ଏକ ଏଭଳି ଗାଁ ଯେଉଁଠି ପଥର ଦେଲେ ମିଳେ ମୁଲ୍ୟବାନ ଜିନିଷ, ଏହି ଗାଁ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେବେ… ଦେଖନ୍ତୁ Video

ବନ୍ଧୁଗଣ ସମସ୍ତେ ଜାଣନ୍ତି ଟଙ୍କାରେ ଆମେ କିଛି ବି ଜିନିଷ କିଣିପାରିବା ବା ବିକିପାରିବା ନାହି । ବହୁ ପୂର୍ବ କାଳରୁ ଆମେ ଟଙ୍କାର ବ୍ୟବହାର କରି ଆସୁଛୁ । ଯେବେ ଟଙ୍କାର ପ୍ରଚଳନ ଆରମ୍ଭ ହୋଇନ ଥିଲା ସେତେବେଳେ ଅଦଳବଦଳ ସିଷ୍ଟମ ଚାଲିଥିଲା । କିନ୍ତୁ ବିଶ୍ବରେ ଏପରି ଏକ ସ୍ଥାନ ରହିଛି ଯେଉଁଠି ଟଙ୍କାର ପ୍ରଚଳନ ଆରମ୍ଭ ହୋଇ ନାହି । ସେଠାରେ କୌଣସି କାଗଜ ନୋଟ ବ୍ୟବହାର ହୋଇନ ଥାଏ ।

ସେଠାରେ ପଥର ଦେଇ ଯେ କୌଣସି ମୂଲ୍ୟବାନ ଜିନିଷକୁ କିଣାଇ ଯାଇ ପାରିବ । ପ୍ରଶାନ୍ତ ମହାସାଗର ମଝିରେ 100 ସ୍କୋୟାର କିମିର ଏକ ଦ୍ଵିପ ରହିଛି । ଏଠାରେ ପାଖପାଖି 12 ହଜାର ଲୋକ ବାସ କରନ୍ତି । ଏହି 12 ହଜାର ଲୋକଙ୍କୁ ନେଇ ଅନେକ ଗାଁ ଗଢି ଉଠିଛି । ଏହି ଗଣରେ ଧନୀ ଓ ଗରିବ ଲୋକ ବି ରହିଛନ୍ତି । ଯେଉଁ ବ୍ୟକ୍ତିଙ୍କ ପାଖରେ ଯେତେ ଅଧିକ ବା ଯେତେ ବଡ ପଥର ରହିଥିବ ସେ ହିଁ ଏଠାରେ ଧନୀ ଶ୍ରେଣିରେ ଆସିଥାଏ ।

କମ ପଥର ଓ ଛୋଟ ପଥର ଥିବା ବ୍ୟକ୍ତି ଗରିବ ଶ୍ରେଣୀରେ ଆସିଥାନ୍ତି । ଏହି ଦ୍ଵିପରେ ଷ୍ଟୋନ କରେନ୍ସି ବ୍ୟବହାର କାହିଁକି ଓ କେବେ ଠାରୁ ପ୍ରଚଳିତ ହେଉଛି ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳି ନ ଥିଲେ ବି ଅନୁମାନ କରା ଯାଉଛି ଏଠାରେ କୌଣସି ଧାତୁ ବା କଞ୍ଚା ମାଲ ମିଳୁ ନ ଥିବାରୁ ଏଠାରେ ଷ୍ଟୋନ କରେନ୍ସିର ବ୍ୟବହାର ହୋଇ ଆସୁଛି । ଏଠାରେ କେହି ସେନା ନାହାନ୍ତି । ଲୋକଙ୍କ ସୁସମ୍ପର୍କ ପାଇଁ ଏହି ଦ୍ଵିପ ଚାଲି ଆସିଛି ।

ବହୁ ପୂର୍ବରୁ ଚୂନ ପଥରକୁ ଏଠାରେ କରେନ୍ସି ଭାବେ ବ୍ୟବହାର କରି ଆସୁଥିଲେ ଲୋକେ । ଏହି ଚୂନ ପଥର ପାଇଁ ଲୋକଙ୍କୁ ଦଣ୍ଡାରେ ବସି 400 କିମି ପୋଲାଓ ଦ୍ଵିପକୁ ଯିବାକୁ ପଡୁଥିଲା । ଚୂନ ପଥର କିଣିବା ପାଇଁ ଅଧିକ ମୁଲ୍ୟ ଦେବାକୁ ପାଉଥିଲା । ତେଣୁ ଏହି ପଥରକୁ ଲୋକେ ଛାଡି ଅନ୍ୟ ଏକ ପଥରକୁ କରେନ୍ସି ଭାବେ ବ୍ୟବହାର କରିବା ଆରମ୍ଭ କରିଥିଲେ ।

ପଲାଓ ଦ୍ଵିପକୁ ଯାଇ ସେଠାରୁ ପଥର ଧରି ନିଜ ଦ୍ଵିପକୁ ଫେରି ଆସନ୍ତି ଲୋକେ । ସବୁଠାରୁ ବଡ କଥା ହେଉଛି ଷ୍ଟୋନ କରେନ୍ସିକୁ ଚିହ୍ନିବା ପାଇଁ ମାଲିକର ନାଁ, ମୂଲ୍ୟ, ଗାଁ ର ନାଁ ଲେଖା ଯାଇଥାଏ । ଲେଖାରୁ ହିଁ ଷ୍ଟୋନ କରେନ୍ସିର ମୂଲ୍ୟ ଜଣାପଡିଥାଏ । ଛୋଟ ଜିନିଷ କିଣିବା ଠାରୁ ଆରମ୍ଭ କରି ବଡ ଡିଲ ଯାଏଁ ଷ୍ଟୋନ କରେନ୍ସି ବ୍ୟବହାର ହୋଇ ଆସୁଛି ।

ବଡ ବଡ ଡିଲ ରେ ବ୍ୟବହାର ହେଉଥିବା ବଡ ବଡ ପଥରକୁ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇଯିବା ସମ୍ଭବ ହୋଇନ ଥାଏ । ତେଣୁ ସେହି ପଥରରେ ମାଲିକ ର ନାଁ ଲେଖି ସେଠାରେ ଛାଡି ଦିଆଯାଏ । ତେବେ ବର୍ତ୍ତମାନ ଏହି ଦ୍ଵିପ ଧୀରେ ଧୀରେ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଚୟ ପାଇବାକୁ ଲାଗିଥିବାରୁ ଉନ୍ନତି ଘଟିବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *