ଶାସ୍ତ୍ର ହିସାବରେ ଏହି 6 ଟି ଜିନିଷକୁ ବିନା ସଙ୍କୋଚ ଓ ବିନା ଲାଜରେ ସ୍ଵୀକାର କରିବା ଦରକାର, ନହେଲେ…

ଏହି କଥା ତ ଆମେ ସମସ୍ତେ କହିଥାଉ କି ଆମେ କାହାର ଅନୁମତି ବିନା ବା ଅଧିକ ଆବଶ୍ୟକତା ନ ହେଲେ କାହା ଠାରୁ କୌଣସି ଜିନିଷ ନେବା ଉଚିତ ନୁହେଁ । ଯଥା ସମ୍ଭବ ଆମେ କାହାଠାରୁ କୌଣସି ଜିନିଷ ନ ଆଣିବାକୁ ଚେଷ୍ଟା କରିବା ଦରକାର । କାହା ଠାରୁ କୌଣସି ଜିନିଷ ନେବା ଦ୍ଵାରା କେବଳ ଆମ ସ୍ଵାଭିମାନ କୁ ଆଘାତ ହୁଏ ନାହିଁ ବରଂ ଆମ ଇଜ୍ଜତ ବି କମ ହୋଇଯାଏ । କିନ୍ତୁ କିଛି ଜିନିଷ ଏମିତି ବି ଅଛି ଯାହାକୁ ନେବା ପାଇଁ ବିଲକୁଲ ସଙ୍କୋଚ କରିବା ଉଚିତ ନୁହେଁ । ଏହି କଥା ମନୁସ୍ମୃତି ରେ ଗୋଟିଏ ଶ୍ଳୋକ ରେ ଉଲ୍ଲେଖ ଅଛି ।

ଶ୍ଳୋକ

ସ୍ତ୍ରିୟୋ ରତ୍ନାନ୍ୟଥୋ ବିଦ୍ୟା ଧର୍ମ ଶୌଚଂ ସୁଭାଷିତମ୍ ।

ବିବିଧାନି ଚ ଶିଳ୍ପାନି ସମାଦେୟାନି ସର୍ବତଃ ।।

ଏହି ଶ୍ଳୋକର ଅର୍ଥ ଏହା କି କେଉଁଠାରୁ ବି ବା କାହା ଠାରୁ ବି ଏହି 6 ଟି ଜିନିଷ- ଶୁଦ୍ଧ ରତ୍ନ, ବିଦ୍ୟା, ଧର୍ମ, ପବିତ୍ରତା, ଉପଦେଶ, ଭିନ୍ନ ଭିନ୍ନ ପ୍ରକାରର ଶିଳ୍ପ, ସୁନ୍ଦର ଓ ଶିକ୍ଷିତ ସ୍ତ୍ରୀ ମିଳିଲେ ତାକୁ ନେବା ଦରକାର । ଏଥିରେ କୌଣସି ପ୍ରକାରର ସଙ୍କୋଚ କରିବା ଉଚିତ ନୁହେଁ ।

ବିଦ୍ୟା

କୁହାଯାଏ କି ବିଦ୍ୟା ଅର୍ଥାତ ଜ୍ଞାନ ଏମିତି ଏକ ଜିନିଷ ହୋଇଥାଏ ଯିଏ ବାଣ୍ଟିବା ଦ୍ଵାରା ବଢିଥାଏ । ତାହା ଜ୍ଞାନ ଅଟେ ଯାହା ଦ୍ଵାରା ଆମେ ଦୁନିଆରେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିଥାଉ ଓ ସଫଳ ହୋଇଥାଉ । ଏଥିପାଇଁ ଯେଉଁଠୁ ବି ଜ୍ଞାନର ପ୍ରାପ୍ତି ହେଉଛି, କାହା ଠାରୁ ବି ମିଳୁଛି, ତାକୁ ନେବାରେ ସଙ୍କୋଚ କରିବା ଉଚିତ ନୁହେଁ ।

ଧର୍ମ

ସଂସ୍କୃତ ଶବ୍ଦ “ଧର୍ମ” ର ଅର୍ଥ ଧାରଣ କରିବା । ଧର୍ମ କେବଳ ଗୋଟିଏ ଶବ୍ଦ ନୁହେଁ ମଣିଷର ସଂପୂର୍ଣ୍ଣ ଜୀବନର ସାର ବି ହୋଇପାରେ । ଧର୍ମ ଆମକୁ ଠିକ ମାର୍ଗରେ ଚାଲିବା ଶିଖାଏ, ଜୀବନର ବାସ୍ତବିକ କର୍ତ୍ତବ୍ୟ କୁ ଅବଗତ କରାଏ, ଅନ୍ୟର ଉପକାର କରିବାକୁ ଶିକ୍ଷା ବି ଦେଇଥାଏ । ଏଥିପାଇଁ ଯଦି କେହି ଆପଣଙ୍କୁ ଧର୍ମର ଶିକ୍ଷା ଦେଉଛି ତେବେ ଆପଣଙ୍କୁ କେବେ ମନା କରିବା ଉଚିତ ନୁହେଁ ।

ଉପଦେଶ

ଉପଦେଶ ଜ୍ଞାନର ହିଁ ଗୋଟିଏ ରୂପ ଅଟେ । ଯଦି କୌଣସି ସାଧୁ ସନ୍ଥ ଉପଦେଶ ଦେଉଛନ୍ତି ସେଠାରେ କିଛି ସମୟ ଅଟକି ତାଙ୍କର କଥା ଶୁଣିବା ଆବଶ୍ୟକ ଓ ତାଙ୍କର ସବୁ କଥା ଧ୍ୟାନ ଦେଇ ଶୁଣିବା ଦରକାର, କାରଣ ଜଣା ନାହିଁ ତାଙ୍କର କେଉଁ କଥାରେ ଆପଣଙ୍କର ଜୀବନ ବଦଳି ପାରେ ।

ଶୁଦ୍ଧ ରତ୍ନ

ପୋଖରାଜ, ପାନ୍ନା, ହୀରା, ନିଲମ ଭଳି ରତ୍ନ ଶୁଦ୍ଧ ହେବା ସହିତ ମହଙ୍ଗା ମଧ୍ୟ ହୋଇଥାଏ । ହୀରା କୋଇଲା ଖଣିରୁ ବାହାରିବା ପରେ ମଧ୍ୟ ପବିତ୍ର ହୋଇଥାଏ । ଏହା ଆପଣଙ୍କର ବହୁତ କାମରେ ଆସିଥାଏ, ଏଥିପାଇଁ ଏହାକୁ ନେବାରେ ବା ପିନ୍ଧିବାରେ ସଙ୍କୋଚ କରିବା ଉଚିତ ନୁହେଁ ।

ପବିତ୍ରତା ବା ସ୍ଵଚ୍ଛତା

ପବିତ୍ରତା ର ଅର୍ଥ କେବଳ ଶରୀର ନୁହେଁ ବରଂ ମଣିଷର ସଂପୂର୍ଣ୍ଣ ଆଚାର-ବିଚାର ଓ ଜୀବନ ଜାପାନ ପ୍ରଣାଳୀକୁ ବୁଝାଏ । ଉନ୍ନତି ପାଇଁ ମଣିଷର ବିଚାର ପବିତ୍ର ହେବା ଜରୁରୀ ହୋଇଥାଏ । ସ୍ଵଚ୍ଛତା ବାହାରୁ ଓ ଅନ୍ତରରୁ ଦୁଇଟି ଯାକ ରୂପରୁ ହେବା ଆବଶ୍ୟକ । ଏଥିପାଇଁ ଆମେ ନିଜକୁ ସର୍ବଦା ପବିତ୍ର ରଖିବାର ଚେଷ୍ଟା କରିବା ଆବଶ୍ୟକ ।

ସୁନ୍ଦରୀ ସ୍ତ୍ରୀ

ସ୍ତ୍ରୀ ର ସୁନ୍ଦରତା କେବଳ ତା ଶରୀର ନୁହେଁ ପରନ୍ତୁ ସୁନ୍ଦରତା ରେ ସ୍ତ୍ରୀ ର ଚରିତ୍ର ଚେହେରା ଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ଯେଉଁ ସ୍ତ୍ରୀ ର ଚରିତ୍ର ଉଜ୍ଜଳ ଅଟେ ଓ ଯେଉଁଥିରେ କିଛି ଦୋଷ ନଥାଏ ଓ ଯିଏ ପରିବାରର ଯତ୍ନ ନେଇଥାଏ ଏମିତି ସ୍ତ୍ରୀ ସମସ୍ତଙ୍କ ପାଇଁ ସୌଭାଗ୍ୟଶାଳୀ ପ୍ରମାଣିତ ହୋଇଥାଏ । ଏଥିପାଇଁ ଏହି ସ୍ତ୍ରୀଙ୍କୁ ଧର୍ମ ଜାତି ଆଧାରରେ ମାପିବା ଉଚିତ ନୁହେଁ ।

ଆଶା କରୁଛୁ ଆମର ଏହି ଆଧ୍ୟାତ୍ମିକ ଲେଖାଟି ଆପଣଙ୍କର ନିଶ୍ଚୟ ପସନ୍ଦ ଆସିବ । ଆଗକୁ ଏମିତି ଅନେକ ଲେଖା ନେଇକି ଆସିବୁ । ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *