ଏମିତି ଏକ ଗାଁ ଯେଉଁଠାରେ ସମସ୍ତେ କୋଟିପତି, ଏହି ଗାଁର ଖାସିୟତ ଜାଣି ହୁଡିବ ହୋସ

ମହଲ ପରି ଗାଁ ଆଉ ବଡ ଲୋକିଆଙ୍କ ଭଳି ବଡ ବଡ ଗାଡି ରହିଛି । ଘରେ ଆଗରେ ରହିଛି ଫାଇଭ ଷ୍ଟାର ହୋଟେଲ ଆଉ ହେଲିକପ୍ଟର ରେ ବୁଲିବା । ଏହା କୌଣସି ସହରର ଦୃଶ୍ୟ ନୁହେଁ ବରଂ ଗାଁ ର ଦୃଶ୍ୟ । ଗାଁ ର କଥା ମାନେ ପଡିଲେ ଚାରିଆଡେ ସବୁଜିମା ଚାଳଘର ଥାଏ ଥାଏ ମାଟି ଆସିଥାଏ । କିନ୍ତୁ ଏମିତି ବି ଗାଁ ଅଛି ଯେଉଁଠି କେହି ବି ଗରିବ ନାହାନ୍ତି ନା ଅଛି ଝାଟିମାଟି । ଏଠାରେ ସମସ୍ତେ କୋଟିପତି । ଏମାନଙ୍କ ଘରେ ଆଗରେ ରହିଛି ଦାମୀ କାର । ଗାଁ ଆମ ଦେଶର ନୁହେଁ ବରଂ ପଡୋଶୀ ଦେଶ ଚୀନ ରେ । ଏହା ହେଉଛି ଚୀନଜିଆଂଶୁ ପ୍ରଦେଶର କୁଆଞ୍ଜି ଗାଁ ।

ଏହି ଗାଁ ସବୁବେଳେ ଚର୍ଚ୍ଚାରେ ରହି ଆସିଛି । ଏକ ବଡ ବଡ ମେଟ୍ରୋ ସିଟିକୁ ପଛରେ ପକାଇଛି ଏହି ଗାଁ । ଏହା ସବୁଠାରେ ଉଚ୍ଚ ଗାଁ ର ମାନ୍ୟତା ପାଇଛି । ବଡ ସହର ଏହି ଗାଁ ଆଗରେ ଫିକା ପଡି ଯାଆନ୍ତି । ଏଠିକାର ଗାଁ ଲୋକଙ୍କର ଆୟ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।

ଗଣ ମାଧ୍ୟମର ରିପୋର୍ଟ ଅନୁଯାୟୀ ଏଠିକାର ପ୍ରତେକ ଲୋକଙ୍କର ବ୍ଯାଙ୍କ ଆକାଉଣ୍ଟରେ କୋଟି କୋଟି ତାଙ୍କ ବାଲାନ୍ସ ହିଛି । ୨୦୧୪ରେ ଏଠିକାର ପ୍ରତେକ ଲୋକଙ୍କର ବାର୍ଷିୟ ଆୟ ଥିଲା ୮୮ଲକ୍ଷ ଟଙ୍କା । ଏହା ପରେ ଏହି ଆୟ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଲା ।

ଏଥିପାଇଁ ଏହି ଗାଁ କୁ ଉପର ଭିଲେଜ ମଧ୍ୟ କୁହାଯାଏ । ବାଣିଜ୍ୟ କେନ୍ଦ୍ର କୁହା ଯାଉଥିବା ସାଙ୍ଘାଇ ସହର ଠାରୁ ୩୫ କିମି ଦୂରରେ ଥିବା ଏହି ଗାଁ ରେ ୧୭ରୁ ଅଧିକ କାରଖାନା ରହିଛି । ଯେଉଁ ଠାରେ ଷ୍ଟିଲ, ଶିଳ୍କ ପ୍ରଡ଼କ୍ଟ ସପ୍ଲାଏ କରାଯାଏ । ଏହି ଗାଁ ପର୍ଯ୍ୟଟନ ପାଇଁ ମଧ୍ୟ ବେଶ ପ୍ରଚଳିତ ଅଟେ । ୨୦୧୨ରେ ଏହି ଗାଁ ନିଜ ଉଦ୍ୟୋଗରୁ ହିଁ ୬୪ ହଜାର କୋଟି କୋଟି ଆୟ କରିଥିଲା ।

ଏହି ଗାଁ ୧୯୬୧ ଯାଏଁ ଏକ ଗରିବ ଗାଁ ଥିଲା । କିନ୍ତୁ ୧୯୬୨ ବେଳକୁ ଏହାର କାୟକଳ୍ପ ବଦଳାଇବାକୁ ନିସ୍ପତି ନେଲେ କମୁନିସ ପାର୍ଟିର ସ୍ଥାନୀୟ ସଚିବ ବୁରେନ ବା । ସାମୁହିକ କୃଷିକୁ ଗୁରତ୍ଵ ଦେବା ସହ ଉଦ୍ୟୋଗ ଶିଳ୍ପ ଆରମ୍ଭ କରିଥିଲେ । ଏଠିକାର ସାମୁହିକ କୃଷି ପାଇଁ କମ୍ପାନୀ ପ୍ରତିଷ୍ଠା କରାଗଲା ।

ଆଉ ଏହି କମ୍ପାନୀ ସେୟାର ମାର୍କେଟରେ ସ୍ଥାନ ପାଇଲା । ଗାଁ ରେ ରହୁଥିବା ପ୍ରତେକଟି ବ୍ୟକ୍ତି ଏହାର ସେୟାର ହୋଲ୍ଡର ବନିଗଲେ । ଏହି ଗାଁ ରେ ରହୁଥିବା ଲୋକଙ୍କର ସମୁଦାୟ ରୋଜଗାରର ୮୦% ଅର୍ଥ ଟ୍ୟାକ୍ସରେ ଚାଲି ଯାଉଛି । ଏହି ମୋଟା ରକମର ଟ୍ୟାକ୍ସ ବଦଳରେ ସେମାନଙ୍କୁ ମିଳୁଛି ଆଲିଶାନ ଘର, ହେଲଥ ଇନ୍ସୁରାନ୍ସ, ମାଗଣା ଶିକ୍ଷା, ପଞ୍ଚ ତରକା ହୋଟେଲରେ ଖାଇବା, ହେଲିକପ୍ଟରରେ ବୁଲିବା ପରି ସୁବିଧା ମିଳୁଛି । ତେବେ ଏହି ଗାଁ ଠାରୁ ସବୁ ଦେଶ କିଛି ନ କିଛି ଶିଖିବାର ରହିଛି ବୋଲି ମନେ ହୁଏ । ବନ୍ଧୁଗଣ ଆପଣଙ୍କର ଏହି ଗାଁ ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *