ଏହି କଥା ସମସ୍ତେ ଜାଣିଛନ୍ତି ଯେ ୟୁପିଏସୀ ପରୀକ୍ଷା ପାସ କରିବା ବହୁତ କଷ୍ଟକର କାମ ହୋଇ ଥାଏ, ଏତେ କଷ୍ଟକର ହେଲେ ମଧ୍ୟ ଲୋକ ଏହି ପରୀକ୍ଷା ଦେଇ ଥାନ୍ତି । ପରୀକ୍ଷା ଏତେ କଷ୍ଟ ହୋଇ ଥାଏ ଯେ ବହୁତ କମ ପିଲା ଏହି ପରିକ୍ଷାକୁ ପାସ କରି ପାରି ଥାନ୍ତି, ଏହା ଛଡା ୟୁପିଏସୀ ପରୀକ୍ଷା ବିଷୟରେ ଏହା ମଧ୍ୟ କୁହା ଯାଏ ଯେ ଏହି ପରୀକ୍ଷା ତିନୋଟି ଚରଣ ରେ ହୋଇ ଥାଏ । ଛୁଆଙ୍କୁ ପ୍ରଶ୍ନ ଉତ୍ତର ଖେଳିବା ଉଚିତ ଏହା ଦ୍ଵାରା ତାଙ୍କ ଜ୍ଞାନ ବଢିବା ଲାଗିଥାଏ ।
୧. ତାହା କଣ ଯାହା ଆମେ ନିଜର କମ ଏବଂ ଅନ୍ୟର ଅଧିକ ବ୍ୟବହାର କରିଥାଉ ?
ଉତ୍ତର : ନାମ
୨. ତାହା କଣ ଯାହାକୁ ଆମେ ଜଳଖିଆ ପୂର୍ବରୁ ଖାଇ ପାରିବା ନାହିଁ ?
ଉତ୍ତର : ମଧ୍ୟାହ୍ନ ଭୋଜନ
୩. ତାହା କଣ ଯାହା ଅନ୍ୟ କାହାକୁ ଜଣା ନଥାଇ ପାରେ କିନ୍ତୁ ଆପଣଙ୍କୁ ଜଣା ଥାଏ ?
ଉତ୍ତର : ଆପଣଙ୍କ ଆଡ୍ରେସ
୪. ତାହା କଣ ଯାହାକୁ ଆପଣ କାଟିଥାନ୍ତି କିନ୍ତୁ କେବେ ହେଲେ ଖଣ୍ଡ ଖଣ୍ଡ କରି ପାରନ୍ତି ନାହିଁ ?
ଉତ୍ତର : ସମୟ
୫. କେଉଁ ମାସରେ ଲୋକମାନେ ସବୁଠାରୁ କମ୍ ଶୋଅନ୍ତି ?
ଉତ୍ତର : ଫେବୃଆରୀ
୬. ସେ କିଏ ଯିଏ ଆଲୋକରେ ଆପଣଙ୍କ ପାଖେ ପାଖେ ଥାଏ କିନ୍ତୁ ଅନ୍ଧାରରେ ନଥାଏ ?
ଉତ୍ତର : ନିଜର ଛାଇ
୭. କଅଳିଆ ସେ ଛୋଟ ପିଲାଟି
ଗୁମ୍ଫା ଭିତରକୁ ଗଲା ଝପଟି,
ରାକ୍ଷସ ସେଠି ଥିଲେ ବତିଶି
ପିଲାଟି ସେଠି ହେଲା ଯେ ପେଷି
ରକତ ବହିଲା ଧାର ଧାର
କିଏ କହିବ ନାମ ତାର ?
ଉତ୍ତର : ପାନ
୮. ଜନମ ହୁଏ ସମୁଦ୍ର ଜଳେ ରହିଥାଏ ମୁଁ ରୋଷେଇଶାଳେ ମୁଁ କିଏ ?
ଉତ୍ତର : ଲୁଣ
୯. କେଉଁ ପ୍ରଶ୍ନର ଉତର ସବୁବେଳେ ବଦଲୁଥାଏ ?
ଉତ୍ତର : ବର୍ତମାନ ସମୟ କେତେ ?
୧୦. ତାହା କଣ ଯାହାକୁ ସକାଳେ ଦେଖିଲେ ସବୁଜ, ଖରାବେଳେ ଦେଖିଲେ କଳା, ସନ୍ଧ୍ୟାବେଳେ ଦେଖିଲେ ନୀଳ ଏବଂ ରାତିରେ ଦେଖିଲେ ଧଳା ଦେଖାଯାଏ ?
ଉତ୍ତର : ବିଲେଇର ଆଖି ।
ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।