ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣି ବଳୟ, 19 ଓ 20 ରେ ପ୍ରବଳ ବର୍ଷା, ଏହି ସବୁ ଜିଲ୍ଲାକୁ ସତର୍କ କରାଇଲେ ପାଣିପାଗ ବିଭାଗ

ଗତ କିଛି ଦିନ ତଳେ ରାଜ୍ୟରେ ଯେଉଁ ଲଗାଣ ବର୍ଷା ହୋଇଥିଲା ସେହି କାରଣରୁ ଓଡିଶାର ଜନତାନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଲଗାତର ଦୁଇ ଦିନ ବର୍ଷା କାରଣରୁ ରାସ୍ତା ରେ ପାଣି ଜମି ଯାଇଥିଲା । ଯେଉଁ କାରଣରୁ ଲୋକମାନଙ୍କୁ ଯିବା ଆସିବାରେ ବହୁତ ଅସୁବିଧା ହୋଇଥିଲା । ଅନ୍ୟ ପଟେ କେତେକ ବ୍ୟକ୍ତିଙ୍କ ଘରେ ମଧ୍ୟ ପାଣି ପସି ଯାଇଥିଲା । ବର୍ଷା କାରଣରୁ ନଦୀର ପାଣି ବି କ୍ରମଶ ବଢିବାରେ ଲାଗିଛି । ଏମିତିରେ ବନ୍ୟା ଆସିବା ସୁନିଶ୍ଚିତ ।

କହିବାକୁ ଗଲେ ଏହି ବର୍ଷ ସବୁଠୁ ଅଧିକ ବର୍ଷା ରେକର୍ଡ ହୋଇଛି ବୋଲି ପାଣି ପାଗ ବିଭାଗ ସୂଚନା ଜାରି କରିଛନ୍ତି । କହିଦେଉଛୁ କି ପାଣି ପାଗ ବିଭାଗ ପୁଣି ଥରେ ଓଡିଶାରେ ପାଣି ପାଗକୁ ନେଇ ପୂର୍ବାନୁମାନ କରିଛି ।

ପାଣି ପାଗ ବିଭାଗ ଅନୁସାରେ ଆସନ୍ତା ଦୁଇ ଦିନ ପରେ ରାଜ୍ୟରେ ପୁଣି ଥରେ ବର୍ଷା ହେବ । ମିଳିଥିବା ସୂଚନା ଅନୁସାରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ନିକଟବର୍ତ୍ତୀ ମିଆମାର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହି ଘୂର୍ଣ୍ଣିବଳୟ ଧୀରେ ଧୀରେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗ ଆଡକୁ ଗତି କରୁଛି । ଆସନ୍ତା ୧୮ ତାରିଖ ଦିନ ଉତ୍ତର ଓଡିଶାରେ ନିକଟବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୁତ ହେବ ।

ଏମିତିରେ ଭାରତୀୟ ପାଣି ପାଗର ବିଶେଷଜ୍ଞମାନେ ଅନୁମାନ କରିଛନ୍ତି ଏହି ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ନ ହୋଇ କେବଳ ଗୋଟିଏ ଲଘୁଚାପରେ ହିଁ ପରିଣତ ହେବ । ଯାହାର ପ୍ରଭାବ ବିଶେଷ ରୂପରେ ପଡିବ ନାହିଁ । ଏହି କାରଣରୁ ୧୮ ତାରିଖ ପର୍ଯ୍ୟନ୍ତ ଓଡିଶାରେ କୌଣସି ବି ଜିଲ୍ଲାରେ ବର୍ଷା ହେବ ନାହିଁ । କିନ୍ତୁ ଏହାର ପ୍ରଭାବରେ ୧୮ ତାରିଖ ସନ୍ଧ୍ୟା ସମୟରୁ ଉତ୍ତର ଓଡିଶାର କିଛି କିଛି ଜିଲ୍ଲାରେ ଅଳ୍ପ ବର୍ଷା କିମ୍ବା ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ।

ଏହା ପରେ ଆସନ୍ତା ୧୯ ଓ ୨୦ ତାରିଖରେ ରାଜ୍ୟର ଉତ୍ତର ଆଡକୁ ଥିବା ଜିଲ୍ଲା ଗୁଡିକରେ ପ୍ରବଳ ରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବ । ଏମିତିରେ ସରକାର ସେହି ସବୁ ଜିଲ୍ଲା ଗୁଡିକରେ ସତର୍କ ସୂଚନା ମଧ୍ୟ ଜାରି କରିଛନ୍ତି ।

Leave a Reply

Your email address will not be published. Required fields are marked *