ଉତ୍ତର ପ୍ରଦେଶର ଇଟାୱାରେ ଏକ ବିବାହ ସମାରୋହର ଆୟୋଜୋନ ଚାଲିଥିଲା । କିନ୍ତୁ ଏହି ଖୁସି ସେହି ସମୟରେ ଦୁଃଖରେ ପରିଣତ ହୋଇଗଲା ଯେତେବେଳେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯିବା ସମୟରେ ଅଚାନକ କନ୍ୟାର ମୃତ୍ୟୁର ଖବର ସାମ୍ନାକୁ ଆସିଲା ।
ବିବାହର ସମସ୍ତ ପରମ୍ପରା ଚାଲିଥିଲା କି ସେହି ସମୟରେ ଅଚାନକ କନ୍ୟାକୁ ଚକ୍କର ଆସିଲା ଓ କନ୍ୟା ମଣ୍ଡପ ଉପରେ ହିଁ ପଡିଗଲା । ଏହି ଦୃଶ୍ୟକୁ ଦେଖି ସେଠି ହଙ୍ଗାମା ଆରମ୍ଭ ହୋଇଗଲା । କିନ୍ତୁ କନ୍ୟାର ସମ୍ପର୍କୀୟମାନେ ସଙ୍ଗେ ସଙ୍ଗେ କନ୍ୟାକୁ ପାଖରେ ଏକ ହସ୍ପିଟାଲକୁ ନେଇଗଲେ । ଯେଉଁଠି ଡାକ୍ତର କନ୍ୟାକୁ ମରୁତ ଘୋଷିତ କରିଲେ ।
କହିବାକୁ ଗଲେ ଇଟାୱା ଥାନା ଅନ୍ତର୍ଗତ ଭରଥାନା କ୍ଷେତ୍ରର ଗାଁ ସମାସପୁରରେ ମଙ୍ଗଳବାର ଦିନ ସ୍ଵର୍ଗୀୟ ରମାପତିଙ୍କ ସୁକନ୍ୟା ସୁରଭିଙ୍କ ବିବାହ ଅନିଲ କୁମାରଙ୍କ ପୁତ୍ର ମଞ୍ଜେସ କୁମାରଙ୍କ ସହ ହେଉଥିଲା । ମଙ୍ଗଳବାର ଦିନ ୮.୩୦ ସମୟରେ ବିବାହ ଆରମ୍ଭ ହେଲା । ମୁଣ୍ଡରେ ସିନ୍ଦୁର ଦେବା, ହାଥ ଗଣ୍ଠି ପଡିବା ଇତ୍ୟାଦି ବହୁତ ନିୟମ ପୁରା ହୋଇ ସାରିଥିଲା ।ବାହାଘର ମଣ୍ଡପରେ ବର ଓ କନ୍ୟା ଫେରା ପାଇଁ ପ୍ରସ୍ତୁତ ହେଉଥିଲେ ।
କିନ୍ତୁ ଏହି ସମୟରେ ଅଚାନକ କନ୍ୟା ସୁରଭି ବେହୋସ ହୋଇ ତଳେ ପଡିଗଲା । ସେହି ସମୟରେ ରାତି ୨.୩୦ ହେବ । କନ୍ୟାକୁ ବେହୋସ ହେଉଥିବାର ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ପରିବାର ଲୋକମାନେ କନ୍ୟାକୁ ତୁରନ୍ତ ଡାକ୍ତର ପାଖକୁ ନେଇଗଲେ । ଯେଉଁଠି ଡାକ୍ତର କନ୍ୟାର ଯାଞ୍ଚ କରିଲେ ଓ ଶେଷରେ କନ୍ୟାକୁ ମରୁତ ବୋଲି ଘୋଷଣା କରିଲେ । କନ୍ୟାର ସମ୍ପର୍କୀୟମାନଙ୍କ ଉପରେ ଯେମିତି ଏକ ଦୁଃଖର ପାହାଡ ଭାଙ୍ଗିଗଲା ।
ସେହି ସ୍ଥାନରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଗଲା । ଏହିଭଳି ପରିସ୍ଥିତିରେ ସମସ୍ତେ ଉପାୟ ଶୂନ୍ୟ ହୋଇଗଲେ କି କଣ କରିବେ ।ଉଭୟ କନ୍ୟା ଓ ବର ପରିବାରର ସହମତି ପରେ କନ୍ୟାର ଛୋଟ ଭଉଣୀ ସହ ବରର ବିବାହ କରାଗଲା ଓ ଛୋଟ ଭଉଣୀ ନିଶାକୁ ମଣ୍ଡପରେ ବସାଗଲା । ଘରର ଗୋଟିଏ ପଟେ ସୁରଭିର ଶବ ରଖାଗଲା ଓ ଅନ୍ୟ ପଟେ ଛୋଟ ଭଉଣୀର ବିବାହ ହେଲା । ବର ଓ କନ୍ୟାର ସମସ୍ତ ବିବାହ ପରମ୍ପରା ଶେଷ ହେବା ପରେ ଦୁଇ ଜଣ ସାତ ଫେରା ନେଲେ ।
ଉଭୟ ବର ମଞ୍ଜେସ ଓ କନ୍ୟା ନିଶାକୁ ବୁଧବାର ଦିନ ସକାଳେ ଶଶୁର ଘରକୁ ବିଦାୟ କରାଗଲା । ବଡ ଭଉଣୀ ସୁରଭିର ଶବର ଅନ୍ତିମ ସଂସ୍କାର କରାଗଲା । ଅଚାନକ ଘଟିଥିବା ଏହି ଘଟଣାରେ ପରିବାର ଲୋକମାନଙ୍କ ସହ ପୁରା ଗାଁରେ ଶୋକରେ ଲହରୀ ଖେଳିଗଲା ।