ଏହି ତିନୋଟି ମା କାନ୍ଦିଲେ ସୃଷ୍ଟିର ହେବ ବିନାଶ- Malika Bachan

ସମସ୍ତଙ୍କ ମନରେ ପ୍ରଶ୍ନ ଆସିଥାଏ କଳି ଯୁଗ କେବେ ଶେଷ ହେବ ଓ କଳି ପ୍ରବେଶ କଲା ବୋଲି ଆମେ ଜାଣିବୁ କେମିତି । ଯେବେ ତିନୋଟି ମାର ଦୁଃଖ କଷ୍ଟ ବଢି ଯିବ ସେତେବେଳେ ଜାଣିବେ ସମୟ ପାଖେଇ ଆସିଲା ବୋଲି । ଆପଣ ଭାବୁଥିବେ ମା ତ ଗୋଟିଏ ତିନୋଟି କଣ ଜଣେ ହେଲା ମାତୃ ଭୂମି, ଗୋମାତା, ଓ ଜନ୍ମ ଦାତ୍ରୀ ।

ଯେବେ ଦେଖିବେ ଧରିତ୍ରି ମାତା କନ୍ଦିବ ସେତେବେଳେ ଜାଣିବ କଳିଯୁଗ ନିକଟ ହୋଇଆସିଲାଣି । ଯେଉଁ ଦେଶରେ ଜନ୍ମ ହୋଇଛୁ ସେ ଦେଶକୁ ଜନ୍ମ ଭୂମି ବୋଲି କୁହାଯାଏ, ସବୁବେଳେ ଭାରତକୁ ମାତା ବୋଲି କୁହାଯାଏ।

Image Courtesy: Google

ଯେତେବେଳେ ଜନ୍ମ ଭୂମିର ଦୁଃଖ କଷ୍ଟ ବଢିଯାଏ ଯେତେବେଳେ ସେହୀ ମାଟି ବିରୁଦ୍ଧରେ ଆମେ ବିରୋଧ ଆଚରଣ କରିବା । ଦେଶକୁ ବିକିଲା ଭଳିଆ ଯେତେବେଳେ ପରିସ୍ଥିତି ଆସିବ ସେତେବେଳେ ଧରିତ୍ରି ମାତା କାନ୍ଦେ । କି ସନ୍ତାନକୁ ମୁଁ ଜନ୍ମ ଦେଲି ସେହି ସନ୍ତାନ ଆଜି ମୋତେ ବିକିଦେବାକୁ ବସିଛି । ଭୂମିକୁ ମାତା ବୋଲି ସେଥିଲାଗି କୁହାଯାଏ ଆମକୁ ଖାଦ୍ୟଶସ୍ୟ ଦେଇଥାଏ ।

Image Courtesy: Google

ବେସୀ ପାଠୁଆ ମୂର୍ଖଙ୍କ ପାଇଁ ଦେଶ ଆଜି ବର୍ବାଦ ହେବାକୁ ବସିଛି । ପାକିସ୍ଥାନରେ ଯେତେ ଆତଙ୍କ ବାଦୀ ନାହାନ୍ତି ସେତିକି ଆତଙ୍କବାଦୀ ଓ ଦେଶ ବିରୋଧୀ ଆମ ଦେଶ ଭିତରେ ଲୁଚି ରହିଛନ୍ତି । ଏଠାରେ ଲୋକ ନିଜ ଦେଶକୁ ସପୋଟ ନକରି ବାହାର ଦେଶକୁ ମନ ଭିତରେ ସପୋଟ କରନ୍ତି । ଏହିଭଳି ଦେଶ ଦ୍ରୋହିମାନଙ୍କ ପାଇଁ ଜନ୍ମ ଭୂମି  ଆଜି କାନ୍ଦୁଛି ।

Image Courtesy: Google

ଦିତୀୟ ମା ହେଉଛି ଧେନୁ, ଯେଉଁ ଦିନ ଗୋ ମାତା କନ୍ଦିବା ପାଇଁ ଲାଗେ ଓ ଗୋ ହତ୍ୟା ବନ୍ଦ ହୁଅନା  । ଗୋହତ୍ୟା କାରି ମାନେ ଗୋ ସଂପଦକୁ ହତ୍ୟା କରିଚାଲନ୍ତି, ଯେତେବେଳେ ଗାଈ ଆଖିରୁ ଲୁହ ଗଡେ ସେତେବେଳେ କଳିର ନିକଟତର ସମୟ ହୋଇଗଲା । ଏହି ପୃଥିବୀ ମଧ୍ୟ ଗାଈ ଆଖିର ଭାରକୁ ସହିପାରେନି । କେତେ ନିର୍ଦୟ ଏହି ମଣିଷ ଜୀବନଯାକ କ୍ଷୀର ଖାଇ ସାରିବା ପରେ ଗାଇକୁ କଂସେଇ ହାତରେ ଟେକି ଦିଅନ୍ତି । ଏହାର କେବେ କ୍ଷମା ନାହିଁ, ଗୋ ମାତା ତଥାପି  ଅଭିଶାପ ଦିଏନି କାରଣ ସେ ହେଉଛି ମା ।

Image Courtesy: Google

ଆଖିରୁ ଲୁହ ଗଡାଏ ସତ କିନ୍ତୁ ଅଭିଶାପ ଦିଏନା । କିନ୍ତୁ ଯେତେବେଳେ ତା ଆଖିରୁ ଲୁହ ଗଡେ ପୃଥିବୀ ଭାରସାମ୍ୟ ହରାଇ ବସେ । ମାନେ କଳିର ନିକଟତର ହେଲା ।  ଗୋମାତା ଦେହରେ ସବୁ ଦେବାଦେବୀ ବାସ କରନ୍ତି ।  ଗୋ ସେବା କଲେ ସବୁ ଦେବଦେବତା ତୃପ୍ତ ହୁଅନ୍ତି । ଗାଈ ମାତା କୁହାଯାଏ କାରଣ ଗାଇର କ୍ଷୀର ଖାଇଥାଏ ମନୁଷ୍ୟ ସେ ମା ଭଳି ଆମକୁ କ୍ଷୀର ପିଆଇଥାଏ ।

Image Courtesy: Google

ତୃତୀୟ ହେଉଛି ଜନ୍ମ କଲା ମା ମାନେ ଜନ୍ମ ଦାତ୍ରୀ । ସେଇ ମା ଯିଏ ନିଜେ ନଖାଇ ଖୁଆଇ ଥାଏ ଓ ସବୁ କଷ୍ଟ ସହିଜାଏ ଆମ ପାଇଁ । ଆଜି କିନ୍ତୁ ମା କାନ୍ଦୁଛି , ଦିନେ ସମୟଥିଲା ମା କାନ୍ଦୁଥିଲା ଯେତେବେଳେ ପୁଅ ଖାଉନଥିଲା କିନ୍ତୁ ଆଜି ସେଇ ମା କାନ୍ଦୁଛି ପୁଅ ଖାଇବାକୁ ଦେଉନି ବୋଲି । ଆପଣଙ୍କୁ ନିବେଦନ କରିବି ଜନ୍ମ କଲା ମା ଆଖିରେ କେବେ ଲୁହ ଦିଅନ୍ତୁ ନାହିଁ । କାହିଁକି ନା କଳିର ଏହି ଅବସ୍ତା ହେବ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *