାଇଡିଙ୍ଗ ମେଟାଳ ଗେଟକୁ ଖୋଲି ବାହାରକୁ ଯିବାକୁ ଚେଷ୍ଟା କରିଲା । କିନ୍ତୁ କଇଁଛର ଭାଗ୍ୟ ଖରାପ ତାକୁ ଜଣେ କାର ବାଲା ଦେଖି ଦେଲା ଓ ସେ ତାର ମାଲିକକୁ ଫେରାଇ ଦେଲା । କିନ୍ତୁ ଏହା ଥରେ ନୁହେଁ କଇଁଛ ଏହିଭଳି ପ୍ରାୟତଃ ଗେଟ ଖୋଲି ଯିବାକୁ ଚେଷ୍ଟା କରେ କିନ୍ତୁ କେହି ନା କେହି ଆସି ଏହାକୁ ପୁଣି ଥରେ ଘର ଭିତରେ ଛାଡି ଦେଇ ଚାଲିଯାଏ ।

ଝିଟିପିଟି ବିଷୟରେ ଯଦି କଥାବାର୍ତ୍ତା କରିବା ତେବେ ଆଖିରୁ ରକ୍ତ ଫୋପାଡୁଥିବା ଝିଟିପିଟି ନେଇ ପବନରେ ଉଡୁଥିବା ଝିଟିପିଟି ବିଷୟରେ ଆପଣ ଶୁଣିଥିବେ । କିନ୍ତୁ ଏହି ଝିଟିପିଟିକୁ ଦେଖନ୍ତୁ ଯାହାକି ଗୋଲ୍ଡେନ ଟାଇଲେଡ ଗେକୋ ନାଁରେ ପରିଚିତ ଅଟେ । ଯେତେବେଳେ ଏହି ଝିଟିପିଟିକୁ କେହି ଶିକାର କରିବାକୁ ଯାଏ ସେହି ସମୟରେ ଶିକାରୀ ଝିଟିପିଟି ପ୍ରଥମେ ନିଜ ମୁହଁ ଖୋଲି ଭୟଭୀତ କରିବାକୁ ଚେଷ୍ଟା କରେ । ସେ ନିଜ ଲାଞ୍ଜ ଉଠାଇ ଏମିତି ଅଠା ଭଳି ଜିନିଷ ସ୍ପ୍ରେ କରି ମାରେ ଯାହା ଯଦି ବ୍ୟକ୍ତି ଉପରେ ପଡିଯିବ ତେବେ ତାକୁ ଅଜୀବ ଗନ୍ଧ ସହ ସେହି ସ୍ଥାନଟି ପୋଡିବା ଭଳି ଲାଗିଥାଏ ।

ଆପଣମାନେ ଜିଆ ତ ବହୁତ ଦେଖିଥିବେ କିନ୍ତୁ କଣ ଆପଣମାନେ ଏମିତି ଜିଆ ଦେଖିଛନ୍ତି ଯେଉଁମାନେ ସାପ ଭଳି ଲମ୍ବା ହୋଇଥାନ୍ତି । ଅଷ୍ଟ୍ରେଲିୟାର ଏକ ନଦୀରେ ସାପ ଭଳି ଜିଆ ଦେଖା ଯାଆନ୍ତି ।

ଏହି ଭିଡିଓରେ ଜଣେ ମହିଳା ନିଜ ଘୋଡା ପଛରେ ବସି ମିଛରେ କାନ୍ଦିବାକୁ ଲାଗିଲା । କନ୍ଦିବା ଶବ୍ଦ ଶୁଣିବା ପରେ ଘୋଡା ପଛକୁ ବୁଲି ନିଜର ମାଲିକ ପାଖକୁ ଯାଉଛି । ଘୋଡା ସେହି ଝିଅ ପାଖକୁ ଆସି ଏମିତି ଛିଡା ହୋଇ ଯାଉଛି ଯେମିତି ସେ ତାକୁ ସାନ୍ତ୍ଵନା ଦେଉଛି । ରିସର୍ଚରେ ଜଣା ପଡିଛି କୁକୁର ଓ ହାତୀ ଭଳି ଘୋଡା ବି ମନୁଷ୍ୟର ଭାବନା ବୁଝି ପାରିବେ ।

ଏଠି ଦେଖନ୍ତୁ କିଛି ଚିମ୍ପାଞ୍ଜି ପୋଖରୀର କୂଳକୁ ଆସିଥିବା ଗୋଟିଏ କଇଁଛକୁ ନେଇ ଆସିଲେ ଓ ତାକୁ ଖେଳଣା ଭାବି ଛୋଟ ପିଲାମାନଙ୍କ ଗାଡି ଭାବି ତାକୁ ଖେଳିବାକୁ ଲାଗିଲେ । ଏହି ଦୃଶ୍ୟରେ ଜଣେ ଯୁବକ ନିଜର ଟଙ୍କା ଚୋରୀ ହୋଇଯିବା କାରଣରୁ ସେ ପୋ-ଲି-ସ ପାଖକୁ ଗଲା ।

ପୋ-ଲି-ସ ଚୋରୀ ହୋଇଥିବା ସ୍ଥାନରେ ସିସିଟିଭି ଫୁଟେଜ ଦେଖିଲା । କିନ୍ତୁ ସିସିଟିଭି ଫୁଟେଜରେ ପୋ-ଲି-ସ ଯାହା ବି ଦେଖିଲା ତେବେ ତାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଫୁଟେଜରେ ନଜର ଆସିଲା ଯୁବକ ଜଣକ ଗୋଟିଏ ଷ୍ଟୋର ବାହାରେ ନିଜର ବ୍ୟାଗ ରଖିଥିଲା । କୌଣସି ବ୍ୟକ୍ତି ନୁହେଁ ଗୋଟିଏ କାଉ ସେହି ବ୍ୟାଗ ଭିତରେ ଥିବା ଟଙ୍କାକୁ ଚୋରୀ କରିଥିଲା ।

Leave a Reply

Your email address will not be published. Required fields are marked *