ଏମିତି ଗାଁ ଏଠି ଛୁଇଁଲେ ଦେବେ ଜୋରିମାନା, ଅଜବ ଗାଁର ଗଜବ ନିୟମ ଜାଣି ଆପଣ ବିଶ୍ଵାସ କରି ପାରିବେନି

ଭାରତରେ ଏମିତି କିଛି ଗାଁ ରହିଛି ଯାହା ଏବେ ବି ନିୟମ କାନୁନ ରେ ଚାଲୁଅଛି । ଏଠାକୁ ଯିବା ପୂର୍ବରୁ ଯଦି ଆପଣ ଏହି ଗାଁ ର ନିୟମ କାନୁନ ବିଷୟରେ ଜାଣି ନାହାନ୍ତି ତେବେ ଆପଣ ବିପଦରେ ପଡି ପାରନ୍ତି । ଏମିତିକି ଆପଣଙ୍କୁ ଜୋରିମାନା ଦେବାକୁ ପଡିପାରେ । ଏମିତି ଏକ ଗାଁ ହେଉଛି ସିମଲା କୁଲୁ ଜିଲ୍ଲା ର ମଲାନା । ଏହି ଗାଁ ର ନିଜର ଅନେକ କିଛି ନିୟମ ରହିଛି ।

ଯାହାକୁ ପାଳନ କରିବା ଏଠାକୁ ଆସୁଥିବା ଟୁରିଷ୍ଟ ପାଇଁ ବାଧ୍ୟତାମୂଳକ ଅଟେ । ଏହି ନିୟମ ମଧ୍ୟରେ ଏମିତି ଏକ ନିୟମ ରହିଛି ଯାହା ସବୁଠାରୁ ବିଚିତ୍ର । ଏହି ଗାଁ କୁ ଯିବା ପୂର୍ବରୁ ଆପଣ ଯଦି ଏହି ନିୟମ ବିଷୟରେ ଜାଣି ନାହାନ୍ତି ତେବେ ଆପଣଙ୍କ ଭୁଲ କାରଣରୁ ଆପଣ ଜୋରିମାନା ଦେଇ ପାରନ୍ତି । ତେବେ ଆସନ୍ତୁ ଜାଣିବା କଣ ସେହି ନିୟମ ରହିଛି ।

ଏହି ନିୟମ ହେଉଛି ଗାଁ ରେ ଆପଣ କୌଣସି ଜିନିଷକୁ ଛୁଇଁ ପାରିବେ ନାହି । ଏହି ନିୟମର ସବୁ ସୂଚନା ଗାଁ କୁ ପ୍ରବେଶ କରିବା ଆଗରୁ ଏକ ବୋର୍ଡ ରେ ଲେଖା ହୋଇଛି । ଏହି ବୋର୍ଡ ରେ ଲେଖା ଯାଇଛି ତୁମେ ଗାଁ ର କେଉଁ ଜିନିଷ ଛୁଇଁଲେ କେତେ ଜୋରିମାନା ଦେବକାଉ ହେବ । ଆଉ ଗାଁ କୁ ଯିବା ପୂର୍ବରୁ ଆପଣଙ୍କୁ ଏହି ବୋର୍ଡ ପଢିକି ଯିବାକୁ ହେବ ।

ମଲାନା ଗାଁ କୁ ଯିବା ପରେ ଆପଣ ଯଦି କିଛି ଛୁଇଁ ଦେଇଛନ୍ତି ତେବେ ଆପଣଙ୍କୁ 1000 ରୁ 2500 ଯାଏଁ ଜୋରିମାନା ଦେବାକୁ ହେବ । ଏଠାରେ ନିୟମ ଏତେ କଠୋର ଯେ ଟୁରିଷ୍ଟ ମାନେ ଦୋକାନରେ କିଛି ଜିନିଷ ଛୁଇଁ ପାରିବେ ନାହି । ଯଦି ଆପଣ ଏହି ଗାଁ ର କୌଣସି ଦୋକାନକୁ ଯାଉଛନ୍ତି ଆଉ ସେଠାରେ କିଛି ଜିନିଷ କିଣିବାକୁ ଚାହୁଁ ଛନ୍ତି ତେବେ ଦୋକାନୀ ଆପଣଙ୍କ ହାତରେ ଜିନିଷ ଦେବେ ନାହି ।

ବରଂ ଦୋକାନ ବାହାରେ ଜିନିଷ ଥୋଇ ଦେବେ । ସିମଲା ର ଏହି ଗାଁ ର ଏକ ଖାସ ଇତିହାସ ରହିଛି । ଅତିତ ରେ ଏହର ଏକ ନିଜର ସମ୍ବିଧାନ ରହିଥିଲା । ଏହି ସମ୍ବିଧାନ ହିସାବରେ ଏହି ଗାଁ ଚାଲୁଥିଲା । ଆଉ ଏବେ ସେହି ସମ୍ବିଧାନର କିଛି ନିୟମ ଆଜି ବି ରହିଛି । କୁହାଯାଏ ଏହି ଗାଁ ରେ ଦୁନିଆର ସବୁଠାରୁ ଲୋକ ତନ୍ତ୍ର ରହିଛି ।

ପାହାଡ, ପର୍ବତ ଘେରା ଏହି ଗାଁ କୁ ଯେବେ ଆପଣ ଯିବେ ସେତେବେଳେ ଆପଣ ଏଠାରେ କିଛି ଅଲଗା ଅନୁଭବ କରିବେ । ଆପଣ ଏଠିକାର ଲୋକଙ୍କର ଚାଲି ଚଳନ କୁ ଦେଖିଲେ ଲାଗିବ ଯେମିତି ଆପଣ କୌଣସି ଅଲଗା ଦୁନିଆକୁ ଚାଲି ଆସିଛନ୍ତି । କେବେଳ ଏହି ଗାଁ ନୁହେଁ ବରଂ ଭାରତରେ ଏମିତି ଗାଁ ଅଛି ଯେଉଁଠି ନିଜର ନିୟମ ତ ଆଉ କେବେ ନିଜର ଇତିହାସ କୁ ନେଇ ଚର୍ଚ୍ଚା ରେ ରହିଥାଏ ।  ତା ହେଲେ ବନ୍ଧୁଗଣ ଆପଣ ଯଦି ଏହି ଗାଁ କୁ କେବେ ଯିବେ ନିଶ୍ଚୟ ଏଇ ନିୟମ ଗୁଡିକୁ ଦ୍ରୁଷ୍ଟି ଦେବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *