ଏ ଯୁଗର କୃଷ୍ଣ: ବଂଶୀ ବଜାଇଲେ ଧାଇଁ ଆସୁଛନ୍ତି ଗାଈ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଆଜିର ଆମର ବିଷୟ ବସ୍ତୁ ଏମିତି ଜଣେ ବ୍ୟକ୍ତିଙ୍କ ଉପରେ ରହିଛି ଯିଏ ଜୀବନ ସାରା ଗୋ-ସେବାରେ ନିଜକୁ ନିଯୋଜିତ କରିଛନ୍ତି । ତାଙ୍କର ନାଁ ହେଉଛି ସୁବଳ ଦାସ । ଯିଏ କାମାକ୍ଷାନଗରରେ ବାସ କରନ୍ତି । ତାଙ୍କୁ ଯେତେବେଳେ ୧୦ ବର୍ଷ ହୋଇଥିଲା ସେବେ ଠାରୁ ସେ ଗାଈଙ୍କ ସେବାରେ ନିଯୋଜିତ ଅଛନ୍ତି । ସୁବଳ ଦାସ କହିଛନ୍ତି ଯେ ପିଲାଦିନୁ ତାଙ୍କର ଗାଈ ସେବାରେ ଆଗ୍ରହ ରହିଥିଲା । ସେ ତାଙ୍କ ବାପାଙ୍କ ସହ ଗାଈ ଚରାଇ ଆସିବାକୁ ଯାଇ ନିଜ ଜୀବନକୁ ଗାଈଙ୍କ ସେବାରେ ସମର୍ପଣ କରିଛନ୍ତି ।

ଏହା ଦ୍ଵାରା ତାଙ୍କ ମନକୁ ଆନଦ ମିଳିବା ସହ ଶାନ୍ତି ମଧ୍ୟ ମିଳୁଛି ବୋଲି ସୁବଳ ନିଜ ରାଏ ଦେଇଛନ୍ତି । ଏମିତି କି ଯେଉଁ ଗାଁ ରେ ଗଉଡ ମାନେ ନ ଥିବେ ବା କୌଣସି ଗାଈ ଅସୁବିଧାରେ ପଡିଥିବେ ତାଙ୍କୁ ସାହାଜ୍ଯ କରିବା ପାଇଁ ନିସ୍ପତି ନେଇଛନ୍ତି ସୁବଳ ଦାସ । ତାଙ୍କର ପୁରା ପରିବାର ଥିଲେ ମଧ୍ୟ ସେ ଗାଈ ସେବାରେ ଦିନ ତମାମ ରୁହନ୍ତି । ଏମିତି କି ଗାଈ ଚରାଇବା ପାଇଁ ଯିଏ ଯେତିକି ଅର୍ଥ ଦାନ କରନ୍ତି ସେତିକି ସେ ସନ୍ତୁଷ୍ଟ ହୁଅନ୍ତି ବୋଲି ନିଜ ରାଏ ରେ କହିଛନ୍ତି । ଗାଈଙ୍କ ସେବା କରିବା ଦ୍ଵାରା ତାଙ୍କୁ ଖୁସି ମିଳିବା ସହ ତାଙ୍କ ପରିବାର ମଧ୍ୟ ଖୁସିରେ ଅଛନ୍ତି ।

ସେ ପ୍ରତି ଦିନ ଘଣ୍ଟି ଘାଉଡି ପିନ୍ଧି ବଂଶୀ ବଜାଇ ଗୀତ ଗାଇବା ସହ ନାଚି ନାଚି ଗାଈଙ୍କ ସେବା କରୁଛନ୍ତି । ଏମିତି କି ସେ ମନରେ ସ୍ଥିର କରିଛନ୍ତି ଯେ ଗୋରୁଗାଈଙ୍କ ସେବାରେ ସେ ଦିନ କାଟିବେ । ଏହା ବ୍ଯତୀତ ସେ ନାଚି ନାଚି ବଂଶୀ ବଜାଇ ଭଗବାନ କୃଷ୍ଣଙ୍କ ନାମ ମଧ୍ୟ ସ୍ମରଣ କରୁଛନ୍ତି । ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ କିପରି ଭାବେ ତାଳ ସହ ତାଳ ପକାଇ ସୁବଳ ଦାସ ଭଗବାନ ଗୀତ ଗାଇବା ସହ ନାଚି ନାଚି ଝୁମୀ ଯାଉଛନ୍ତି ।

ସୁବଳ ଦାସ ସର୍ବଦା ବଂଶୀ ଧରି ଗାଈ ମାନଙ୍କ ସହ ବୁଲିବା ସହ ଗାଈ ମାନଙ୍କ ପ୍ରତି ତାଙ୍କର ପ୍ରେମଭାବ କିଛି ନିଆରା ରହିଛି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ଦ୍ଵାପର ଯୁଗରେ ଯେପରି ଭଗବାନ କୃଷ୍ଣଙ୍କ ବଂଶୀ ଧୁନିରେ ଗାଈ ମାନେ ନାଚି ଉଠୁଥିଲେ ଠିକ ସେହିପରି ଏ କଲି ଯୁଗରେ ସୁବଳ ଦାସଙ୍କ ଠାରେ ଦେଖା ଯାଉଛି । ପିଲାଦିନୁ ତାଙ୍କର ଗାଈ ସେବାରେ ସ୍ନେହ, ଶ୍ରଦ୍ଧା ଭରପୁର ମାତ୍ରା ରେ ଦେଖା ଯାଇଥିଲା ।

ତାଙ୍କର ବଂଶୀ ର ସ୍ଵରରେ ଗାଈ ଏମାନେ ତାଙ୍କ ପ୍ରତି ଆକ୍ରୁଷ୍ଟ ହେବାର ନଜର ଆସୁଛନ୍ତି । ଯାହା ବର୍ତ୍ତମାନ ଚର୍ଚ୍ଚା ର ବିଷୟ ବସ୍ତୁ ହୋଇ ପଡିଛି । ତେବେ ସୁବଳ ଦାସଙ୍କର ଏଭଳି ଗୋରୁ ସେବା ଓ ପ୍ରେମ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ ।

ବନ୍ଧୁଗଣ ଏହି ଘଟଣାକୁ ନେଇ ଆପଣଙ୍କର ମତାମତ କଣ ଆମକୁ କାମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *