Weather Update: ୧୦ ରୁ ୧୪ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା, ରାଜ୍ୟର ୧୭ ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ମୌସୁମୀ ପ୍ରଭାବରୁ ଓଡିଶାର କେତେକ ଜିଲ୍ଲାରେ ବହୁତ ଦିନ ପୂର୍ବରୁ ହିଁ ବର୍ଷା ଆରମ୍ଭ ହୋଇଯାଇଥିଲା । ଏହା ସହିତ ଓଡିଶାରେ ବାତ୍ୟା ମଧ୍ୟ ଆସି ସାରିଛି । ଯାହାର ପ୍ରଭାବରେ କେତେକ ଗାଁ ଓ ସହର ଗୁଡିକ ବହୁତ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏହି ବାତ୍ୟା ଯୋଗୁ କେତେକ ଅଞ୍ଚଳ ଜଳମଗ୍ନ ମଧ୍ୟ ହୋଇଯାଇଥିଲା । କିନ୍ତୁ ବିଶେଷ କ୍ଷୟକ୍ଷତି ହୋଇ ନାହିଁ ।

ଏମିତିରେ ବର୍ତ୍ତମାନ କୁହାଯାଉଛି କି ଆଜି ଠାରୁ ହିଁ ଓଡିଶାର କେତେକ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯିବ ଓ ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ଓଡିଶାର ବିଭିନ୍ନ ଅଞ୍ଚଳରେ ମୌସୁମୀ ପ୍ରଭାବରେ ବର୍ଷା ଦେଖାଯିବ । ବର୍ତ୍ତମାନ ପାଣିପାଗ ବିଭାଗ ତରଫରୁ ଏକ ବଡ ଖବର ସାମ୍ନାକୁ ଆସୁଛି । ପାଣିପାଗ ବିଭାଗ ଅନୁସାରେ ଓଡିଶାର କେତେକ ଜିଲ୍ଲାରେ ଆସନ୍ତା କିଛି ଦିନ ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ଅଛି ।

ଏହି କାରଣରୁ କେତେକ ନଦୀରେ ବନ୍ୟା ଭଳି ପରିସ୍ଥିତ ମଧ୍ୟ ଉପୁଜି ପାରେ । ପାଣି ପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଆସନ୍ତା କାଲି ସୁଧା ଗୋଟିଏ ଲଘୁଚାପ ସୃଷ୍ଟି ହୋଇପାରେ । ଏହି ଲଘୁଚାପ ପ୍ରଭାବରେ ଆଜି ଠାରୁ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସହ ପବନ ମଧ୍ୟ ଲାଗି ରହିବ ।

ଏହା ସହିତ ପାଣି ପାଗ ବିଭାଗ ଆଜି ଓ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ କେଉଁ ସମସ୍ତ ଜିଲ୍ଲାରେ ବର୍ଷା ହେବ ସେହି ସମସ୍ତ ଜିଲ୍ଲା ଗୁଡିକ ବିଷୟରେ ବି କହିଛନ୍ତି । ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ସୁନ୍ଦରଗଢ, ଝାରସୁଗୁଡା, ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁର ବର୍ଷା ହେବାର ସମ୍ଭାବନା ରହିଛି ।

ଏହିଭଳି ଆସନ୍ତା କାଲି ଓ ୧୨ ତାରିଖରେ କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, କଲାହାଣ୍ଡି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ବରଗଡ, ବଲାଙ୍ଗୀର, ସୁବର୍ଣପୁର ଇତ୍ୟାଦି ଜିଲ୍ଲା ଗୁଡିକର ବହୁତ ସ୍ଥାନରେ ଅତି ପ୍ରବଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ଅଛି । ଏହି ବର୍ଷା ଯୋଗୁ ରାସ୍ତା ଘାଟରେ ପାଣି ମଧ୍ୟ ଜମି ପାରେ ଓ କମଜୋର ରାସ୍ତା ଗୁଡିକ ମଧ୍ୟ ଧସି ଯାଇ ପରେ ବୋଲି କୁହାଯାଉଛି ।

ସବୁଠୁ ବଡ ଗୁରୁତ୍ଵ ପୂରଣ କଥା ହେଉଛି କି ଏହି ବର୍ଷା କାରଣରୁ ନଦୀରେ ବନ୍ୟା ଭଳି ସ୍ଥିତି ବି ଦେଖାଯାଇ ପାରେ । ଏମିତିରେ ନଦୀ କୂଳିଆ ଅଞ୍ଚଳରେ ରହୁଥିବା ଲୋକମାନେ ସତର୍କ ହୋଇ ଯାଆନ୍ତୁ ଓ ଆପଣ କୌଣସି ଉଚ୍ଚ ସ୍ଥାନକୁ ଚାଲି ଆସନ୍ତୁ । ଏହି ଲଘୁଚାପ ଜନିତ ବର୍ଷାର ସମ୍ଭାବନାକୁ ଦ୍ରୁଷ୍ଟିରେ ରଖି ପାଣି ପାଗ ବିଭାଗ ୧୧ ରୁ ୧୩ ତାରିଖ ପର୍ଯ୍ୟନ୍ତ ଅର୍ଥାତ ୩ ଦିନ ପାଇଁ ଓଡିଶାର ୨୦ରୁ ବି ଅଧିକ ଜିଲ୍ଲାକୁ ଅରେଞ୍ଜ ୱାରିଙ୍ଗ ଜାରି କରିଛି । ଏହା ସହିତ ଅନ୍ୟ କେତେକ ଜିଲ୍ଲାରେ ଇୟେଲୋ ୱାରିଙ୍ଗ ମଧ୍ୟ ଜାରି କରାଯାଇଛି ।

ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *