ନିଜ ଘରେ ନବରାତ୍ରିରେ ମା ଦୂର୍ଗାଙ୍କର ଏମିତି ଧୂମଧାମରେ ପୂଜା କଲେ Jhilik … ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆପଣ ମନେ ସମସ୍ତେ ଆମ ଓଡିଆ କଳାକାର ମାନଙ୍କର ଅଭିନୟ ଦେଖିଥିବେ ଆଉ ପସନ୍ଦ ମଧ୍ୟ କରୁଥିବେ । ଓଲିଉଡ କଳାକାର ମାନେ ନିଜର ଜବରଦସ୍ତ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କର ହୃଦୟ ଜିଣି ପାରିଛନ୍ତି । ତାଙ୍କର ଦମଦାର ଅଭିନୟକୁ ନେଇ ସାରା ଓଡିଶାରେ ବେଶ ଚର୍ଚ୍ଚା ଲାଗି ରହିଥାଏ । ତେବେ ବର୍ତ୍ତମାନ ଆରମ୍ଭ ହୋଇ ସାରିଛି ନବରାତ୍ରି । ଏହି ନବରାତ୍ରି ମା ଦୂର୍ଗାଙ୍କର ବହୁତ ଧୂମଧାମ ରେ ପୂଜା କରା ଯାଉଛି ସାରା ରାଜ୍ୟରେ । ଏହି ନବରାତ୍ରିରେ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଜ୍ୟ ନିଜ ଘରେ ବିରାଟ ପୂଜା ଆୟୋଜନ କରିବାର ନଜର ଆସିଛନ୍ତି । ଆସନ୍ତୁ ଜାଣିବା ଏହା ବିଷୟରେ ବିସ୍ତାର ଭାବେ ।

ଦର୍ଶକ ବନ୍ଧୁ ପ୍ରତେକ ବର୍ଷ ଦୂର୍ଗାପୂଜା ସାରା ଓଡିଶାରେ ଖୁବ ଜାକଜକମରେ ପାଳନ କରା ଯାଇଥାଏ । ମା ଦୂର୍ଗାଙ୍କ ପୂଜା ଭକ୍ତ ମନେ ନିଷ୍ଠା ସହକାରେ କରିଥାନ୍ତି । କେହି କେହି ନିଜ ଘରେ ଘଟ ସ୍ଥାପନ କରି ପୂଜା କରିଥାନ୍ତି ମା ଦୂର୍ଗାଙ୍କର । ତେବେ ସୋସିଆଲ ମିଡିଆରେ ହିରୋଇନ ଝିଲିକ ନିଜର ବ୍ୟକ୍ତିଗତ ଜୀବନୀ କୁ ନେଇ ବେଶ ଚର୍ଚ୍ଚା ରେ ରହିଥାନ୍ତି । ସେ ନିଜର ଭିଡିଓ ଓ ଫୋଟୋ ସୋସିଆଲ ମିଡିଆରେ ସେୟାର କରିଥାନ୍ତି ଯାହାକୁ ତାଙ୍କର ଫ୍ୟାନ୍ସ ମାନେ ଜାଣିବକୁ ଆଗ୍ରହୀ ହୋଇଥାନ୍ତି ।

ବର୍ତ୍ତମାନ ସମୟରେ ସେ ତାଙ୍କ ଘରେ ନବରାତ୍ରି ର ବିରାଟ ପୂଜାର ଆୟୋଜନ କରିଛନ୍ତି ଯାହାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଝିଲିକ । ସେ ମା ଦୂର୍ଗାଙ୍କୁ ପୂଜା କରିବା ସହ ତାଙ୍କର ଆଳତି ମଧ୍ୟ କରୁଛନ୍ତି । ଆଉ ମା ଙ୍କ ପୂଜାରେ ଯାହା ବି ସବୁ ଭୋଗ ସାମଗ୍ରୀ ଦରକାର ତାହା ମଧ୍ୟ ଝିଲିକ ଆଣିଛନ୍ତି ଆଉ ନିଷ୍ଠା ଭାବେ ପୂଜା ଆରାଧନା କରୁହନ୍ତି । ଏହି ପୂଜାରେ ତାଙ୍କ ପୁରା ପରିବାର ସାମିଲ ଅଛନ୍ତି ।

ଏମିତିକି ଝିଲିକ ପ୍ରସାଦ ଭାବେ ନିଜ ଘରେ ଖାଦ୍ୟ ରୋଷେଇ କରିଛନ୍ତି ଯାହାର ଦୃଶ୍ୟ ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ତେବେ ତାଙ୍କର ମା ଦୂର୍ଗା ଙ୍କ ପ୍ରତି ଥିବା ଭକ୍ତି ଆଉ ବିଶ୍ଵାସ ତାଙ୍କୁ ଆଜି ଜୀବନରେ ବହୁତ ବଡ ସଫଳତା ଦେଇ ପାରିଛି । ଗତ କିଛି ଦିନ ହେବ ସେ ଦୁଇ ଟି କନ୍ୟା ସନ୍ତାନର ମା ହୋଇଛନ୍ତି ଯାହାକୁ ନେଇ ସେ ବେଶ ଖୁସି ଅଛନ୍ତି । ଆଉ ଏବେ ନିଜ ପୁରା ପରିବାର ସହ ନବରାତ୍ରି ପାଳନ କରିଛନ୍ତି ଅଭିନେତ୍ରୀ ଝିଲିକ ।

ସେ ବଙ୍ଗାଳୀ ହେଲେ ମଧ୍ୟ ଓଡିଆ ଘରର ପରମ୍ପରା ଅନୁଯାୟୀ ସବୁ ରୀତିନୀତି ପାଳନ କରୁଛନ୍ତି । ଆଉ ଓଡିଆ ଘରର ବୋହୂ ଭାବେ ଶାଢୀ ପିନ୍ଧି ମା ଦୂର୍ଗା ଙ୍କର ପୂଜା ଆରାଧନା କରିଛନ୍ତି । ବନ୍ଧୁଗଣ ଆପଣ ମାନଙ୍କର ଅଭିନେତ୍ରୀ ଝିଲିକ ନିଜ ଘରେ କରିଥିବା ନବରାତ୍ରି ପୂଜା କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *