ଏକ କୋଟି ଟଙ୍କା ପାଇଁ ଦେଢ ଲକ୍ଷ ଟଙ୍କାର କିଣିଲେ କାରୋନା ଶବ, ତା ପରେ ଯାହା ହେଲା…

ହରିୟାନାରେ ଜଣେ ଯୁବକ ୧.୫ କୋଟି ଟଙ୍କାର ବୀମା ପାଇଁ ଏମିତି କିଛି ଘଟଣା ଘଟେଇଥିଲେ । ନିଜକୁ ମୃତ ବୋଲି ପ୍ରମାଣିତ କରିବା ପାଇଁ ନିଜ କାରରେ ଗୋଟେ କରୋନା ରୋଗୀକୁ ରଖି ପୋଡି ଦେଇଥିଲେ । ତା ପରେ ଯୁବକ ଜଣକ ଛତିଶଗଡ ଚାଲି ଯାଇଥିଲେ ।

ପରିବାର ଲୋକ ଓ ପୋଲିସ ଏହା ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଥିଲେ । କିନ୍ତୁ ଘର ଲୋକ ତାକୁ ମୃତ ଭାବି ଅନ୍ତିମ ସଂସ୍କାର କରିଛନ୍ତି । ଏବେ ଖବର ମୁତାବକ ସେ ଯୁବକ ଜଣକ ଜୀବିତ ଅଛନ୍ତି । ଯୁବକ କିଛି ଦିନ ପୂର୍ବରୁ ୧.୫୦ କୋଟିର ବୀମା କରିଥିଲେ ।

ନିଜକୁ ମୃତ ବୋଲି ଦେଖେଇବା ପାଇଁ ସେ ୧.୫୦ ଲକ୍ଷରେ କିଣିଲେ କରୋନା ଶବ :-

ଯୁବକଟି ବହୁତ ଚାଲାକିର ସହିତ ନିଜକୁ ମୃତ ଦେଖେଇବା ପାଇଁ ପ୍ରଥମେ ଦେଢଲକ୍ଷ ଟଙ୍କା ଦେଇ କରୋନା ଶବକୁ କିଣିଥିଲେ । ତା ପରେ ନିଜ ପରିବାର ଲୋକଙ୍କୁ ଫୋନ କରି କହିଥିଲେ ମୋ ପାଖରେ ୧୧ ଲକ୍ଷ ଟଙ୍କା ଅଛି ସେଥିପାଇଁ ମୋ ପଛରେ ଗୁଣ୍ଡା ମାନେ ପଡିଛନ୍ତି । ଏହା ପରେ ସେ ସେହି କାରୋନା ରୋଗୀକୁ ନିଜ କାର ବିତରେ ରଖି କାରକୁ ପୋଡି ଦେଇଥିଲେ । ଏହା ପରେ ପୋଲିସ ଚାରିଦିନ ମଧ୍ୟରେ ଏହି କେସର ପର୍ଦାଫାଶ କରିଥିଲେ ।

ପୋଲିସ ଯୁବକଟିର ଫୋନ ଡିଟେଲ ନେଇ ସମ୍ପୂର୍ଣ ରୂପରେ ଡାଟା ସଂଗ୍ରହ କରିଥିଲେ କି ଯୁବକ ଜଣକ ନମ୍ବରରୁ ଗୋଟେ ଝିଅ ନମ୍ବରକୁ ବାର ବାର ଫୋନ ଯାଉଥିଲା । ସେ ମହିଳା ଜଣକ ଯୁବକର ଗର୍ଲ ଫ୍ରେନ୍ଡ ଥିଲେ, ସେ ମହିଳାଙ୍କୁ ଧରି ପୋଲିସ ପଚରା ଉଚରା କରିବାରୁ ସବୁ ଖବର ମିଳିଥିଲା । ତା ପରେ ପୋଲିସ ତା ଘର ଲୋକଙ୍କୁ ଖବର ଦେଇଥିଲେକି ରାମ ମେହେର ସିଂହ ଜୀବିତ ଅଛନ୍ତି । ଯୁବକ ଜଣକ ଏପରି କାଣ୍ଡ ପଇସା ପାଇଁ କରିଥିଲେ କାରଣ ସେ ଗୋଟେ ବୀମା ତାଙ୍କ ନାମରେ କରିଥିଲେ ୧.୫୦କୋଟି ଟଙ୍କାର ।

ସେ ନିଜ କୁ ମିଛ ମୃତ୍ୟୁ ଘୋଷିତ ପ୍ରମାଣ କରି ବୀମା ଟଙ୍କା ପାଇବାର ଯୋଜନା କରିଥିଲେ କିନ୍ତୁ ତାଙ୍କ ସବୁ ଯୋଜନା ବିଫଳ ହୋଇଥିଲା । ଏହି ଟଙ୍କା ତାଙ୍କ ପରିବାରକୁ ମିଳିଥାନ୍ତା ଓ ସେ ସେଇ ଟଙ୍କା ନେଇ ଅନ୍ୟ ରାଜ୍ୟରେ ରହିଥାନ୍ତେ । କିନ୍ତୁ ସବୁ ବିଫଳ ହୋଇଥିଲା । ଯୁବକଙ୍କ ପରିବାର ଲୋକ ତାଙ୍କୁ ମୃତ ଭାବି ଗଙ୍ଗାରେ ତାଙ୍କ ଅସ୍ତି ବିସର୍ଜନ କରିଥିଲେ । ସେମାନେ କେବେ ଭାବିନଥିଲେ ଲୋଭରେ ଆସି ସେ ଏମିତି କରିବେ । ଏହିଭଳି ଖବର ପାଇବା ପାଇଁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *