ଘରୁ ବାହାରିବା ପୂର୍ବରୁ ମିଳିଲେ ଏହି ସବୁ ସଂକେତ ଜାଣନ୍ତୁ ଏହା ଶୁଭ ନା ଅଶୁଭ- Vastu Tips

ଯେତେବେଳେ ଆପଣ ଘରୁ ବାହାରିଥାନ୍ତି ସେତେବେଳେ ଆପଣଙ୍କୁ ଘରର ବଡ଼ ସଦସ୍ୟ ମିଠା ଦହି ବା ମହୁ ନିଶ୍ଚୟ ଖୁଆଉଥିବେ । କାରଣ ଏହା ବହୁତ ଶୁଭ ହୋଇଥାଏ । ଯଦି ବିଲେଇ ରାସ୍ତା କାଟି ଥାଏ ତେବେ ଏହାକୁ ଅଶୁଭ କୁହାଯାଏ । ତେବେ ଏହି ଶୁଭ ଅଶୁଭ ସଂକେତ କଣ ହୋଇଥାଏ ।

ଭାରତୀୟ ମାନ୍ୟତା ଅନୁସାରେ ଯେବେ ବି ଆମେ ବାହାରକୁ ଯାଇଥାଉ ସେତେବେଳେ କିଛି ନା କିଛି ଏମିତି ସଂକେତ ମିଳିଥାଏ ଯାହା ଦ୍ଵାରା ଜଣାପଡେ କି ଏହା ଶୁଭ କି ଅଶୁଭ । ଏହି ସଂକେତ କୁ ଆମକୁ ଅଣଦେଖା କରିବା ଉଚିତ ନୁହେଁ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଶୁଭ ଏବଂ ଅଶୁଭ ସଂକେତ ବିଷୟରେ କହିବୁ । ତେବେ ଚାଲନ୍ତୁ ଜାଣିବା ।

ଶୁଭ ସଙ୍କେତ

ଗାଈ :- ଯଦି ଘରୁ ବାହାରିବା ସମୟରେ ଆପଣଙ୍କୁ ଗାଈ ଦେଖାଦିଏ ତେବେ ଜାଣନ୍ତୁ କି ଆପଣଙ୍କ ଦିନ ଏବଂ ଯାତ୍ରା ବହୁତ ଶୁଭ ହେବାକୁ ଯାଉଛି ।

ଓଲଟା କଇଁଛ ବା ଯୋଡ଼ା ପାରା କୁ ଦେଖିବା ମଧ୍ୟ ଅତ୍ୟନ୍ତ ଶୁଭ ଅଟେ । ଯେଉଁ କାରଣରୁ ଆପଣ ଯାଉଛନ୍ତି ସେହି କାର୍ଯ୍ୟରେ ଆପଣ ନିଶ୍ଚୟ ସଫଳ ହାସଲ କରିବେ ।

ପାଣି ଭରା ପାତ୍ର:- କୁଆଡେ ଯିବା ସମୟରେ ଯଦି ଆପଣ ପାଣିରେ ଭରା ପତ୍ର ବା ମାଠିଆ ଦେଖୁଛନ୍ତି ତେବେ ଆପଣଙ୍କ ଦିନଟି ବହୁତ ଲକି ଅଟେ ।

ଅର୍ଥୀ ଦେଖାଯିବା:- ଯଦି କୁଆଡେ ଯିବା ସମୟରେ ଆପଣଙ୍କୁ ଅର୍ଥୀ ଦେଖାଯାଏ ତେବେ ଜାଣିନିଅନ୍ତୁ କି ଆପଣଙ୍କ ସେହି ଦିନରେ କୌଣସି ଶୁଭ ସମାଚାର ମିଳିବାର ଅଛି ।

ନେଉଳ:- ରାସ୍ତାରେ ଯଦି ନେଉଳ ଦେଖୁଛନ୍ତି ତେବେ ଆପଣଙ୍କୁ ବହୁତ ବଡ଼ ଲାଭ ହେବାକୁ ଯାଉଛି ।

ଶଙ୍ଖ ବା ଘଣ୍ଟି ର ଧ୍ଵନି :- ଘରୁ ବାହାରିବା ସମୟରେ ଯଦି ଆପଣଙ୍କୁ ଶଙ୍ଖ ବା ଘଣ୍ଟି ର ଧ୍ଵନି ଶୁଣିବାକୁ ମିଳିଥାଏ ତେବେ ଖୁସି ହୁଅନ୍ତୁ କାରଣ ଆପଣଙ୍କ ସବୁ ଚିନ୍ତା ଦୁର ହୋଇଯିବ ।

ନାଲି ପିଁପୁଡି:- ଘରୁ ବାହାରିବା ସମୟରେ ନାଲି ପିମ୍ପୁଡ଼ି ଙ୍କ ଧାଡ଼ି ଦେଖିଲେ ପୁରା ଦିନ ଶୁଭ ହୋଇଥାଏ । ଏବଂ ସବୁ କାର୍ଯ୍ୟରେ ସଫଳତା ମିଳିଥାଏ ।

ଅଶୁଭ

ଖଟା ବା ପିତା :- ଘରୁ ବାହାରିବା ସମୟରେ କେବେ ମଧ୍ୟ ଖଟା ବା ପିତା ଜିନିଷ ଖାନ୍ତୁ ନାହିଁ କାରଣ ଏହା ବହୁତ ଅଶୁଭ ହୋଇଥାଏ ।

ମରିଥିବା ପକ୍ଷୀ :- ଘରୁ ବାହାରିବା ସମୟରେ ମରିଥିବା ପକ୍ଷୀ କୁ ଦେଖିବା ବହୁତ ଅଶୁଭ ହୋଇଥାଏ । ଏହା ଦ୍ଵାରା ବହୁତ ବଡ଼ କ୍ଷତି ହୋଇଥାଏ ।

ଜୋତା ବା ଚପଲ ଛିଡ଼ିବା:- ଯିବା ସମୟରେ ଯଦି ଜୋତା ବା ଚପଲ ଛିଡି ଯାଉଛି ତେବେ ଘରକୁ ଫେରି ଆସନ୍ତୁ କାରଣ ଏହା ଦ୍ଵାରା ଆପଣଙ୍କ ଦିନଟି ଖରାପ ହୋଇଥାଏ ।

ମାଙ୍କଡ ଦେଖାଦେବା:- ଘରୁ ଯିବା ସମୟରେ ଯଦି ଆପଣଙ୍କୁ ମାଙ୍କଡ ଦେଖା ଯାଉଚି ତେବେ ଜାଣି ନିଅନ୍ତୁ କି ଏହା ଏକ ଅଶୁଭ ସଙ୍କେତ ଅଟେ । ଘରକୁ ଫେରି ଗଙ୍ଗା ଜଳ ଚିଞ୍ଚି ହୋଇଯାନ୍ତୁ।

ତେବେ ଆପଣଙ୍କୁ କେବେ ଏହି ଶୁଭ ଅଶୁଭ ସଙ୍କେତ ମିଳିଛି କି ଯଦି ମିଳିଛି ଆମକୁ କମ୍ମେଣ୍ଟ ରେ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *