ଡାଇବେଟିସ ଥିଲେ ଏହି ସବୁ ଖାଦ୍ୟ ଖାଆନ୍ତୁ, ନଚେତ ବଡ ଅସୁବିଧା ହୋଇଯିବ

ଡାଇବେଟିସ୍ ବା ମଧୁମେହ ରୋଗ ଏବେ ଅଧିକ ହେଉଛି ଲୋକଙ୍କ ଶରୀର ରେ । ଏହା ଲୋକ ଙ୍କ ପାଇଁ ଚିନ୍ତା ର କାରଣ ହୋଇଛି , କାରଣ ମଧୁମେହ ଏମିତି ଗୋଟିଏ ରୋଗ ଯାହା ଏକାଧିକ ରୋଗ କୁ ଜନ୍ମ ଦେଇଥାଏ । ଯଥା – କିଡ୍ନୀ ରୋଗ , ଦୃଷ୍ଟି ଶକ୍ତି ହରେଇବା ଏବଂ ସ୍ନାୟୁ ରୋଗ ଆଦି ହୋଇଥାଏ । ଡାଇବେଟିସ୍ କୁ ନିୟନ୍ତ୍ରଣ କରିବା ପାଇଁ ବିଭିନ୍ନ ପ୍ରକାର ଔଷଧ ବ୍ୟବହାର କରିବା କୁ ହୋଇଥାଏ ।

କିନ୍ତୁ ଏମିତି କିଛି ଜିନିଷ ରହିଛି ଯାହା ଦ୍ୱାରା ଆମେ ଡାଇବେଟିସ୍ ରୋଗ କୁ ରୋକି ପାରିବା । ପ୍ରଥମେ ହେଉଛି କଲରା , ଏହା ଡାଇବେଟିସ୍ ପାଇଁ ବହୁତ ଉପକାରୀ । ଏହା ବ୍ଳଡ଼ ରେ ଥିବା ସୁଗାର୍ ଲେବୁଲ୍ କୁ କମ୍ କରିଥାଏ ଏବଂ ରକ୍ତ କୁ ପରିଷ୍କାର କରିଥାଏ ।

ସକାଳୁ କଲରା ଜୁସ୍ ପିଇ ପାରିବେ ବା କଲରା କୁ ରାନ୍ଧି କି ଖାଇ ପାରିବେ । ଦ୍ୱିତୀୟ ରେ ହେଉଛି ଡାଲ୍ଚିନି , ଏହା କୋଲେଷ୍ଟଲ୍ କୁ କମେଇବା ରେ ସାହାର୍ଯ୍ୟ କରେ । ଦୁଇ ବା ତିନୋଟି ଡାଲ୍ଚିନି କୁ ପାଣିରେ ପକାଇ ଫୁଟାଇ ଦିଅନ୍ତୁ ଏବଂ ଏହାକୁ ଛାଣି ଖାଲି ପେଟରେ ପିଅନ୍ତୁ । ଏହା ବ୍ଳଡ଼ ସୁଗାର୍ ଲେବୁଲ୍ କୁ କମାଇବା ରେ ବହୁତ ମାତ୍ରା ରେ ସାହାଯ୍ୟ କରିଥାଏ ।

ତୃତୀୟ ରେ ହେଉଛି ମେଥୀ , ଦୁଇଟି ମେଥୀ ଦାନା ନେଇ ତାକୁ ପାଣି ରେ ରାତିରୁ ଭିଜେଇ ରଖନ୍ତୁ । ସକାଳେ ଏହାକୁ ଛାଣି ଏହାର ପାଣି କୁ ପିଅନ୍ତୁ । ଚତୁର୍ଥ ରେ ହେଉଛି ଜାମୁକୋଳି, ଏହା ଡାଇବେଟିସ୍ ପାଇଁ ବହୁତ ଭଲ । ଏହି ବୀଜ ରେ ଗ୍ଳୁକୋସାଇଡ଼ ଥାଏ । ପଣ୍ଛମ ଟି ହେଉଛି ତୁଳସୀ ପତ୍ର , ଏହା ଆମ ଶରୀର କୁ ସୁସ୍ଥ ରଖିବା ରେ ସାହାଯ୍ୟ କରିଥାଏ ।

ଏଥିରେ ଆଣ୍ଟି ଆକ୍ସିଡ୍ ରହିଥାଏ । ଗୋଟିଏ ଗ୍ଳାସ୍ ପାଣି ନେଇ ଗରମ କରନ୍ତୁ ସେଥିରେ ତୁଳସୀ ପତ୍ର ପକାଇ ଫୁଟାନ୍ତୁ ତା ପରେ ସେହି ପାଣି କୁ ଜାଣି ପିଅନ୍ତୁ । ଷଷ୍ଠ ରେ ହେଉଛି ଇସାବୋଲ୍ । ସପ୍ତମ ରେ ହେଉଛି ବ୍ରୋକୋଲି , ଏଥିରେ ଭିଟାମିନ୍ A ଥାଏ ତେଣୁ ଏହା ମଧୁମେହ ରୋଗ କୁ ରୋକିବା ରେ ସାହାଯ୍ୟ କରେ ।

ଅଷ୍ଟମ ରେ ହେଉଛି ରସୁଣ , ଏହା ପୋଟାସିୟମ୍ ଲେବୁଲ କୁ ଠିକ ରଖିଥାଏ । ନବମ ରେ ହେଉଛି ଆଲୋବେରା , ଏହା ବ୍ଲଡ଼ ସୁଗାର ଲେବୁଲ୍ କୁ କମ୍ କରିଥାଏ । ଏହାକୁ ଜୁସ୍ କରି ଖାଲି ପେଟରେ ପିଅନ୍ତୁ । ଦଶମ ରେ ହେଉଛି ଭୁସ୍ରୁଗଂ ପତ୍ର , ଏହା ଶରୀର ରେ ସୁଗାର୍ କମେଇବା ରେ କମ୍ କରିଥାଏ ।

Leave a Reply

Your email address will not be published. Required fields are marked *