ବନ୍ଧୁଗଣ ସୁବର୍ଣ୍ଣପୁର ମହାନଦୀ ପୋଲ ଉପରେ ମର୍ମାନ୍ତକ ସଡକ ଦୁର୍ଘଟଣା ଘଟିଛି । ବୋଲର ଓ ଟ୍ରକ ମୁହାଁମୁହିଁ ଧକାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଭାବେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ଦୁର୍ଘଟଣାର ଶିକାର ହୋଇଥିବା ଲୋକେ ଉଲୁଣ୍ଡା ବ୍ଲକ ନିମନା ଗାଁ ର ବିନିକା ଗାଁ କଉଡିଆ ଗାଁ କୁ ବରଯାତ୍ରୀ ଭୋଜି ଖାଇବାକୁ ଯାଉଥିଲେ । ଭୋଜି ଖାଇ ଫେରିବା ସମୟରେ ଗତ କାଲି ବିଳମ୍ବିତ ରାତି ରେ ଏହି ଦୁର୍ଘଟଣା ଘଟିଛି ।

ରାତି ପ୍ରାୟ ୧୨ଟା ୩୦ରୁ ୧ଟା ମଧ୍ୟରେ ମହାନଦୀ ପୋଲ ଉପରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ବାହାଘର ଭୋଜିରେ ଗାଁ ଦାନ୍ଡ କମ୍ପି ଉଠିବା କଥା କିନ୍ତୁ ପୁରା ଗାଁ ରେ କାନ୍ଦ ବୋବାଳିରେ ପୁରୀ ଉଠିଛି । ଗାଁ ଦାନ୍ଡରୁ ମସାଣି ଯାଏଁ ଲୋକଙ୍କ ଭିଡ ଜମିଛି । ବରଯାତ୍ରୀ ହୋଇ ଯାଇଥିଲେ କିନ୍ତୁ ଫେରିଲା ସେମାନଙ୍କ ମୃତ ଦେହ ।
ବାହାଘର ଉଶ୍ଚବରେ ଫାଟି ପଡୁଥାନ୍ତା ଘର ହେଲେ ଗାଁ ମଶାଣିରେ ଶୋକାକୁଳ ପରିବେଶରେ ଅନ୍ତିମ ବିଦାୟ ଦେଲେ ଗ୍ରାମବାସୀ । ବର ର ସମ୍ପର୍କୀୟ ମାନେ ବରଯାତ୍ରୀ ହୋଇ ଭୋଜି ଖାଇବାକୁ ଯାଇଥିଲେ । କିନ୍ତୁ ଫେରିବା ସମୟରେ ଟ୍ରକ ସହ ବୋଲର ଧକା ହୋଇଥିଲା ।

ଯେଉଁ ୫ ଜଣ ଗୁରୁତର ହୋଇଛନ୍ତି ସେମାନଙ୍କୁ ପ୍ରଥମେ ଜିଲ୍ଲା ହସ୍ପିଟାଲ ଓ ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରା ଯାଇଥିଲା । ଜଣଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ଟନକୁ କଟକ ବଡ ମେଡିକାଲକୁ ପଠା ଯାଇଛି । ତେବେ ସୂଚନା ଅନୁସାରେ ଗୋଟିଏ ପରିବାର ରୁ ୩ ଜଣଙ୍କର ମୃତ୍ୟୁ ଘଟିଛି ।
ଶୁକ୍ରବାର ରାତି ରେ ସ୍ଵର୍ଣ୍ଣପୂର ଉଲୁଣ୍ଡା ବ୍ଲକ ନିମନା ଗାଁ ର ପ୍ରଦୀପ ପାଣ୍ଡିୟାଙ୍କ ପୁଅ ମଣିଷ ପାଣ୍ଡ୍ୟାଙ୍କ ବାହାଘର ଥିଲା । କଉଡିଆ ମୁଣ୍ଡା ଗାଁ କୁ ଯାଇଥିଲେ ବରଯାତ୍ରୀ । ଭୋଜି ଖାଇବା ପରେ ବର ର ୧୦ ଜଣ ସମ୍ପର୍କୀୟ ଘରକୁ ଫେରୁଥିଲେ । ଆଉ ମାତ୍ର ୫କିମି ପରେ ଘରକୁ ପହଞ୍ଚିଥାନ୍ତେରେ ସମ୍ପର୍କୀୟ ମାନେ । କିନ୍ତୁ ବିଧି ର ବିଧାନ କିଛି ଅଲଗା ଥିଲା ।

ବର ର ବଡବାପା, ଭଉଣୀଙ୍କ ସହ ୫ ଜଣ ପ୍ରାଣ ହରାଇଛନ୍ତି । ଏହା ସହ ୨ଟି ଛୋଟ ଛୁଆ ମଧ୍ୟ ଏହି ଦୁର୍ଘଟଣା ରେ ପ୍ରାଣ ହରାଇଛନ୍ତି । ଦୁର୍ଘଟଣା ଘଟାଇ ଥିବା ଟ୍ରକ ଡ୍ରାଇଭର ଫେରାର ଅଛି ବୋଲି ସୂଚନା ରହିଛି । ତେବେ ଏହି ଘଟଣା ଟି ହୃଦୟ ବିଦାରକ ଅଟେ ।
ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
