ଯଦି କିଛି ଧନର ସମସ୍ୟା ରହୁଛି ଏହାର ବିଧି ଅମାବାସ୍ୟା ଦିନ ହିଁ ପ୍ରୟୋଗ କରନ୍ତୁ । ଏହି ପ୍ରତୋଗ କରିବା ଦ୍ଵାରା ଯେତେ ଗରିବ ହେଲେ ମଧ୍ୟ ଧନୀ ହୋଇଯିବ । ଆସନ୍ତୁ ଜାଣିବା କେବଳ ଦୀପାବଳି ଦିନ ହିଁ ୭ ଟି କଉଡି କିଣି ଆଣିବେ । ତ ପରେ କିଛି କେସର ଆଣିବେ, କର୍ପୁର ଓ ହଳଦୀ ସାତ ଗଣ୍ଠି ଆଣିବେ ।
ହଳଦୀ ଆ କପଡା ଖଣ୍ଡେ ଆଣିବେ ଓ ହଳଦିଆ ଫୁଲ ଆଣିବେ । ୧ ତକିଆ କଏନ ସାତଟି ଆଣିବେ, ଯଦି ଘରେ ଟିକେ ସୁନା ଅଛି କିମ୍ବା ରୂପା ଅଛି ଆପଣ ସଂଗ୍ରହ କରିନେବେ । ତାପରେ ଦୀପ ଧୂପ ଚନ୍ଦନ ଯେମିତି ପୂଜା କରାଯାଏ ଥାଳି ସଜାଡିବେ । ଏହିସବୁ ସାମଗ୍ରୀ ଆପଣ ଦୀପାବଳି ଦିନ କିଣିକି ଆଣିବେ । ସାତଟି କଉଡିକି ହଳଦୀ ପାଣିରେ ଧୋଇଦେବେ ।
ତାପରେ ସାମାନ୍ଯ କେସର ପକାଇବେ । ଏହାକୁ ରାତି ବାରଟା ପୂର୍ବରୁ କରିବେ, ଏହାକୁ ରାତ୍ରି ୧୨ ଟା ପରେ କରିବେ ନହିଁ । କାରଣ ରାତ୍ରି ୧୨ ଟା ପରେ କାଳୀଙ୍କ ପୂଜା ହୋଇଥାଏ ଯେଉଁଟା ତାନ୍ତ୍ରିକ ମାନେ କରିଥାନ୍ତି । ଯେଉଁ ମାନେ ଲକ୍ଷ୍ମୀଙ୍କ ପୂଜା କରିଥାନ୍ତି ରାତି ୧୨ ପୂର୍ବରୁ କରିଥାନ୍ତି । ଏହି ପୂଜାକୁ ଗୁପ୍ତା ଭାବରେ କରିବେ ଏହାକୁ ଆପଣଙ୍କ ପରିବାର ଛଡା ଆଉ କେହି ଯେମିତି ଜାଣିବେ ନହିଁ । ଏହା କେବେ ମଧ୍ୟ ଅନ୍ୟ ବ୍ୟକ୍ତିକୁ ଜଣେଇବେ ନହିଁ, ସେଇଟା ଧ୍ୟାନରେ ରଖିବେ । ପୂଜା କରୁଥିବା ସମୟରେ ବାହାର ବ୍ୟକ୍ତିକୁ ଘରକୁ ପ୍ରବେଶ କରାଇବେ ନାହିଁ ।
ଏହା ପରେ ଆପଣ ଗୋଟେ କାଠ ଆସନ ନେବେ ଓ ସେଥିରେ ହଳଦିଆ ବସ୍ତ୍ର ରଖିବେ ଓ ତା କପଡା ଉପରେ ସାତଟି କଉଡି, କେସର, ସାତ ଘଣ୍ଟି ହଳଦୀ ଦେବେ ଟା ପରେ ହଳଦିଆ ଫୁଲ ଦେବେ । ୧ ଟଙ୍କିଆ କଏନ ରଖିବେ, ଶେଠୀ କିଛି ସୁନା କିମ୍ବା ରୂପା ଦେବେ । ସେ କପଦରେ ସବୁ ରଖୀ ସେଥିରେ ମାତ୍ର ସାତଟି ଗଣ୍ଠି ମାରିବେ । ତାପରେ ଯେମିତି ଆପଣ ଲକ୍ଷ୍ମୀଙ୍କୁ ପୂଜା କରନ୍ତି ସେମିତି ଭାବରେ ଆପଣ ଧୂପ ଦୀପ ଯାହା ଆପଣଙ୍କ ଇଛା ଥିବା ଯାହା ଆପଣଙ୍କର ଭକ୍ତି ଥିବ ତାହା ଦେଇକି ନୈବେଦ୍ୟ ଅର୍ପଣ କରି ପୂଜା କରିବେ ।
ଏହା କେବଳ ପୂଜା ବିଧି ମାଧ୍ୟମରେ ଏହା ସାଧିତ ହୋଇଥାଏ । ତେବେ ଏଠି କିଛି ମନ୍ତ୍ର ତନ୍ତ୍ରର ଆବଶ୍ୟକ ପଡିନଥାଏ । ଏହିଟା ଯଥା ଭକ୍ତି ଓ ତଥା ଶକ୍ତିରେ କରାଯାଇଥାଏ । ଏହିପରି ଭାବରେ ଯଦି ପୂଜା କରିବେ ଦେଖିବେ ଆପଣଙ୍କ ଘରେ ନିଶ୍ଚତ ଭାବେ ଚମତ୍କାର ହୋଇବ ।
ତା ପରଦିନ ସ୍ନାନ କରି ଯେଉଁଠି ଆପଣ ପୂଜା କରନ୍ତି ସେଠି ରଖିଦେବେ । ସେହି ଦିନଠୁ ଜାଣିପାରିବେ ଏହାର ଚମତ୍କାର । ଏହାକୁ ପୂଜା ସ୍ଥାନରେ ନହେଲେ ଯେଉଁଠି ଟଙ୍କା ପଇସା ରଖୁଥିବେ ସେଠି ରଖୀ ପାରିବେ କିନ୍ତୁ ଧ୍ୟାନ ରଖିବେ ଯେମିତି କିଛି ଛୁଆଁ ଛୁଇଁ ହୋଇବ ନାହିଁ, ମାନେ ମହିଳା ମାନଙ୍କର ମାସିକ ଧର୍ମ ହେଲେ ତାକୁ ଛୁଇଁବେ ନହିଁ ।