ଆଜି ପର୍ଯ୍ୟନ୍ତ ଆପଣ ଆପଣଙ୍କର ଜୀବନରେ ଅନେକ ପରୀକ୍ଷା ଦେଇଥିବେ କିନ୍ତୁ ଆଜି ଯେଉଁ ପରୀକ୍ଷା ବିଷୟରେ ଆମେ କହିବାକୁ ଯାଉଛୁ ତାହା ଆଇଏଏସ ପରୀକ୍ଷା ଏହା ଦେଶର ସବୁଠାରୁ କଠିନ ପରୀକ୍ଷା ବୋଲି କୁହାଯାଇ ଥାଏ ,କାରଣ ଏହାକୁ ପାସ କରିବା ବହୁତ କଷ୍ଟ ହୋଇଥାଏ, ଯଦି କେହି ପାସ ବି କରିଯାଏ ତା ପରେ ଆଇଏଏସ ଇନ୍ଟରଭିଉ ରେ ସେ ପାସ କରିବା ସେମିତି କିଛି ଗ୍ୟାରେଣ୍ଟି ନଥାଏ ।
ଏଥିରେ ପାସ କରିବା ପାଇଁ ଆପଣଙ୍କ ପାଖେ କିଛି ଖାସ ଟ୍ୟାଲେଣ୍ଟ ଥିବା ଦରକାର । ଏହି ପରୀକ୍ଷାରେ ଜରୁରୀ ନୁହେଁ କି ଆପଣଙ୍କ ପାଖରେ ଖାଲି ଜ୍ଞାନ ଥିବା, ଜ୍ଞାନ ସହିତ ଏହି ପରୀକ୍ଷାରେ ଆପଣଙ୍କ ବ୍ୟକ୍ତିତ୍ଵ ବି ପରୀକ୍ଷା କରାଯାଇଥାଏ ।
୧. ତାହା କଣ ଯାହା ପରଠାରୁ ମଧ୍ୟ ହାଲୁକା କିନ୍ତୁ ଆମେ ଏକ ମିନିଟରୁ ଅଧିକ ଧରିରଖି ପାରିବା ନାହିଁ ?
ଉତ୍ତର : ନିଶ୍ଵାସ
୨. ନଦୀ ଅଛି କିନ୍ତୁ ପାଣି ନାହିଁ,
ଜଙ୍ଗଲ ଅଛି କିନ୍ତୁ ଗଛ ନାହିଁ,
ସଡକ ଅଛି କିନ୍ତୁ ଗାଡି ନାହିଁ,
ସହର ଅଛି କିନ୍ତୁ ଘର ନାହିଁ,
ତାହା କେଉଁ ସ୍ଥାନ ?
ଉତ୍ତର : ମାନଚିତ୍ର ।
୩. ଗୋଟିଏ ବୁଢୀର ୧୨ଟି ପୁଅ । ୧୨ ପୁଅଙ୍କର ୫, ୫ଟି ପୁଅ । ପରିବାରର ୬୦ ଲୋକ, କାଚଘରେ କରନ୍ତି ବାସ । ଏହାର ଉତ୍ତର କଣ ?
ଉତ୍ତର : ଘଣ୍ଟା
୪. ଜଣେ ଡକ୍ଟର ଏବଂ ଜଣେ ବାଳକ ରାସ୍ତାରେ ଯାଉଥିଲେ । ବାଳକ ଜଣକ ଡକ୍ଟରଙ୍କ ପୁଅ ଥିଲେ, କିନ୍ତୁ ଡକ୍ଟର ଜଣକ ବାଳକଟିର ବାପା ନଥିଲେ । ତେବେ ଡକ୍ଟର ଜଣକ କିଏ ଥିଲେ ?
ଉତ୍ତର : ବାଳକଟିର ମା ଥିଲେ ।
୫. ଜଣେ ବୁଲା ବିକାଳି ବୁଲିବୁଲି କହୁଥିଲା ୧୦୦ ଟଙ୍କାରେ କିଣନ୍ତୁ । ପୁରା ପରିବାର ଜୀବନସାରା ବସି ଖାଆନ୍ତୁ । ସେ କଣ ବିକ୍ରି କରୁଥିଲା ?
ଉତ୍ତର : ଆସନ (ଚଟେଇ)
୬. କଳା ଘୋଡା ଧଳା ଚଢାଳୀ ଜଣକ ପରେ ଆଉ ଜଣକ ପାଳି ଏହାର ଉତ୍ତର କଣ ?
ଉତ୍ତର : ତାୱା ଏବଂ ରୋଟି ।
୭. ଆଲୁଅ ମୋଡ ଜନ୍ମ ଦିଏ ଅନ୍ଧାର ମୋତେ ମାରିଦିଏ ମୁଁ କିଏ ?
ଉତ୍ତର : ଛାଇ
୮. ଗୋଟିଏ କୋଠରିରେ ୫୦୦ ଲୋକ ଥିଲେ । ସେମାନଙ୍କ ମଧ୍ୟରୁ ୫ ଜଣ ଶୋଇ ପଡିଲେ । ଏହା ପରେ କୋଠରିରେ କେତେଜଣ ରହିଲେ ?
ଉତ୍ତର : ୫୦୦ ଜଣ ।
୯. କାହାର ଶଯ୍ୟା ଅଛି କିନ୍ତୁ ସେ ଶୋଏ ନାହିଁ ?
ଉତ୍ତର : ନଦୀ
୧୦. ଜଣେ ଚୋର ବନ୍ଧୁକ ଦେଖାଇ ବ୍ଯାଙ୍କ ମ୍ୟାନେଜରଙ୍କୁ ଲକରର ପାସୱାର୍ଡପଚାରିଲା । ବ୍ଯାଙ୍କ ମ୍ୟାନେଜର ଭୟରେ କହିଦେଲେ ଲକରର ପାସୱାର୍ଡ ସବୁବେଳେ ଚେଞ୍ଜ ହୋଇଥାଏ । ଚୋର ବୁଦ୍ଧିମାନ ଥିଲା ଏବଂ ଚୋରୀ କରିବାରେ ସଫଳ ହେଲା । କେମିତି ?
ଉତ୍ତର : ପାସୱାର୍ଡ ଚେଞ୍ଜ ଥିଲା ।
ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।