Special Report: ଏମିତି ଏକ ଗାଁ ଯେଉଁଠି ପ୍ରତି ପରିବାରରେ ଜନ୍ମ ନିଅନ୍ତି Twin, କଣ ଏହା ପଛର ରହସ୍ୟ ଜାଣନ୍ତୁ

ଏହି ଦୁନିଆ ହେଉଛି ରହସ୍ୟ ପୂର୍ଣ ଦୁନିଆ । ଆଜି ବି ଏହି ଦୁନିଆରେ ବହୁତ ଜିନିଷ ରହସ୍ୟ ହୋଇ ରହିଛି । କେତେକ ରହସ୍ୟ ବିଷୟରେ ମନୁଷ୍ୟ ଜାତି ଜାଣି ସାରିଛି ତ ଅନ୍ୟ କେତେକ ରହସ୍ୟ ବିଷୟରେ ଆଜି ପର୍ଯ୍ୟନ୍ତ କେହି ବି ଜାଣି ପାରି ନାହାନ୍ତି । ଭାରତ ବି ରହସ୍ୟର ଗନ୍ତାଘର । ଭାରତରେ ଏମିତି ବହୁତ ସ୍ଥାନ ଅଛି ଯାହା କି ଆଜି ପର୍ଯ୍ୟନ୍ତ ରହସ୍ୟ ହୋଇ ରହିଛି ।

ଏହିଭଳି କିଛି ସ୍ଥାନରୁ ରହସ୍ୟର ପରଦା ଉଠି ଯାଇଛି । କିନ୍ତୁ ଅନ୍ୟ କିଛି ସ୍ଥାନ ଏବେ ବି ଅଛି ଯାହା କି ବର୍ତ୍ତମାନ ପର୍ଯ୍ୟନ୍ତ ବି ରହସ୍ୟ ମଧ୍ୟରେ ଅଛି । ଆଜି ଆମେ ଆପଣଙ୍କୁ ଏମିତି ଏକ ରହସ୍ୟମୟୀ ଗାଁ ବିଷୟରେ କହିବୁ ଯାହା ବିଷୟରେ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ଏହି ଗାଁର ପ୍ରତି ପରିବାରରେ ଯାଆଁଳା ଶିଶୁ ଜନ୍ମ ହୁଅନ୍ତି ।

ଯାହାକି ଏକ ଅବିଶ୍ଵାସନୀୟ ଘଟଣା ଅଟେ । କିନ୍ତୁ ଏହା ସତ ଅଟେ ଓ ଏହା ଭାରତରେ ହିଁ ଅବସ୍ଥିତ । କିନ୍ତୁ ଏହା କେମିତି ହୁଏ ଏହା ପଛର ରହସ୍ୟ କଣ ଏହା ବିଷୟରେ ଆଜି ପର୍ଯ୍ୟନ୍ତ କେହି ବି ଜାଣି ନାହାନ୍ତି । କେରଲର ମାଲପୁରମ ଜିଲ୍ଲାର କୋଧିନୀ ଗାଁରେ ସବୁ ଘରେ ଯାଆଁଳା ଶିଶୁ ଜନ୍ମ ହୋଇଥାନ୍ତି । ଦେଶରେ ଅନ୍ୟ ସମସ୍ତ ଗାଁ ଭଳି ଏହା ବି ଏକ ସାଧାରଣ ଗାଁ ଅଟେ । କିନ୍ତୁ ଯାଆଁଳା ଶିଶୁ ଜନ୍ମ ହେବାକୁ ନେଇ ଏହି ଗାଁ ସମସ୍ତଙ୍କୁ ଚକିତ କରି ଦେଇଛି ।

ଏହି ଗାଁରେ ପାଖାପାଖି ୨୦୦୦ ପରିବାର ରୁହନ୍ତି । ସବୁଠାରୁ ଖାସ କଥା ଏହା ଅଟେ କି ଏହି ଗାଁରେ ପ୍ରାୟତଃ ଶିଶୁ ଯାଆଁଳା ଶିଶୁ ରୂପରେ ଜନ୍ମ ନେଇଥାନ୍ତି । ମିଳିଥିବା ସୂଚନା ଅନୁସାରେ ଏହି ଗାଁରେ ମୋଟ ୨୨୦ ଜଣ ଯାଆଁଳା ଶିଶୁ ଅଛନ୍ତି । କେବଳ ଭାରତରେ ନୁହେଁ ଏହା ବିଶ୍ଵର ସବୁଠୁ ବିରଳ ଗାଁ ରୂପରେ ପରିଚିତ ଅଟେ । ଆଜି କିମ୍ବା କାଲି ନୁହେଁ ବର୍ଷ ବର୍ଷ ଧରି ଏହି ଗାଁରେ ଯାଆଁଳା ଶିଶୁ ଜନ୍ମ ନେଉଛନ୍ତି ।

ଯଦି ଆପଣ ଏହି ଗାଁକୁ ଆସିବେ ତେବେ ଏହି ଗାଁର ସ୍କୁଲ ଓ ବଜାରରେ ବୁଲିବା ସମୟରେ ଆପଣଙ୍କୁ ବହୁତ ଯାଆଁଳା ଶିଶୁ ନଜର ଆସିବେ । ଯେଉଁମାନଙ୍କ ମୁହଁ ଦେଖିବାକୁ ପୂରାପୂରି ସମାନ ଅଟେ । ଏହି ଗାଁରେ ସବୁ ଠାରୁ ବୟସ୍କ ଯାଆଁଳା ବ୍ୟକ୍ତି ଅବଦୁଲ ହମିଦ ଅଟନ୍ତି ଓ ତାଙ୍କ ଭଉଣୀ ବି ଅଛନ୍ତି । ଏହି ଦୁଇ ଜଣଙ୍କ ଜନ୍ମ ପରେ ଏହି ସ୍ଥାନରେ ଯାଆଁଳା ଶିଶୁ ଜନ୍ମ ହେବା ଆରମ୍ଭ ହୋଇଥିଲା ।

ଯଦି ବର୍ତ୍ତମାନ ସମୟର କଥା କହିବା ତେବେ ଏହି ଗାଁରେ ଧୀରେ ଧୀରେ ଏହି ଯାଆଁଳା ଶିଶୁମାନଙ୍କର ସଂଖ୍ୟା ବହୁତ ବଢିବାରେ ଲାଗିଛି । ଯଦି କୌଣସି ପରିବାରରେ ଯାଆଁଳା ଶିଶୁ ଜନ୍ମ ହୁଅନ୍ତି ତେବେ ତାଙ୍କ ପାଇଁ ଆଖପାଖର ପଡୋଶୀଙ୍କ ପାଇଁ ଏହା ବହୁତ ଅଦ୍ଭୁତ ଘଟଣା ହୋଇଥାଏ । କିନ୍ତୁ ଏହି ଗାଁରେ କାହା ଘରେ ଯଦି ଯାଆଁଳା ଶିଶୁ ଜନ୍ମ ହେଉଛି ତେବେ ଏହା ଏକ ସାଧାରଣ ଘଟଣା ଅଟେ ।

କେବଳ ଗୋଟିଏ ପିଢୀ ନୁହେଁ ଏହି ଗାଁର କେତେକ ପରିବାରରେ ପାଖାପାଖି ତିନି ପିଢୀ ଯାଏଁ ଯାଆଁଳା ଶିଶୁ ଜନ୍ମ ହୋଇଥାନ୍ତି । ଏମିତିରେ ବହୁତ ଲୋକମାନଙ୍କ ମନରେ ଏହା ପ୍ରଶ୍ନ ଆସୁଥିବା ଏହ ପଛର ଅସଲ କାରଣ କଣ । ବିଶ୍ଵର ବହୁତ ବୈଜ୍ଞାନିକମାନେ ଏହାର ରହସ୍ୟ ବିଷୟରେ ଜାଣିବା ପାଇଁ ଚେଷ୍ଟା କରୁଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ବି ଏହି ରହସ୍ୟ ବିଷୟରେ କେହି ବି ଜାଣି ପାରି ନାହାନ୍ତି ।

Leave a Reply

Your email address will not be published. Required fields are marked *