ନମସ୍କାର ବନ୍ଧୁଗଣ, ଆଖି ଆଗରେ ଜଳିଗଲେ ଜିଅନ୍ତା ମଣିଷ । ଜେଣ କି ଦୁଇ ଜଣ ନୁହେଁ ସରକାରୀ ହିସାବରେ 215 ଜଣ ଓ ଆଉ ବେସରକାରୀ ହିସାବରେ ତା ଠାରୁ ଅଧିକା । ସେଦିନ ସିନା ଶହ ଶହ ଜୁଇ ଜଳିବା ପରେ ନିଆଁ ଲିଭି ଯାଇଥିଲା । ହେଲେ 26 ବର୍ଷ ପରେ ଆଜି ସେଦିନର ଘଟଣା ମନେ ପଡିଲେ ପ୍ରତକ୍ଷ ଦର୍ଶୀଙ୍କ ଛାତି ଥଋ ଉଠୁଛି । ଏ ହେଉଛି 26 ବର୍ଷ ତଳର ଲୋମ ଟାଙ୍କୁରା କାହାଣୀ ।
ଦିନଟି ଥିଲା 1997 ମସିହା ଫେବ୍ରୁଆରି 23 ତାରିଖ । ମଧ୍ୟାହ୍ନ ପ୍ରାୟ 2ଟା 30 ମିନିଟ । ହଠାତ ବାରିପଦା ସହରର ମଧୁବନ ଅଞ୍ଚଳରେ ଖେଳିଗଲା କଳା ଧୂଆଁ । ନିଆଁ ନିଆଁ ଲାଗିଗଲା କହି ଚିତ୍କାର କରି ସମସ୍ତେ ପ୍ରାଣ ବିକଳରେ ଦୌଡିଲେ । ବଞ୍ଚାଅ କହି ଚିତ୍କାର ଆଉ କାନ୍ଦ ବୋବାଳିରେ ଫାଟି ପଡିଲା ପରିବେଶ ।
ବାରିପଦା ସହରର ମଧୁବନ ସ୍ଥିତ ଏଠାରେ ଆୟୋଜିତ ହୋଇଥିଲା ଠାକୁର ଶ୍ରୀ ଶ୍ରୀ ନିଗମାନନ୍ଦ ଙ୍କ ବାର୍ଷିକ ସାମୀଲାଣି ଓ ପୂଜା ପାଠ । ସଭା ସ୍ଥଳୀରେ ହଜାର ହଜାର ଭକ୍ତଙ୍କର ଭିଡ ଜମିଥିବା ବେଳେ ସେଦିନ ଥିଲା ସମିଳନୀରେ ଶେଷ ଦିନ । ଭକ୍ତଙ୍କ ରହିବା ଆଉ ଶୋଇବା ପାଇଁ 3 ଏକର ଜମିରେ ହୋଇଥିଲା ଏହିପରି ନଡା ଛପରରେ ଅସ୍ଥାୟୀ ଘର । ଏହାରି ଭିତରେ ଛୁଆ ପିଲାଙ୍କୁ ଧରି ସପରିବାର ସୋଇଥିଲେ ।
ହଜାର ହଜାର ନିଗମାନନ୍ଦ ଭକ୍ତ । ଏହି କିଛି ବୁଝିବା ଆଗରୁ ହଠାତ ନିଆ ଲାଗିଲା ଆଉ କେତେଟା ସେକେଣ୍ଡରେ ସବୁ ଜଳି ଛାରଖାର ହୋଇଗାଳ । ଏ ମର୍ମନ୍ତୁଦ ଘଟଣା ରେ ମୃ-ତା-ହ-ତ ଓ ଆହତ ଙ୍କ ପରିବାରକୁ ସମବେଦନା ଜଣାଇବା ପାଇଁ ବାରିପଦା ସହରରେ ପହଞ୍ଚି ଥିଲେ ତତକାଳୀନ ପ୍ରଧାନ ମନ୍ତ୍ରୀ ଏସଡି ଦେବାଗୋଓଡା, କଂଗ୍ରେସ ର ବରିଷ୍ଠ ନେତା ଭାରତ ପାୱାର, ତତକାଳୀନ ମୁଖ୍ୟ ମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ବିଜୁ ପଟ୍ଟନାୟକ ।
ଦେଶ ବିଦେଶରେ ସାମ୍ବାଦିକ ବାରିପଦାରେ ଡେରା ପକାଇ ଥାନ୍ତି । ସବୁ ଆଡେ କାନ୍ଦ ବୋବାଳି ଛାତି ଫଟା ଶବ୍ଦ ଆଉ କୂଢ କୂଢ ଶବ । ଆଉ ସେହି ଶ-ବ କୁଧା ରୁ ସମସ୍ତେ ଖୋଜୁଥିଲେ ନିଜର ପ୍ରିୟଜନ ଙ୍କୁ । ଭାରତର ସବୁଠାରୁ ବଡ 10ଟି ଫାୟାର ଟ୍ରାଜେଡି ମଧ୍ୟରୁ ବାରିପଦା ଘଟଣା ହେଉଛି ଅନ୍ୟତମ । ଏହାରି ଭିତରେ 26 ବର୍ଷ ବୀତି ଯାଇଛି । ଏ ହେଉଛି ବାରିପଦା ସହରର ମଧୁବନ ଅଞ୍ଚଳ ।
26 ବର୍ଷ ପରେ ଏହାର ରୂପ ସଂପୂର୍ଣ୍ଣ ବଦଳି ଯାଇଛି । ଗଢି ଉଠିଛି ରାସ୍ତା ଘାଟ, ସାହି, ବଡ ବଡ ସହର । ସେହି ଲୋମ ଟାଙ୍କୁରା ଘଟଣାକୁ ମନେ ପକାନ୍ତି ମଧୁବନ ବାସିନ୍ଦା । ମୃ-ତ-କ ଙ୍କ ନାମରେ ଦୀପ ପ୍ରଜ୍ଵଳନ କରି ନୀରବ ପ୍ରାର୍ଥନା କରନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।