1 ଲକ୍ଷ ଲୋକଙ୍କ ସାମ୍ନାରେ ଏହି ଭୁଲ କରି ବସିଲେ ଟ୍ରମ୍ପ, ବହୁତ ମଜା ନେଉଛି ସୋସିଆଲ ମିଡ଼ିଆ

ଭାରତକୁ ଆସିଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ,1 ଲକ୍ଷ ରୁ ଅଧିକ ଲୋକଙ୍କ ସାମ୍ନାରେ ମୋଟେରା ଷ୍ଟାଡିୟମରେ ଭାଷଣ ଦେଇଥିଲେ । କିନ୍ତୁ ସେ କିଛି ଭାରତୀୟ ଶବ୍ଦର ଉଚ୍ଚାରଣ ଠିକରେ କରିପାରିନଥିଲେ । ସେ ସବୁଠୁ ଅଧିକ ଅଜିବୋଗରିବ ଢଙ୍ଗରେ ମାଷ୍ଟର ବ୍ଲାଷ୍ଟର୍ ସଚିନ ତେନ୍ଦୁଲକରଙ୍କ ନାମ ନେଇଥିଲେ କି ଫଳାଫଳ ଏମିତି ହେଲା ଏବେ ସୋସିଆଲ ମିଡିଆରେ ଏହାକୁ ଟ୍ରୋଲ କରାଯାଉଛି । ସେ ମୋଟେରା ଷ୍ଟାଡିୟମରେ ଦେଇଥିବା ଭାଷଣରେ ଭାରତୀୟ ଶବ୍ଦର ଉଚ୍ଚାରଣ ଭୁଲ କରିଥିଲେ ।

ଏହାକୁ ଲୋକେ ନୋଟିସ କରି ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଛନ୍ତି ।

ସେ ଭାଷଣରେ ପୂର୍ବ କ୍ରିକେଟର ସଚ୍ଚିନ ତେନ୍ଦୁଲକରଙ୍କ ନାମ ଭୁଲ ନେଇଥିଲେ । ସେ କହିଥିଲେ ଆମେ ଦୁନିଆର ସବୁଠୁ ମହାନ କିକ୍ରେଟ ଖିଲାଡ଼ିଙ୍କୁ ସମ୍ମାନ କରୁଛୁ ସେମାନେ ହେଉଛନ୍ତି, ସୁଚିନ ତେନ୍ଦୁଲକରି ଓ ବିରାଟ ଖୋଲି  । ଏହାପରେ ଦୁଜଣଙ୍କ ଫ୍ୟାନ ମାନେ ତାଙ୍କୁ ଟ୍ରୋଲ କରୁଛନ୍ତି । ୟୁରୋପୀୟ ଖବରକାଗଜ ମିରର ରେ ଲେଖାଯାଇଛି, ତେନ୍ଦୁଲକର ଇନ୍ଟରନେଶୋନାଲ କ୍ରିକେଟରେ 30 ହଜାର ରୁ ଅଧିକ ରନ କରିଥିଲେ ହେଲେ ଟ୍ରମ୍ପ ଯେଉଁପରି ତାଙ୍କ ନାମ ନେଇଛନ୍ତି, ଯେମିତି ତାଙ୍କର କ୍ରିକେଟ ରେ କିଛିବି ରୁଚି ନାହିଁ ।

ମିରର ଖବର ଅନୁସାରେ, ତାଙ୍କୁ ନିଜ ଭାଷଣ ଢଙ୍ଗରେ ଦେବାର ଥିଲା କାରଣ ସଚିନ ତେନ୍ଦୁଲକର ଓ ବିରାଟ କୋହିଲି ଅନ୍ତଃରାଷ୍ଟ୍ରୀୟ ସ୍ତରର ଖିଲାଡ଼ି ଅଟନ୍ତି । ସେ କହିଥିବା ଭୁଲ ଉଚ୍ଚାରଣ ଶବ୍ଦ ହେଉଛି – ଚାୟବାଲା କୁ ଛିବାଲା, ସୋଲେ କୁ ସୋଜେ, ବେଦକୁ ବେସ୍ତା, ସ୍ବାମୀ ବିବେକାନନ୍ଦଙ୍କୁ ସ୍ଵାମୀ ବିବେକାମନନ । କିଛି ଲୋକ ତାଙ୍କ ଭୁଲକୁ ନଧରି ସେ କହିଥିବା ଅନ୍ୟ ଭାରତୀୟ ଶବ୍ଦ ପାଇ ତାଙ୍କ ତାରିଫ କରିଥିଲେ ।

Leave a Reply

Your email address will not be published. Required fields are marked *