ନରେନ୍ଦ୍ର ମୋଦୀ କହିଛନ୍ତି-”ସମସ୍ତେ ମିସିକି ଲଢିବା ତ ଏହି ଭାଇରସକୁ ହରେଇଦେବା“

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ସବୁ ଯୁଗରେ ନୂତନ ପ୍ରତିଯୋଗୀତାର ଆହ୍ଵାନ ମିଳିଥାଏ, ଏହି ସମୟରେ କାରୋନା ଭୂତାଣୁ ଆର୍ଥିକ ଦୁନିଆ ପାଇଁ ନୂଆ ପ୍ରତିଯୋଗୀତାର ଆହ୍ଵାନ ନେଇ ଆସିଛି । ଏଥିରୁ ମଧ୍ୟ ଆମେ ଏକତା ବଳରେ ବିଜୟ ପ୍ରାପ୍ତ କରିବା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଯେତେବେଳେ ଆମେ ସମସ୍ତେ ମିସିକି ଲଢିବା ତେବେ ଏହି ଭୂତାଣୁ କୁ ପରାଜୟ କରିପାରିବା । ଗୋଟେ ସମାଚାର ପତ୍ରର ଗ୍ଲୋବାଲ ବିଜିନେସ ସମିତିକୁ ଅଭିବାଦନ କରିବା ସମୟରେ ମୋଦୀ କହିଛନ୍ତି ଯେ ଟେକନୋଲଜି ସବୁକିଛି ବଦଳାଇ ଦେଇଛି ।

ସେ ଏହ ମଧ୍ୟ କହିଛନ୍ତି ଯେ ଗୋଟେ ସମୟରେ କେବଳ କିଛି ନିର୍ଦ୍ଧିଷ୍ଟ ବଡ଼ ଲୋକଙ୍କ ଦ୍ଵାରା କରାଯାଇଥିବା ଅନୁମାନକୁ ସେସ ନିସ୍ପତି ବୋଲି ବିବେଚନା କରାଯାଉଥିଲା, କିନ୍ତୁ ଏବେ ସମୟ ବଦଳି ଯାଇଛି ।


ଏହି ସବୁ ଟେକନୋଲଜି କାରଣରୁ ସମ୍ଭବ ହେଇଛି । ଟେକନୋଲଜି କାରଣରୁ ସାଧାରଣ ମଣିଷ ମଧ୍ୟ ନିଜର ମତାମତ କହି ପାରୁଛନ୍ତି । ଅନେକ ସମୟ ଏହି କଳ୍ପନା ପୁରୁଣା ଭାବନା ଠାରୁ ସମ୍ପୂର୍ଣ ଅଲଗା ହେଇଥାଏ । ସେ ଏହା ମଧ୍ୟ କହିଛନ୍ତି ଯେ ଆମେ ଯେତେବେଳେ ଶାସନକୁ ଆସିଲୁ ସେତେବେଳେ ଜନତାଙ୍କ ଭାବନାକୁ ସମ୍ମାନ ଦେଇଛୁ ।

ସେ ଏହାବି କହିଛନ୍ତି ଯେ ସେ ଯେଉଁ ନିର୍ଦ୍ଧିଷ୍ଟ ଶ୍ରେଣୀ ବିଷୟରେ କହୁଛନ୍ତି ସେହି ଶ୍ରେଣୀର ଲୋକମାନେ ସର୍ବଦା ସଠିକ ବ ସତ୍ୟ ବଚନ କହିବା ଉଚିତ । ସେ କହିଛନ୍ତି ଯେ ଯେତେବେଳେ ଲୋକଙ୍କ ଷ୍ଟାଟସରେ ପରିବର୍ତନ ଆସିଥାଏ ସେତେବେଳେ ସେମାନଙ୍କ ମଧ୍ୟରେ ଏପରି ଭାବନା ଆସିଥାଏ । ଯେଉଁମାନେ ନିଜକୁ ସର୍ବସର୍ବା ବୋଲି ବିବେଚନା କରୁଛନ୍ତି ସେମାନଙ୍କୁ ତିନ ତଲାକ କାନୁନ ଉପରେ ଅପତି ହେଉଛି ।


ଯେଉଁ ଲୋକମାନେ ଶରଣାର୍ଥୀଙ୍କ ଅଧିକାର ବିଷୟରେ ସମଗ୍ର ଦୁନିଆକୁ ଜ୍ଞାନ ବାଣ୍ଟୁଛନ୍ତି ସେମାନେ ସିଏଏ ଓ ଏନଆରସି କୁ ବିରୋଧ କରୁଛନ୍ତି । ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଯେଉଁ ଲୋକମାନେ ସମ୍ବିଧାନକୁ ସମ୍ମାନ କରୁଛନ୍ତି ବୋଲି କହୁଛନ୍ତି ସେମାନେ ଅନୁଛେଦ ୩୭୦ ଭଳି ଅସ୍ଥାଇ ବ୍ୟବସ୍ଥାକୁ ହଟାଇବାକୁ ବିରୋଧ କରୁଛନ୍ତି । କିନ୍ତୁ ପ୍ରକୃତ କଥା ହେଲା ଏହାକୁ ହଟାଇବା ଦ୍ଵାରା ଜାମୁ-କାଶ୍ମୀରରେ ସମ୍ପୂର୍ଣ ଭାବେ ସମ୍ବିଧାନ ଲାଗୁ ହୋଇଛି ।

ତେବେ ଏହି ଭାଇରସ ପାଇଁ ଡରିବା ଆବଶ୍ୟକ ନାହିଁ, ଟିକେ ସତର୍କ ରହିଲେ ଏଥିରୁ ଆପଣଙ୍କୁ କିଛି ସଙ୍କଟ ନାହିଁ ।

Leave a Reply

Your email address will not be published. Required fields are marked *