ଆପଣ ମାନେ ଜାଣିଥିବେ ଗୁଡ ଆମ ଶରୀର ପାଇଁ ହିତକାରକ ଅଟେ । ବିଶେଷ କରି ଶୀତଦିନରେ ଗୁଡ କାହାଇଆବ ଦ୍ଵାରା ଆମ ଶରୀର ଉଷ୍ମତା ରହିଥାଏ । କାରଣ ଗୁଡାରେ କ୍ୟାଲିସିୟମ, ଫସଫରସ, ଆଇରନ, ପୋଟାସିୟମ, ଜିଙ୍କ, ପ୍ରୋଟିନ ଓ ଭିଟାମିନ-ବି ଭଳି ଆବଶ୍ୟକିୟ ପୋଷାକ ତତ୍ଵ ଭରପୁର ମାତ୍ରା ରେ ରହିଛି । ଏହା ଲୋହିତ ରକ୍ତ କଣିକା ବୃଦ୍ଧି କରିବାରେ ସହାୟକ ହୋଇଥାଏ । ଏହା ଛଡା ଡାଇବେଟିସ ରୋଗୀଙ୍କ ପାଇଁ ଗୁଡ ବିଶେଷ ସହାୟକ ହୋଇଥାଏ ।
କାରଣ ଡାଇବେଟିସ ରୋଗୀ ମାନେ ଚିନୀ ନ ଖାଇବାରୁ ଗୁଡର ବ୍ୟବହାର ଅଧିକ କରିଥାନ୍ତି । ଏଥିପାଇଁ ଗୁଡ ଶୁଦ୍ଧ ହୋଇଥିବା ଦରକାର । ଯଦି ଗୁଡ ଅପ ମିଶ୍ରିତ ହୋଇଥାଏ ତେବେ ଏହା ଶରୀର ପାଇଁ ଉପକାର ହେବା ବଦଳରେ ଅପକାରୀ ହୋଇଥାଏ ।
ଆଜିକାଲି କିଛି ବ୍ୟବସାୟୀ ଗୁଡରେ କିଛି କେମିକାଲ ମିଶାଉଛନ୍ତି ଯାହା ବଜାରରେ ବିକ୍ରି କରା ଯାଇଛି । ଏହା ଗ୍ରାହକଙ୍କ ପାଇଁ ଏକ ଚିନ୍ତାର କାରଣ ହୋଇଛି । କିନ୍ତୁ ଆପଣ ମାନେ ଗୁଡର ରଙ୍ଗକୁ ଦେଖି ଏହା ଅସଲି କି ନକଲି ଜାଣି ପାରିବେ । ନିକଟରେ ଜଣେ ଡାଇଟେସିୟାନ ଗୁଡ ଶୁଦ୍ଧ କି ନୁହେଁ ତାହା କେମିତି ଜାଣିବେ କିଛି ଉପାୟ କହିଛନ୍ତି ।
ଏକ୍ସପର୍ଟଙ୍କ କହିବା ଅନୁସାରେ ଗୁଡକୁ ସଫା କରିବା ପାଇଁ ସୋଢା ସହ କିଛି କେମିକାଳର ପ୍ରୟୋଗ କରା ଯାଉଛି । ଶୁଦ୍ଧ ଗୁଡର ରଙ୍ଗ ପ୍ରକୃତରେ ଗାଢ ମାଟିଆ ବା ତମ୍ବା ରଙ୍ଗର ହୋଇଥାଏ । କଳା ଓ ଗାଢ ମାଟିଆ ଦେଖା ଯାଉଥିବା ଗୁଡ ପୁରାପୁରୀ ଶୁଦ୍ଧ ହୋଇଥାଏ ବୋଲି ଏକ୍ସପର୍ଟ ମାନେ କହିଛନ୍ତି ।
କାରଣ ଯେତେବଳେ ଆଖୁ ରସକୁ ଗୁଡାରେ ପରିଣତ କରିବାକୁ ନିଆଁରେ ଫୁଟାଯାଏ ସେହି ସମୟରେ ଗୁଡର ରଙ୍ଗ ଗାଢ ମାଟିଆ ବା ତମ୍ବା ରଙ୍ଗର ହୋଇଯାଏ । ତେବେ ଏହି ରଙ୍ଗ ଥିଲେ ଗୁଡ ସଂପୂର୍ଣ୍ଣ ଭାବେ ଶୁଦ୍ଧ ବୋଲି ଜଣା ପଡିଥାଏ । ଅନ୍ୟ କ୍ଷେତ୍ର ରେ ଲାଇଟ ବ୍ରାଉନ ବା ହାଲକା ସଫା ଗୁଡ ଦେଖିବାକୁ ଭଲ ଲାଗିଲେ ମଧ୍ୟ ତାହା ଅପ ମିଶ୍ରିତ ହୋଇଥାଏ ।
ଯେଉଁ ଗୁଡ ଯେତେ ଧଳା ବା ସଫା ଦେଖାଯାଏ ତାହା ଅପ ମିଶ୍ରିତ ବୋଲି ଏକପର୍ଟ ମାନେ କହିଛନ୍ତି । କ୍ୟାଲସିୟମ କାର୍ବୋନେଟ ଗୁଡର ଓଜନ ବୃଦ୍ଧି କରିବାକୁ ବ୍ୟବହାର କରା ଯାଉଥିଲେ ମଧ୍ୟ ସୋଡିୟମ ବାଇ କାର୍ବୋନେଟ ଏହାକୁ ଚମକଦାର ବନାଇବାକୁ ପ୍ରୟୋଗ କରାଯାଏ ।
ତେଣୁ ଏପରି ଧଳା ଦେଖା ଯାଉଥିବା ଗୁଡ କିଣନ୍ତୁ ନାହି । ତମ୍ବା ବା ଗାଢ ମାଟିଆ ରଙ୍ଗ ଦେଖା ଯାଉଥିବା ଗୁଡ ହିଁ କିଣନ୍ତୁ । କାରଣ ଏହା ଶୁଦ୍ଧ ଗୁଡ ହୋଇଥାଏ । ବନ୍ଧୁଗଣ ଏହି ଘଟଣାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।