ଏହି ତିନୋଟି ଜିନିଷର ସଠିକ ଭାବେ ସେବନ ଦ୍ଵାରା ଅସ୍ଥମା ଭଳି ରୋଗରୁ ରହିପାରିବେ ଦୂରେଇ

ଅସ୍ଥମାରେ ପୀଡ଼ିତ ବ୍ୟକ୍ତିକୁ ନିଜର ଖାଇବା ପିଇବା ଉପରେ ଧ୍ୟାନ ରଖିବାକୁ ପଡ଼ିଥାଏ । ଅଲଗା ଅଲଗା ମେଡ଼ିସିନ ବ୍ୟତୀତ ଆପଣଙ୍କ ଘରେ ଏମିତି ବହୁତ ସାରା ଜିନିଷ ସବୁ ଅଛି ଯାହାର ବ୍ୟବହାରରେ ଆପଣ ଏହି ରୋଗର ନିଜେ ଉପଚାର କରିପାରିବେ । ଆସନ୍ତୁ ଜାଣିବା ଏହି ଘରୋଇ ଉପାୟ ବିଷୟରେ ଯାହା ଅସ୍ଥମାରୁ ବଞ୍ଚିବା ପାଇଁ ଲାଭଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ସବୁ ଘରୋଇ ଉପାୟ ବିଷୟରେ ।

Image Courtesy: Google

1 . ମେଥିରେ କେତେ ପ୍ରକାରର ରୋଗ ଦୁର କରିବାର କ୍ଷମତା ରହିଛି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ମେଥୀରେ ମିଳୁଥିବା ପୋଷାକ ତତ୍ତ୍ଵ ଭିତରୁ ନିୟାସିନ, ପୋଟାସିୟମ, ପ୍ରୋଟିନ, ଫାଇବର, ଭିଟାମିନ ସି, ଆଇରନ ଓ ଏଲ୍କଲାୟେଣ୍ଡ ଉପସ୍ଥିତ ରହିଥାଏ ଯାହା ସେବନ ଦ୍ଵାରା ବହୁତ ହିଁ ରୋଗରୁ ଆମେ ବଞ୍ଚିପାରିବା, ସେଥି ମଧ୍ୟରୁ ଗୋଟେ ଅସ୍ଥମା ଅଟେ । ଏହାର ବ୍ୟବହାର ଆପଣ ଏମିତି ପ୍ରକାରରେ କରିପାରିବେ, ଆପଣ ଏହାକୁ ନିଜ ଭୋଜନରେ ପକାଇ ଖାଇପରିବେ ବା ଏହାର ପାଉଡରକୁ ଆପଣ ସିଧସଳଖ ପାଣିରେ ପକାଇ ପିଇ ପାରିବେ ଏହା ଦ୍ଵାରା ଆପଣଙ୍କର ଅନେକ ରୋଗ ଭଲ ହୋଇଥାଏ।

Image Courtesy: Google

2.  ହଳଦୀ କେତେ ମୂଲ୍ୟବାନ ଜାଣିରଖନ୍ତୁ ଓ ତାହାର କେତେ ଗୁଡିଏ ଔଷଧୀୟ ଗୁଣ ଅଛି ତାହା ମଧ୍ୟ ଜାଣନ୍ତୁ । ହଳଦୀ କେତେଗୁଡ଼ିଏ ରୋଗ ପାଇଁ କାମରେ ଆସିଥାଏ ଯେମିତି କି ସେ ଥଣ୍ଡା ବା କାଶ ହେଉଥିଲେ କ୍ଷୀରରେ ହଳଦୀ ଗୋଳେଇ ପେଇଲେ ଭଲ ହୋଇଥାଏ । ହଳଦୀ ଅସ୍ଥମାର ପ୍ରତିକାର ପାଇଁ ମଧ୍ୟ କାମ ଦେଇଥାଏ । ଏଥିରେ ଥିବା ଆଣ୍ଟି ବ୍ୟାକ୍ଟେରିଲ ତତ୍ତ୍ଵ ଅସ୍ଥମା ସାଙ୍ଗରେ ଲଢ଼ିବାରେ ସାହାଯ୍ୟ କରିଥାଏ । ହଳଦିକୁ ଆପଣ ଖାଇବାରେ ବା କ୍ଷୀର ସହିତ ପିଇ ପାରିବେ ଏବଂ କଞ୍ଚା ହଳଦୀର ରସକୁ ସେବନ ମଧ୍ୟ କରାଯାଇ ପାରିବ ।

Image Courtesy: Google

3. ମୁଳଠିର ବ୍ୟବହାର ମୁଖ୍ୟ ନଳୀକୁ ସୂଚାର ରୂପରେ ଚଳେଇବା । ନିଃଶ୍ୱାସକୁ ଛାଡିବାରେ ହେଉଥିବା କଷ୍ଟକୁ ଦୁର କରିବାରେ ଉପଯୋଗ କରାଯାଇଥାଏ । ଏହା ଭିତରେ ଗ୍ଲିଶରାଇଯଯିନ ଏସିଡ, ଆଇସି ଲିକ୍ଵାରଟିନ, ଅଧିକ ମାତ୍ରାରେ ହୋଇଥାଏ । ଏହା ଅସ୍ଥମା କାରଣ ପାଇଁ ଶରୀରରେ ଭିତରେ ହେଉଥିବା ଏଲାର୍ଜିରୁ ବଞ୍ଚାଇ ଥାଏ । ଆପଣ ମୁଳଠିର ପାଉଡରକୁ ପାଣି ସହିତ ନେଇପାରିବେ ବା ପୁଣି ମୁଳଠିର ଗଣ୍ଠିକୁ ଶୋଷିବି ପାରିବେ ସେଥିପାଇଁ ଏଥିରେ ମଧ୍ୟ କେତେ ଗୁଡାଏ ଔଷଧୀୟ ଗୁଣ ଲୁଚି ରହିଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *