ବନ୍ଧୁଗଣ, ଏହା କୌଣସି ଗପ ନୁହେଁ, ମାତ୍ର ଆପଣଙ୍କୁ ଏହା ଏକ ଫିଲ୍ମ ଷ୍ଟୋରି ପରି ଲାଗିଲେ ମଧ୍ୟ ତାହା “ଗପ ହେଲେ ଭି ସତ” ଅଟେ । ବନ୍ଧୁଗଣ ଆମ୍ଭେ ଯେଉଁ ପ୍ରସଙ୍ଗ ଆଜି ଆପଣଙ୍କ ଗହଣରେ ଉପସ୍ଥିତ କରିବାକୁ ଯାଉଅଛୁ, ଏହା ଦୁଇଜଣ ପିଲାଦିନ ସାଙ୍ଗଙ୍କ ମଧ୍ୟରେ ଥିବା ଘନିଷ୍ଠ ବନ୍ଧୁତା କୁ ଦର୍ଶାଉଛି । ଆସନ୍ତୁ ଜାଣିବା ତାଙ୍କ ବିଷୟରେ ସଂପୂର୍ଣ୍ଣ ବିବରଣୀ । ମୁଁ “ରାଜନ” ର ସାଙ୍ଗ ସ୍ଵଞ୍ଜୟ ଅଟେ । ରାଜନ କୁ କରୋନା ହୋଇଯାଇଛି ।
ଅମ୍ଳଜାନ ଅଭାବରୁ ସେ ବର୍ତ୍ତମାନ ଜୀବନ ସହିତ ଲଢୁଛି । ହାତରେ ମାତ୍ର ଆଉ ୧ ଦିନ ଅଛି । ଯଦି ଅମ୍ଳଜାନ ନ ମିଳେ ତେବେ, ଆମ୍ଭେ ଆମ ରାଜନ ଙ୍କୁ ସବୁଦିନ ପାଇଁ ହରାଇ ଦେବା । ‘ଦେବେନ୍ଦ୍ର ତୁମେ କିଛି କର’- ଏଭଳି ଏକ ଫୋନ କଲ ଦେବେନ୍ଦ୍ର କୁ ଆସିଥିଲା ।
ବନ୍ଧୁଗଣ “ରାଜନ” ଏବଂ “ଦେବେନ୍ଦ୍ର” ହେଉଛନ୍ତି ପିଲାଦିନର ଘନିଷ୍ଠ ବନ୍ଧୁ । ବନ୍ଧୁଗଣ କରୋନା କାଳରେ ଏହି ଗୋଟିଏ ଫୋନକଲ ସଂକ୍ରମିତ ଥିବା ସାଙ୍ଗର ସଞ୍ଜିବନୀ ପାଇଁ ବାଟ ଫିଟାଇ ଦେଲା । ବନ୍ଧୁଗଣ ସଂକ୍ରମଣ ଭରା ସନ୍ଦେହ ଭିତରେ ପ୍ରକୃତ ସାଙ୍ଗ ର ସଜ୍ଞା କଣ ? ବୁଝାଇ ଦେଇଛନ୍ତି ଜଣେ ଏମିତି ବନ୍ଧୁ ଯାହା ମହାମାରୀ ଭିତରେ ବନି ଯାଇଛି ଏକ ବଡ ମିଶାଲ ।
ପୀଡିତ ସାଙ୍ଗ ପାଇଁ ଅମ୍ଳଜାନ ଦରକାର ଜାଣିବା ପରେ, ୨୪ ଘଣ୍ଟା ରେ ୧୩୦୦ କି.ମି ଗାଡି ଚଳାଇ ସାଙ୍ଗ ନିକଟରେ ପହଞ୍ଚାଇ ଦେଇଥିଲେ ଅମ୍ଳଜାନ ।ବନ୍ଧୁଗଣ ଏହି ଘଟଣା ଭୂତାଣୁ ଭିତରେ ଥିବା ଭେଦଭାବ କୁ ବଙ୍ଗି ଦେଇ ପୁନର୍ବାର ବିଶ୍ଵାସ ର ବନ୍ଧ ବାନ୍ଧି ଦେଇଛି । ବନ୍ଧୁଗଣ ଏହି ଯୁବକ ଜଣକ ହେଉଛନ୍ତି ରାଞ୍ଚି ର “ଦେବେନ୍ଦ୍ର କୁମାର ଶର୍ମା” ।
ବନ୍ଧୁଗଣ ଦେବେନ୍ଦ୍ର ନିଜର ପିଲାଦିନ ସାଙ୍ଗ “ରାଜନ” ପାଇଁ ଝାରଖଣ୍ଡ ବୋକାର ରୁ ଗାଜିଆବାଦ ବୈଶାଳୀ କୁ ପାଖାପାଖି ୧୩୦୦ କି.ମି କାର ଚଳାଇ ପହଞ୍ଚିଗଲେ । ବନ୍ଧୁଗଣ ଅସମ୍ଭବ କାର୍ଯ୍ୟକୁ ନିଜ ପିଲାଦିନର ଘନିଷ୍ଠ ବନ୍ଧୁ ରାଜନ ପାଇଁ ମାତ୍ର ୨୪ ଘଣ୍ଟା ରେ ସମ୍ଭବ କରି ସାଥିରେ ସାଙ୍ଗ ପାଇଁ ଧରି ଆସିଲେ, ଅମ୍ଳଜାନ ସିଲିଣ୍ଡର । ଯେଉଁଥି ପାଇଁ ରାଜନ ଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଘଟୁଛି, ଏବଂ ଧୀରେ ଧୀରେ କରୋନା କବଳରୁ ସେ ସୁସ୍ଥ ହେଉଛନ୍ତି । ବନ୍ଧୁଗଣ ଦେବେନ୍ଦ୍ରଙ୍କ କହିବା ମୁତାବକ ରାଜନ ଏବଂ ସେ ବୋକାର ରେ ଏକାଠି ବଢିଛନ୍ତି ।
ସେ କହିଲେ, ବୋକାରରୁ ୧୫୦ କି.ମି ଦୂର ତାଙ୍କ ପରିବାର ସଦସ୍ୟ ମଧ୍ୟ ସିଲିଣ୍ଡର ପାଇଁ ଲାଗି ପଡିଲେ । ଭଗବାନ ଙ୍କ ଦୟାରୁ ଅମ୍ଳଜାନ ମଧ୍ୟ ମିଳିଗଲା । ଶେଷରେ ଦେବେନ୍ଦ୍ର କୁହନ୍ତି,- ସାଙ୍ଗ ପାଇଁ ମାତ୍ର ୧୩୦୦ କି.ମି କଣ ? ଦରକାର ପଡିଥିଲେ ସମୁଦ୍ର ପାର ହୋଇ ମଧ୍ୟ ଆସିଥାନ୍ତି । ବନ୍ଧୁଗଣ ଏହି ମହାମାରୀ ସମୟରେ ବନ୍ଧୁତାର ପ୍ରକୃତ ପରିଚୟ ପ୍ରଦାନ କରିଛନ୍ତି “ଦେବେନ୍ଦ୍ର” । ଆପଣଙ୍କୁ ଏହି ବିଶେଷ ଟିପ୍ପଣୀ ଟି କିପରି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।