ଏହି ଉପାୟରେ କରିବେ ବଜରଙ୍ଗ ବାଣର ପାଠ ତ ଜୀବନର ସମସ୍ତ କଷ୍ଟ ହେବ ଦୂର, ବଜରଙ୍ଗବଲି ଙ୍କର ମିଳିବ ଆଶୀର୍ବାଦ

ମଣିଷ ଜୀବନରେ କିଛି ନା କିଛି କଷ୍ଟ ଉପୁଜିଥାଏ । ଏମିତି କୌଣସି ବ୍ୟକ୍ତି ନଥିବ ଯାହାର ଜୀବନ ହସଖୁସିରେ ବିତୁଥିବ । ମଣିଷ ଜୀବନରେ ସୁଖ-ଦୁଃଖ ଲାଗି ରହିଥାଏ । ମଣିଷ ଜୀବନର ସମସ୍ତ ସ୍ତରରେ ଦୁଃଖର ସମୁଖୀନ ହେଇଥାଏ । ଯଦି ଆପଣଙ୍କ ଜୀବନ ମଧ୍ୟ ଏପରି ଅବସ୍ଥାରେ ଅତିବାହିତ ହେଉଛି ତେବେ ଆପଣଙ୍କ ସମସ୍ତ ଅସୁବିଧା ମହାବଳୀ ହନୁମାନ ଦୂର କରିବେ । ଏଥିପାଇଁ ହନୁମାନ୍ ଙ୍କ ଶରଣ ନେବା ଆପଣଙ୍କ ପାଇଁ ଲାଭଦାୟ ହେବ ।

ମହାବଳୀ ହନୁମାନ କଳିଯୁଗର ଏକମାତ୍ର ଭଗବାନ ଯିଏକି ଭକ୍ତର ସମସ୍ତ ସଙ୍କଟ ଦୂର କରିଥାନ୍ତି । ସଙ୍କଟ ମୋଚନ ମହାବୀରଙ୍କୁ ଯିଏ ସମ୍ପୂର୍ଣ ଶ୍ରଦ୍ଧାରେ ପୂଜାକରେ ସଙ୍କଟ ସେ ବ୍ଯକ୍ତିର ପାଖ ମାଡିପାରେ ନାହିଁ ।

ଯଦି ଆପଣଙ୍କ କୁଣ୍ଡଳୀରେ କୌଣସି ଗ୍ରହ ଦୋଷ ରହିଥାଏ ତେବେ ଏଥିରୁ ମହାବୀର ଆପଣଙ୍କୁ ରକ୍ଷା କରିପାରିବେ । ଏମିତି କୁହାଯାଇଛି କି ଯେଉଁ ବ୍ୟକ୍ତି ପ୍ରତିଦିନ ହନୁମାନ ଚାଳିଶା ବା ବଜରଙ୍ଗ ବାଣ ପାଠ କରେ ତାକୁ ଭୌତିକ ସୁଖ-ସୁବିଧା ପ୍ରାପ୍ତ ହେଇଥାଏ ।

ଯଦି ଆପଣ ବିଧିର ସହ ବଜରଙ୍ଗ ବାଣ ପାଠ କରିବେ ତେବେ ଗୃହସ୍ଥ ଜୀବନରେ ସୁଖଶାନ୍ତି ନିରନ୍ତର ରହିବ । ବଜରଙ୍ଗ ବାଣ ପାଠ କଲେ ବ୍ୟକ୍ତିର ବଡ ଦୁଃଖ ଦୂର ହେଇଥାଏ, କିନ୍ତୁ ଏହାକୁ ଉପଯୁକ୍ତ ବିଧିର ସହ ପାଠ ନକଲେ କୌଣସି ଲାଭ ମିଳିନଥାଏ । ଆଜି ଆମେ ଏହି ବିଧି ବିଷୟରେ ଜାଣିବା ।

·         ଆଜିର ବ୍ୟସ୍ତମୟ ଜୀବନରେ ମନୁଷ୍ୟକୁ ଏତିକିବି ସମୟ ନାହିଁ ଯେ ସେ ଭଗବାନ ଙ୍କ ପୂଜା ଅର୍ଚ୍ଚନା କରିପାରିବ, ଏପରି ପରିସ୍ଥିତିରେ ଆପଣ ମଙ୍ଗଳବାର ବା ଶନିବାର ଦିନ ବଜରଙ୍ଗ ବାଣ ପଠନ କରି ପାରିବେ । ଆପଣ ପ୍ରଭାତ ସମୟରେ  ଉଠି କୌଣସି ଶାନ୍ତ ଜାଗାରେ ବସି ବଜରଙ୍ଗ ବାଣ ପଠନ କରିପାରିବେ ।

·         ଯଦି ଆପଣ ବଜରଙ୍ଗ ବାଣ ପଠନ କରୁଛନ୍ତି ତେବେ ଏହାକୁ ଅତିକମ୍ ରେ ୫ ଥର ପାଠ କରିବା ଶୁଭପ୍ରଦ ହେବ । ଆପଣ ଏଥିପ୍ରତି ଧ୍ୟାନ ଦେବେ ଯେ ଆପଣ ଏବଂ ଆପଣଙ୍କ ପାର୍ଶ୍ଵବର୍ତୀ ସ୍ଥାନ ପରିଷ୍କାର ଥିବ । ଆପଣ ଭୋଗରେ ଗୁଡ ଏବଂ ଚଣା ବ୍ୟବହାର କରିପାରିବେ ।

·         ଯଦି ଆପଣ ପ୍ରତିଦିନ ବଜରଙ୍ଗ ବାଣ ପଠନ କରିବେ ତେବେ ଆପଣଙ୍କ ଜୀବନର ସମସ୍ତ ଦୁଃଖ ଦୂର ହୋଇଯିବ ଏବଂ ଆପଣ ଗୋଟେ ସୁଖୀ ଜୀବନ ଅତିବାହିତ କରି ପାରିବେ ।

Leave a Reply

Your email address will not be published. Required fields are marked *