ଏହି ୬ଟି ରୁ ୩ଟି ପ୍ରାଣୀ କେବେ ମରନ୍ତି ନାହିଁ, ଏମାନଙ୍କୁ କାଟିଲେ ମଧ୍ୟ ଏମାନେ ଜୀବିତ ରୁହନ୍ତି

ଯଦି ମଣିଷ ଅମର ହୋଇଯିବ ତେବେ ବହୁତ କିଛି ହୋଇପାରେ, ବିଜ୍ଞାନ ମଧ୍ୟ ଅମର ହବାର ରହସ୍ୟ ଖୋଜିବାରେ ଲାଗିଛନ୍ତି, କିନ୍ତୁ ଏହି ସଂସାରରେ ଏମିତି କେତେକ ପ୍ରାଣୀ ଅଛନ୍ତି ଯିଏ ଅମର ଅଛନ୍ତି, ତେବେ ଆସନ୍ତୁ ଜାଣିବା ଏହି ୬ଟି ପ୍ରାଣୀଙ୍କ ବିଷୟରେ, ଯାହା କେବେ ମରନ୍ତି ନାହିଁ କାଟି ଦେଲେ ମଧ୍ୟ ଏହି ଜୀବ ମରନ୍ତି ନାହିଁ । ଏମାନେ ଏଭଳି ଜୀବ ଯେଉଁମାନେ କେବେବି ବି ମରନ୍ତି ନାହିଁ ଏମାନଙ୍କୁ କାଟିଲେ ମଧ୍ୟ ଏମାନେ ଜୀବିତ ରୁହନ୍ତି ।

ଆଜି ଆମେ ଆପଣଙ୍କୁ ସେହିଭଳି ୬ଟି ପ୍ରାଣୀ ବିଷୟରେ କହିବୁ ଯେଉଁମାନେ ଅମର, ବା ଯେଉଁମାନେ ମରନ୍ତି ନାହିଁ । ଏମିତି କି ସେମାନଙ୍କୁ କାଟି ଦୁଇ ଖଣ୍ଡ କାଲେ ମଧ୍ୟ ସେମାନେ ଜୀବିତ ଥାନ୍ତି । ଆପଣଙ୍କୁ ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଏହା ସତ, ସେହିଭଳି ୬ଟି ଜୀବ ଅଛନ୍ତି ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । ତେବେ ଆସନ୍ତୁ ଜାଣିବା ସେମାନକ ବିଷୟରେ ।

୧. ପ୍ଲୈନରିୟନ ଫ୍ଲୈଟୱର୍ମ :

ଏହି ପ୍ରାଣୀ କେବେ ମରନ୍ତି ନାହିଁ, ଆପଣ ଏହାର ୨୦୦ ଖଣ୍ଡ କରି ଦେଲେ ମଧ୍ୟ ଏହି ଜୀବ ମରେ ନାହିଁ, ଆଶ୍ଚର୍ଯ୍ୟ କଥା ଏହା ଯେ ପ୍ରତି ଖଣ୍ଡ ଆଉଥରେ ଜୀବିତ ହୋଇଯାନ୍ତି । ଏହା ଠାରୁ ବଡ ଆଶ୍ଚର୍ଯ୍ୟ କଥା ଯେ ମୁଣ୍ଡ ଏବଂ ନର୍ଭ୍ସ ସିଷ୍ଟମ କୁ ମଧ୍ୟ କାଟି ଖଣ୍ଡ କଲେ ଏହା ଆଉଥରେ ଜନ୍ମ ହୋଇଯାନ୍ତି ।

୨. ହୀଡ୍ରା ବା ହାଇଡ୍ରା :

ଏହାକୁ ଆପଣ ବହୁତ ମୁଣ୍ଡ ସାପ ବା ଜଲବ୍ୟାଲ ବୁଝି ପାରନ୍ତି, ଏହାର କେବେ ବି ପ୍ରାକୃତିକ ମୃତ୍ୟୁ ହୋଇ ନଥାଏ । ହାଇଡ୍ରା ବହୁତ ଭାଗ ରେ ନିଜ ମୁଣ୍ଡକୁ ବିଭାଜିତ କରିଥାଏ ଏବଂ ପ୍ରତେକ ମୁଣ୍ଡ ଦ୍ଵାରା ନୂଆ ହାଇଡ୍ରା ନିର୍ମାଣ ହୋଇଥାଏ ।

୩. ଜେଲିଫିସ :

ଜେଲିଫିସ ବିଷୟରେ ସମସ୍ତେ ଜାଣିଥିବେ, ଏହା ନିଜ ସେଲ୍ସ ବଦଳି ପୁଣି ଥରେ ଯୁବା ଅବସ୍ଥା କୁ ଫେରି ଯାଇଥାଏ ଓ ଏହି ଚକ୍ର ଚାଲୁଥାଏ ।

୪. ଟାଡିଗ୍ରେଡ :

ପାଣି ରେ ବାସ କରୁଥିବା ୮ଟି ଗୋଡ ଥିବା ଓ ୪ ଏମଏମ ଲମ୍ବା ଏହି ଯିବ ୩୦ ବର୍ଷ ପର୍ଯ୍ୟନ୍ତ ବିନା କିଛି ଭୋଜନ ଦ୍ଵାରା ବଞ୍ଚି ପାରିବ, ଓ ଏଥିରେ ଅନ୍ତରିକ୍ଷ ରେ ମଧ୍ୟ ଜୀବିତ ରହିବାର କ୍ଷମତା ଅଟେ । ଏହା କୌଣସି ପ୍ରକାର ବାତାବରଣ ରେ ଜୀବିତ ରହି ପାରିବ । ଏହି ଯିବ ୨୭୨ ଡିଗ୍ରୀ ରେ ବିନା କୌଣସି ଅସୁବିଧା ରେ ବଞ୍ଚି ପାରିବ ଓ ଏହା ୧୫୦ ଡିଗ୍ରୀ ଗରମ ଆରାମ ସେ ସାହି ପାରିବ ।

୫. ଲଙ୍ଗ ଫିସ :

ଏହି ମାଛ ବିନା କୌଣସି ଅସୁବିଧାରେ ବିନା କିଛି ଖାଇ ପି ବଞ୍ଚି ପାରିବ, ଆଫ୍ରିକା ରେ ଥିବା ମାଛ ଶୁଖିଲା ପଡିଲେ ନିଜକୁ ଜମି ତଳେ ପୋତି ଦେଇଥାଏ । ତେବେ ଏହି ଜୀବନକୁ ଆମେ ଅମର ବୋଲି କହୁଅଛୁ ।

୬. ଅଲାସ୍କନ ଉଡ ଫ୍ରଗ:

ଏହି ବେଙ୍ଗ ମଧ୍ୟ ଅଜର ଅମର ଅଟେ । ଅଲାସ୍କାରେ ଯେବେ ତାପମାନ ୨୦॰c ତଳକୁ ଯାଏ ସେବେ ଏହି ବେଙ୍ଗର ଶରୀର ପ୍ରାୟତଃ ସ୍ଥିର ହୋଇଯାଏ ଓ ଏମାନେ ନିଦ୍ରାରେ ଶୋଇଯାଆନ୍ତି । ଏମାନେ ସେହି ସମୟରେ ୮୦% ବରଫରେ ଯମି ଯାଆନ୍ତି । ଯାହା ଫଳରେ ସେମାନେ ମରିଯାଇଥାନ୍ତି । କିନ୍ତୁ ବସନ୍ତ ଆସିଲେ ସେମାନେ ପୁନଃ ଜୀବିତ ହୋଇ ନିଜର କାମ କରନ୍ତି । ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ପୋଷ୍ଟଟି ଭଲ ଲାଗିଲେ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *